ଲକ୍ଷାଧିକ ସରକାରୀ ଅର୍ଥ ଚଳୁ କଲେ ଶିକ୍ଷକ ! କାର୍ଯ୍ୟାନୁଷ୍ଠାନ ପାଇଁ ତେଜିଲା ଦାବି

author img

By

Published : Sep 11, 2021, 11:00 PM IST

ସରକାରୀ ଟଙ୍କା ଚଳୁ କଲେ ଶିକ୍ଷକ !

ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଓ ଅର୍ଥକୁ ଶିକ୍ଷକଙ୍କ ଆତ୍ମସାତ୍ ଅଭିଯୋଗ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ରାଢଙ୍ଗ ପ୍ରାଥମିକ ବିଦ୍ୟାଳୟରୁ ସାମ୍ନାକୁ ଆସିଛି ଘଟଣା । ଅଧିକ ପଢନ୍ତୁ...

ଭଦ୍ରକ: ଜିଲ୍ଲା ତିହିଡି ବ୍ଲକ ଦୋଳସାହି ପଞ୍ଚାୟତ ଅଧିନ ରାଢଙ୍ଗ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ଓ ରାଢଙ୍ଗବାସୀଙ୍କ ପୁଞ୍ଜିଭୁତ ଅସନ୍ତୋଷ ସମ୍ରତ୍ତି ଉଗ୍ରରୂପ ନେଉଛି । ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ କରିଥିବା ଶିକ୍ଷକଙ୍କୁ ରାତି ଅଧିଆ ଅନ୍ୟତ୍ର ସ୍ଥାନାନ୍ତର କରିବା ପଛରେ ରସହ୍ୟ କ'ଣ ବୋଲି ପ୍ରଶ୍ନ ଉଠିଛି । କେବଳ ସେତିକି ନୁହେଁ, ଜୁଲାଇ ମାସରୁ ସ୍କୁଲ ଛାଡିଥିଲେ ମଧ୍ୟ ଏଯାଏଁ କାହାରିକୁ ଦାୟିତ୍ବ ହସ୍ତାନ୍ତର ନ କରିବା ମଧ୍ୟ ବଡ ବିଡମ୍ବନା ବୋଲି କୁହାଯାଉଛି ।

ସରକାରୀ ଟଙ୍କା ଚଳୁ କଲେ ଶିକ୍ଷକ !

ଯାହାକୁ ନେଇ ଗ୍ରାମବାସୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟି 5 ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବା ସହିତ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏଥିରେ ବ୍ୟତିକ୍ରମ ହେଲେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।

ସୂଚନା ମୁତାବକ, 1954 ମସିହାରେ ସ୍ଥାପିତ ରାଢଙ୍ଗ ପ୍ରାଥମିକ ବିଦ୍ୟାଳୟଟି ଦୋଳସାହି ପଞ୍ଚାୟତର 1, 2 ଓ 3 ନମ୍ବର ୱର୍ଡର ମଧ୍ୟମ ସ୍ଥଳରେ ଅବସ୍ଥିତ। ସ୍କୁଲର ନିଜସ୍ବ ଗୃହ ସହିତ ପାଚେରୀ ମଧ୍ୟ ରହିଛି । ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉପଯୁକ୍ତ ପରିବେଶ । ତେବେ କୋରୋନା ପାଇଁ ସ୍କୁଲ ବନ୍ଦ ଥିବାବେଳେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଓ ଅର୍ଥକୁ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ଏନେଇ ଶିକ୍ଷକ ଶ୍ରୀ ବାରିକଙ୍କୁ ସବୁର ହିସାବ ମଗାଯିବା ପରେ ତାଙ୍କୁ ରାତି ଅଧିଆ ଡେପୁଟେସନ୍ କରାଯାଇଥିଲା ।

ବ୍ଲକ ଶିକ୍ଷାଧିକାରୀ କୌଣସି ତଦନ୍ତ ନକରି ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ସନ୍ଦେହ କରି ନାଏବ ସରପଞ୍ଚ ଶୁସାନ୍ତ ବାରିକଙ୍କ ସମେତ ଅଭିଭାବକ ଓ ଗ୍ରାମବାସୀ ପ୍ରତିବାଦ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ଷେଣ୍ଢଙ୍କୁ ପଚାରିବାରୁ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଆଗତ ଅଭିଯୋଗ ତାଙ୍କର ହସ୍ତଗତ ହୋଇଛି ଏବଂ ଖୁବଶୀଘ୍ର ଏହାର ତଦନ୍ତ କରାଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.