ଆଦିବାସୀ କୋଟାରେ ଚାକିରୀ ଅଭିଯୋଗ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

author img

By

Published : Sep 10, 2022, 11:44 AM IST

allegation of general category appointment in reservation quota in bhadrak

ଆଦିବାସୀ ସଂରକ୍ଷଣ କୋଟାରେ ୪ ଜଣ ସାଧାରଣ ବର୍ଗର ଶିକ୍ଷକ ବେଆଇନ ଭାବେ ଚାକିରୀ କରିଥିବା ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

ଭଦ୍ରକ: ଆଦିବାସୀ କୋଟାରେ ୪ ଜଣ ସାଧାରଣ ବର୍ଗର ଶିକ୍ଷକ ଚାକିରୀ କରିଥିବା ଅଭିଯୋଗ (Allegation of Appointment in Reservation Quota) । ତଦନ୍ତ ଆଳରେ ଚାରି ବର୍ଷ ହେଲା ପ୍ରଶାସନ ଟାଳି ଚାଲିଛି ବୋଲି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି । ଚାକିରୀରେ ଥିବା ସମୟରୁ ସୂଚନା ଅଧିକାର ଆଇନ ବଳରେ ତଥ୍ଯ ହାସଲ କରିବା ପରେ ବ୍ଲକଠାରୁ ଜିଲ୍ଲା ଏପରିକି ରାଜ୍ଯ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ।

ଏଥିରେ କ୍ରୋଧାନ୍ୱିତ ହୋଇ ତତ୍କାଳୀନ ଜିଲ୍ଲା ଶିକ୍ଷାଧିକାରୀ ୬ ମାସ ପର୍ଯ୍ୟନ୍ତ ତାଙ୍କର ଦରମା ବନ୍ଦ କରି ଦେଇଥିଲେ ବୋଲି ସୂଚନା ମିଳିଛି । କୋର୍ଟର ଆଶ୍ରୟ ନେବା ପରେ ତାଙ୍କୁ ଦରମା ମିଳିଥିଲା । ତାଙ୍କର ଅଭିୟୋଗ ଅନୁଯାୟୀ, ତିହିଡ଼ି ବ୍ଲକର ୪ ଜଣ ଶିକ୍ଷକ ଆଦିବାସୀ କୋଟାରେ ଚାକିରୀ କରିଛନ୍ତି । କିନ୍ତୁ ଏଯାବତ କୌଣସି ପଦକ୍ଷେପ ନିଆ ଯାଇନାହିଁ । ଏନେଇ ସେ କହିଛନ୍ତି, "ଦୀର୍ଘ ୪ ବର୍ଷ ହେବ ଏହି ଘଟଣା ନେଇ ଅଧିକାରୀଙ୍କୁ ଜଣାଉଛି । ସରକାରୀ ନିୟମକୁ ଅମାନ୍ୟ କରି ବେଆଇନ ଭାବେ ଚାକିରୀ କରିବା କେତେଦୂର ଠିକ୍‌ ।"

ଆଦିବାସୀ କୋଟାରେ ଚାକିରୀ ଅଭିଯୋଗ

ଏହା ମଧ୍ୟ ପଢ଼ନ୍ତୁ: ସ୍ତ୍ରୀକୁ ପରକରି ପ୍ରେମିକାକୁ ବିବାହ କରିଥିବା ରସିକିଆ ସ୍ବାମୀ ଗିରଫ

ଏହି ପ୍ରସଙ୍ଗରେ ଅଭିଯୋଗକାରିଣୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ରାଜ୍ଯପାଳ ପୁରସ୍କାର ପ୍ରାପ୍ତ ବିଜୟିନୀ ମହାରଣା ପୁନର୍ବାର ତିହିଡି ବ୍ଲକ ପରିସରରେ ଆୟୋଜିତ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀରେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଏଥର ନ୍ୟାୟ ନପାଇଲେ ସିଧାସଳଖ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି । ହେଲେ ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.