ITI ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ, ଲେଖିଛନ୍ତି ୩ ପୃଷ୍ଠାର ଚିଠି

author img

By

Published : Sep 10, 2022, 10:22 PM IST

ଆଇଟିଆଇ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ, ଲେଖିଛନ୍ତି ୩ ପୃଷ୍ଠାର ଚିଠି

ଭଦ୍ରକରେ ଏକ ଆଇଟିଆଇ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ । ବିଷ ପିଇବା ପୂର୍ବରୁ ଉକ୍ତ ଛାତ୍ର ଜଣକ ୩ ପୃଷ୍ଠାର ହାତଲେଖା ଚିଠି ଛାଡିଯାଇଛନ୍ତି । ଅଧିକ ପଢନ୍ତୁ

ଭଦ୍ରକ: ଦିନକୁ ଦିନ ଆତ୍ମହତ୍ୟା ଜନିତ ଘଟଣା ବଢିବାରେ ଲାଗିଛି । ପ୍ରତିଦିନ କୌଣସି ନା କୌଣସି ଆତ୍ମହତ୍ୟା ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିଛି । ରାଜଧାନୀରେ ଯୁବବର୍ଗଙ୍କ ଆତ୍ମହତ୍ୟା ମାମଲା ଥମି ନ ଥିବାବେଳେ ଏବେ ଭଦ୍ରକର ଏକ ଆଇଟିଆଇ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ସାମ୍ନାକୁ ଆସିଛି । ଭଦ୍ରକରେ ଏକ ଆଇଟିଆଇ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବିଷ ପିଇବା ପୂର୍ବରୁ ଉକ୍ତ ଛାତ୍ର ଜଣକ ୩ ପୃଷ୍ଠାର ହାତଲେଖା ଚିଠି ଛାଡିଯାଇଥିଲେ । ଯାହକୁ ଏହେ ତଦନ୍ତ କରୁଛି ପୋଲିସ । ଉକ୍ତ ଛାତ୍ର ଜଣକ ହେଲେ ଭଦ୍ରକ ଜିଲ୍ଲା ତିହିଡି ଥାନା ଅଚକ ପଞ୍ଚାୟତ ସାନ୍ତରାପୁର ଛନ୍ଦାସାହି ଗାଁର ଭକ୍ତହରି ମଳିକଙ୍କ ପୁଅ ଆଶୁତୋଷ ମଳିକ ବୋଲି ଜଣାଯାଇଛି ।

ଆଇଟିଆଇ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ, ଲେଖିଛନ୍ତି ୩ ପୃଷ୍ଠାର ଚିଠି


ସୂଚନା ଅନୁଯାୟୀ ଆଶୁତୋଷ ଶୁକ୍ରବାର ରାତିରେ ବିଷ ଖାଇ ରାସ୍ତା କଡରେ ପଡିଥିଲା । ଏନେଇ ସ୍ଥାନୀୟ ଲୋକେ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିବା ପରେ ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆଶୁତୋଷଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଆଶୁତୋଷର 3 ପୃଷ୍ଠାର ହାତଲେଖା ଚିଠି ପରିବାର ଲୋକଙ୍କ ହସ୍ତଗତ ହୋଇଛି ।

ସେ ନିଜ ମାଆଙ୍କ ସହିତ ବଜାର ଯାଇଥିବା ବେଳେ ସାଙ୍ଗ ପିଲାମାନେ ଟାହି ଟାପରା କରୁଥିବା ନେଇ ଆଶୁତୋଷଙ୍କ ହାତଲେଖା ଚିଠିରେ ଉଲ୍ଲେଖ ହୋଇଛି । ଚିଠିରୁ ଜଣା ପଡିଛି ଆଶୁତୋଷଙ୍କୁ ସାଙ୍ଗ ମାନେ ମାନସିକ ନିର୍ଯାତନା ଦେବା ସହିତ ତାଙ୍କର ଅଟ୍ଟହାସ୍ୟ କରୁଥିଲେ । ସେ ଚିଠିରେ ଲେଖିଛନ୍ତି, “ସାଙ୍ଗ ପଚାରିଲା ତୁ କେଉଁଠି ପାଠ ପଢୁଛୁ, ସେ ଆଇଟିଆଇରେ ପଢୁଥିବା କହିଥିଲା । ତୁ ତ ଇଂରାଜୀ ଜାଣିନୁ ଆଇଟିଆଇ କେମିତି ପଢିବୁ, ମୋବାଇଲ ଚଲା ଶିଖିନୁ କେମିତି ଧରୁଛୁ, ତୁ ତ ପୁରା ଆଳୁଆ ଟେ, ବୁଦ୍ଧିସୁଧି ନାହିଁ, ପ୍ରମ୍ପଟ୍ ନୁହଁ ।” ଆଦି କେତେ ଧାଡି ଉଲ୍ଲେଖ ରହିଛି । ଏହି ସବୁ କଥା ଆଶୁତୋଷଙ୍କୁ ମାନସିକ ସ୍ତରରେ ଅଶାନ୍ତି ସୃଷ୍ଟି କରାଇଥିବା ଜଣା ପଡିଛି । ତେବେ ଏହି ମାନସିକ ଅଶାନ୍ତି କାରଣରୁ ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଶ ବାରି ହେଉଛି ।

ତେବେ ପୁଅର ଆତ୍ମହତ୍ୟା ଘଟଣାକୁ ନେଇ ପରିବାର ଲୋକେ ଆଶୁତୋଷ ପାଠ ପଢୁଥିବା ତିହିଡି ପୁରୁଣା ବଜାରସ୍ଥିତ ପୂର୍ଣ୍ଣଚନ୍ଦ୍ର ଆଇଟିଆଇରେ ରାଗିଂ ହେଉଥିବା ଆରୋପ କରିଛନ୍ତି । ଏନେଇ ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି । ଅନ୍ୟପଟେ ପୂର୍ଣ୍ଣଚନ୍ଦ୍ର ଆଇଟିଆଇ କର୍ତ୍ତପକ୍ଷ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆଶୁତୋଷ ପ୍ରତି କୌଣସି ରାଗିଂ ହୋଇନଥିବା ଦୃଢୋକ୍ତି ସହିତ ପ୍ରକାଶ କରିଛନ୍ତି ଅଧ୍ୟକ୍ଷ ଅଜୟ କୁମାର ମହାନ୍ତି । ତେବେ ପୋଲିସର ତଦନ୍ତରେ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ମହାନ୍ତି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ଏନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.