ଭଦ୍ରକ ଯୁବକଙ୍କୁ ତାମିଲନାଡୁରେ ଯୋଜନାବଦ୍ଧ ହତ୍ୟା, ଥାନାରେ 4 ଜଣଙ୍କ ନାଁରେ ଏତଲା

author img

By

Published : Sep 20, 2021, 2:22 PM IST

ଭଦ୍ରକ ଯୁବକଙ୍କୁ ତାମିଲନାଡୁରେ ଯୋଜନାବଦ୍ଧ  ହତ୍ୟା,  4 ଜଣଙ୍କ ନାମରେ ଥାନାରେ ଏତଲା

ଭଦ୍ରକ ଜିଲ୍ଲାର ଯୁବକଙ୍କୁ ତାମିଲନାଡୁରେ ଯୋଜନାବଦ୍ଧ ଭାବେ ହତ୍ୟା । ତିହିଡି ଥାନାରେ ଅଭିଯୋଗ ପରେବି ଅପମୃତ୍ୟୁ ମାମଲା ରୁଜୁ କରିଥିଲା ପୋଲିସ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ୪ ଜଣଙ୍କ ନାମରେ ଥାନାରେ ଏତଲା । ଅଧିକ ପଢନ୍ତୁ...

ଭଦ୍ରକ: ଜିଲ୍ଲାର ଯୁବକଙ୍କୁ ତାମିଲନାଡୁରେ ଯୋଜନାବଦ୍ଧ ଭାବେ ହତ୍ୟା । ଏସପିଙ୍କ ନିର୍ଦ୍ଦେଶ କ୍ରମେ 4 ଜଣଙ୍କ ନାମରେ ଥାନାରେ ଏତଲା । ମୃତ ଯୁବକ ଜଣଙ୍କ ହେଉଛନ୍ତି ବିଲଣା ଲଞ୍ଜାତାରା ଗ୍ରାମର ସୁଧାକର ମଳିକଙ୍କ ପୁଅ ଅମର ମଳିକ । ସେ ଦୀର୍ଘ ଅଢେଇ ବର୍ଷ ହେବ ତାମିଲନାଡୁ ସତ୍ୟନଗରସ୍ଥିତ ଏସ ଏନ ଏକ୍ସପୋର୍ଟ ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତେବେ ସେହି ସ୍ଥାନରେ ମଧ୍ୟ ତାଙ୍କ ନିଜ ଗାଁର ଦୁଇ ଜଣ ଯୁବକ ଅଞ୍ଚଳ ମଳିକ ଓ କଳିଙ୍ଗ ମଳିକ ଏବଂ ଆନନ୍ଦପୁର ଜିଲ୍ଲା ନନ୍ଦିପଦା ଅଞ୍ଚଳର ଆବୁଆ ମଳିକ ଓ ପପୁ ମଳିକ ମଧ୍ୟ କାମ କରୁଥିଲେ ।

ଭଦ୍ରକ ଯୁବକଙ୍କୁ ତାମିଲନାଡୁରେ ଯୋଜନାବଦ୍ଧ ହତ୍ୟା, 4 ଜଣଙ୍କ ନାମରେ ଥାନାରେ ଏତଲା

ତେବେ ୫ମାସ ତଳେ ଅମରଙ୍କଠାରୁ ଆବୁଆ ମଳିକ 15 ହଜାର ଟଙ୍କା, ଅଞ୍ଚଳ ମଳିକ 8 ହଜାର ଟଙ୍କା ଓ କଳିଙ୍ଗ ମଳିକ 5 ହଜାର ଟଙ୍କା ଧାର ନେଇଥିଲେ । ମାତ୍ର ଉକ୍ତ ଧାର ଟଙ୍କା ଫେରସ୍ତ କରିବାରେ ବିଳମ୍ବ ହେବାରୁ ଟଙ୍କା ଧାର ନେଇଥିବା ଆବୁଆ ,ଅଞ୍ଚଳ ଓ କଳିଙ୍ଗ ମଳିକଙ୍କ ସହ ଅମର ମଳିକ ବଚସା ହୋଇଥିଲା । ଏହାପରେ ଅମରଙ୍କୁ ଉକ୍ତ ୩ଜଣ ଯୁବକ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଏନେଇ ଅମର ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ । ତେବେ କିଛିମାସ ତଳେ ମଧ୍ୟପ୍ରଦେଶ ଅଞ୍ଚଳର ଜଣେ ଝିଅକୁ ଆବୁଆ ଏକତରଫା ପ୍ରେମ କରୁଥିବା ବେଳେ ଝିଅଟି କିନ୍ତୁ ଅମରକୁ ପ୍ରେମ ପ୍ରସ୍ତାବ ଦେବାରୁ ଆବୁଆ ମଳିକ ପ୍ରତିକ୍ରିୟାଶୀଳ ହୋଇଥିଲା ।

ଏହାପରେ ଅଞ୍ଚଳ ମଳିକ ଓ ପପୁ ମଳିକ ଉଭୟ ମୃତକ ଅମରଙ୍କ ମାଆକୁ ଫୋନକରି ତାକୁ ଘରକୁ ଫେରେଇ ନନେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ତିରିପୁର ଜିଲ୍ଲା ଭେଲେମେଲମ ଥାନାଧିନ ସତ୍ୟନଗରରେ ଅମର ମଳିକଙ୍କ ଶୋଇବା ଘରର ବାହାର ପଟୁ ତାଲା ପଡିଥିବା ଦେଖି ଘର ମାଲିକ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ତେବେ ପୋଲିସ ଘରର ତାଲା ଭାଙ୍ଗି ପରେ ଅମର ବେକରେ ରଶି ଲଗାଇବା ସହ ତଳେ ମୂମୁର୍ଷ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାର ଅମରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଅନ୍ୟ ଏକ ମେଡିକାଲକୁ ସ୍ଥାନାନ୍ତରିତ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ପରିବାର ଲୋକେ ଖବର ପାଇବା ପରେ ଅଞ୍ଚଳ ମଳିକ, କଳିଙ୍ଗ ମଳିକ , ଆବୁଆ ମଳିକ ଓ ପପୁ ମଳିକ ମିଳିତ ଭାବେ ଏକ ଯୋଜନା କରି ହତ୍ୟା କରିଥିବା ଭଦ୍ରକ ତିହିଡି ଥାନାରେ ଏତଲା ଦେଇଥିଲେ । ମାତ୍ର ହତ୍ୟାକାରୀ ମାନେ ସ୍ଥାନୀୟ ପୋଲିସକୁ ହାତକରି ଘଟଣାକୁ ଏଡାଇ ଦେବାଲାଗି ଏକ ଅପମୃତ୍ୟୁ ମାମଲାର ରୂପ ଦେଇଥିବା ନେଇ ମୃତକ ପରିବାର ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହା ପରେ ପରିବାର ଲୋକେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅମର ମଳିକର ମୃତ୍ୟୁର ସାନି ତଦନ୍ତ କରିବା ଲାଗି ଦାବି କରିବାରୁ ଏସପିଙ୍କ ନିର୍ଦ୍ଦେଶ କ୍ରମେ ମୃତକ ପରିବାର ପକ୍ଷରୁ ଥାନାରେ 4 ଅଭିଯୁକ୍ତଙ୍କ ନାମରେ ଏକ ଏତଲା ଦାଏର ହୋଇଛି ।

ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.