ବିପଦ ସଙ୍କେତ ପାର୍ କଲା ବୈତରଣୀ, ଚିନ୍ତାରେ ତଳିଆ ଅଞ୍ଚଳବାସୀ

author img

By

Published : Sep 14, 2021, 2:50 PM IST

ବିପଦ ସଙ୍କେତରେ ବୈତରଣୀ, ଚିନ୍ତାରେ ତଳିଆ ଅଞ୍ଚଳବାସୀ

ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ଭଦ୍ରକ ଜିଲ୍ଲାରେ ପ୍ରବାହିତ ବୈତରଣୀ ନଦୀ ବିପଦ ସଙ୍କେତ ଅତିକ୍ରମ କରିଛି । ଅଧିକ ପଢନ୍ତୁ...

ଭଦ୍ରକ: ସାରା ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା । ରାସ୍ତାଘାଟ ବୁଡି ଯାଇଛି । ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ଭଦ୍ରକ ଜିଲ୍ଲାରେ ପ୍ରବାହିତ ବୈତରଣୀ ନଦୀ ବିପଦ ସଙ୍କେତ ଅତିକ୍ରମ କରିଛି ।

ବିପଦ ସଙ୍କେତରେ ବୈତରଣୀ, ଚିନ୍ତାରେ ତଳିଆ ଅଞ୍ଚଳବାସୀ

ଲଘୁଚାପ ପ୍ରଭାବରେ ଜିଲ୍ଲା ଆଖୁଆପଦା ଆନିକଟରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ଏବେ ସେଠାରେ ୧୮.୦୭ ମିଟର ଉପରେ ଜଳ ପ୍ରବାହିତ ହେଉଛି । ସକାଳ ୭ଟା ମଧ୍ୟରେ ସେଠାରେ ୧୭.୭୧ ମିଟରରେ ଜଳ ପ୍ରବାହିତ ହେଉଥିଲା । ବୈତରଣୀରେ ବନ୍ୟା ଆସିଲେ ମୁଖ୍ୟତଃ ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ବହୁ ପଞ୍ଚାୟତ ଜଳମଗ୍ନ ହୋଇଯାଇଥାଏ ।

ବର୍ଷା ବଢିଲେ ବନ୍ୟା ଆସିବାର ସମ୍ଭବନା ରହିଛି । ତଳି ଅଞ୍ଚଳରେ ପାଣି ଜମିବା ସହ ଯଦି ବନ୍ୟା ଆସେ ତାହାଲେ ଲୋକଙ୍କ ଦୁଃଖ ଦ୍ବିଗୁଣିତ ହୋଇଯିବ । ଆଜି ବି ଅନେକ ସ୍ଥାନରେ ବର୍ଷା ହେଉଛି । ବିଶେଷ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିଛି । ଆଜି ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.