ଫତେ ଉତ୍ସବ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ବୈଠକ

author img

By

Published : Sep 19, 2021, 5:27 PM IST

fateh festival

ଚଳିତ ମାସ 23 ଓ 24 ତାରିଖରେ ଭଦ୍ରକରେ ପାଳନ ହେବାକୁ ଥିବା ହାଜରତ ସରକାର ବାବାଙ୍କ ଫତେ ଉତ୍ସବ ପାଇଁ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଭଦ୍ରକ: ଚଳିତ ମାସ 23 ଓ 24 ତାରିଖରେ ଭଦ୍ରକରେ ପାଳନ ହେବାକୁ ଥିବା ହାଜରତ ସରକାର ବାବାଙ୍କ ଫତେ ଉତ୍ସବ ପାଇଁ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ସବୁ ପର୍ବପର୍ବାଣୀ ପାଳନ ହେଉଥିବା ପରି ଏହି ଉତ୍ସବ ପାଳନ କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ପ୍ରକାଶ କରିଥିଲେ । ଉପସ୍ଥିତ ଉତ୍ସବ ପାଳନ କମିଟିର ସଭାପତି, ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତା ମାନେ ମଧ୍ୟ କୋଭିଡ୍ ପାଇଁ ଉତ୍ସବ ପାଳନରେ କାଟଛାଣ୍ଟ କରିଥିବା ସୂଚନା ଦେଇଥିଲେ ।

ଫତେ ଉତ୍ସବ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଏହି ପର୍ବ ପାଳନରେ ଫଳ ଭୋଗ ନେଇ ଆସିବାକୁ ଥିବା ବହୁ ସଂଖ୍ୟାରେ ଦର୍ଶକ ମାନଙ୍କୁ ବାରଣ କରାଯାଇଛି । ସାଧାରଣ ଦର୍ଶନ ବା ଜନସମାବେଶକୁ ଦୂରେଇ ରଖିବା ପାଇଁ ସେଦିନ ଫାଟକ ବନ୍ଦ ରଖାଯିବ ବୋଲି ସୂଚନା ମିଳିଛି । ନିଜନିଜ ଘରେ ଏହି ପର୍ବ ପାଳନ ପାଇଁ ସୂଚନା ଦିଆଯାଇଛି ଏବଂ ଗେଟ୍‌ରେ ମଧ୍ୟ ସୂଚନା ଫଳକ ଲଗାଯିବ ବୋଲି ଜଣାପଡିଛି।

ପର୍ବ ପାଳନ ହେବାକୁ ଥିବା 23 ଓ 24 ଦୁଇଦିନ ପାଇଁ ବିଦ୍ୟୁତ ସରବରାହ ଅବିଚ୍ଛିନ୍ନ ରଖିବା ଏବଂ ମୁନିସିପାଲିଟି ଦ୍ବାରା ରାସ୍ତା ସଫେଇ ସାଙ୍ଗକୁ ରାସ୍ତାରେ ଆଲୁଅ ଲଗାଇବା ପାଇଁ କମିଟି ତରଫରୁ ଅନୁରୋଧ ମତେ ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେବାପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ମୋବାଇଲ ଗାଡ଼ି ନିୟୋଜିତ ହେବା ସହ ପୋଲିସ୍ ବିଭାଗ ତରଫରୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଏ.ଏସ୍.ପି. ମଧ୍ୟ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ସମେତ ଅତିରିକ୍ତ ଏସ୍.ପି. ଯତୀନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ, ଉପଜିଲ୍ଲାପାଳ ପିତାମ୍ବର ସାମଲ, ଉପଖଣ୍ଡ ପୋଲିସ୍‌ ଅଧିକାରୀ ସାର୍ଥକ ରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ଉତ୍ସବ ପାଳନ କମିଟି ସଦସ୍ୟ ପ୍ରମୁଖ ଏହି ବୈଠକରେ ଯୋଗଦେଇ ପର୍ବ ପାଳନ ନେଇ ଆଲୋଚନା କରିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.