ନୂତନ ସୂର୍ଯ୍ୟୋଦୟ ଦେଖିବ ଶୀତଲ, ବିଧାୟକ କହିଲେ ସବୁ ଦାୟିତ୍ବ ନେବି

author img

By

Published : Sep 13, 2021, 9:55 AM IST

ଶିତଲକୁ ସହଯୋଗର ହାତ ବଢାଇଲେ ବିଧାୟକ

ଜୁଲାଇ 19 ତାରିଖ 2018 ମସିହାରେ ଭଦ୍ରକ ଜିଲ୍ଲାରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ 5 ଜଣ ଛାତ୍ରଛାତ୍ରୀ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ସେଦିନ ଗୁରୁତର ଭାବେ ଆହତ ହୋଇଥିବା ଶୀତଲକୁ ସହଯୋଗର ହାତ ବଢାଇଛନ୍ତି ଭଦ୍ରକ ବିଧାୟକ । ଅଧିକ ପଢନ୍ତୁ...

ଭଦ୍ରକ: ‘ମୁଁ ମରିବାକୁ ଚାହୁଁଛି। ମୋତେ ମରିବାକୁ ଅନୁମତି ଦିଅ।’ ଏଥିଲା 2019 ଜୁନ 21 ତାରିଖ ଦିନ ମେଧାବୀ ଛାତ୍ରୀ ଶୀତଲ ସାହୁଙ୍କ କୋହ ଭରା ନିବେଦନ। ହେଲେ ଆଜି ଶୀତଲଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ହୋଇଛି। ତାଙ୍କର ଏହିପରି ଆକୁଳ ନିବେଦନ ଶୁଣିବା ପରେ ସମସ୍ତ ସହଯୋଗର ହାତ ବଢାଇଥିଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ। ଏବେ ସେ ଅତୀତକୁ ଭୁଲି ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ଚାହୁଁଥିବା ଜଣାପଡିଛି।

ଶିତଲକୁ ସହଯୋଗର ହାତ ବଢାଇଲେ ବିଧାୟକ

ଖବର ଅନୁଯାୟୀ ଜୁଲାଇ 19 ତାରିଖ 2018 ମସିହା ଅପରାହ୍ନ ସମୟରେ ସ୍କୁଲ ଛୁଟି ପରେ ଭଦ୍ରକ ଜିଲ୍ଲା ରାହାଞ୍ଜ ଗ୍ରାମର ଛାତ୍ରଛାତ୍ରୀମାନେ ଗ୍ରାମ ନିକଟ 16 ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ଯାଉଥିଲେ। ଏହି ସମୟରେ ଶୀତଲଙ୍କ ଉପରେ ମାଡିଯାଇଥିଲା ଟ୍ରକ । ଏହି ଦୁର୍ଘଟଣାରେ 5 ଜଣ ଛାତ୍ରଛାତ୍ରୀ ମୃତ୍ୟୁ ବରଣ କରିଥିଲେ। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ସେଦିନ ସାରା ଭଦ୍ରକକୁ ସ୍ତବ୍ଧ କରିଦେଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଥିଲା। ତେବେ ରାହାଞ୍ଜ ଗ୍ରାମର ନବମ ଶ୍ରେଣୀରେ ପଢୁଥିବା ବଡ ଭଉଣୀ ଶ୍ଵେତାର ମଧ୍ୟ ମୃତ୍ୟୁ ଘଟିଥିଲା । ହେଲେ ସାନ ଭଉଣୀ ଶୀତଲ ଗୁରୁତର ଭାବେ ଆହତ ହୋଇଥିଲା । ତାର ଦୁଇଗୋଡ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସେତେବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଦୁଇଲକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଯାହା ଶୀତଲର ଚିକିତ୍ସା ଦିଗରେ ଖର୍ଚ୍ଚ ହୋଇଥିଲା।

ଏହାପରେ ଉପଯୁକ୍ତ ଚିକିତ୍ସା ନପାଇ ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣା ସହିନପାରି ଇଚ୍ଛାମୃତ୍ୟ ପାଇଁ ସେ ଆକୁଳ ନିବେଦନ କରିଥିଲେ। ଏନେଇ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଅବଗତ ହେବା ପରେ ଶୀତଲଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ସହ ତାଙ୍କୁ ଏମ୍ସରେ ଦୀର୍ଘ ଦିନ ଧରି ଚିକିତ୍ସା କରାଇଥିଲେ । ସେ ଏବେ କ୍ରମଶଃ ସୁସ୍ଥ ହେବାରେ ଲାଗିଛନ୍ତି ବୋଲି ଜଣାପଡିଛି। ଏପଟେ ଭବିଷ୍ୟତରେ ସମସ୍ତ ପ୍ରକାର ସହଯୋଗ ଶୀତଲଙ୍କୁ ଯୋଗାଇଦେବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.