ଭାରସାମ୍ୟ ହରାଇ ଓଲଟିଲା ଅଟୋ, 8 ଛାତ୍ରଛାତ୍ରୀ ଆହତ

author img

By

Published : Sep 27, 2022, 10:59 PM IST

ଭାରସାମ୍ୟ ହରାଇ ଭଦ୍ରକ ପଳିକିରୀ ଛକରେ ଓଲଟିଲା ଅଟୋ : 8 ଛାତ୍ରଛାତ୍ରୀ ଆହତ

ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ପଳିକିରୀ ଛକ ନିକଟରେ ।

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ପଳିକିରୀ ଛକ ନିକଟରେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଛି । ଏହି ଘଟଣାରେ ପ୍ରାୟ ୧୦ରୁ ୧୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି (Accident at Bhadrak palikiri road 8 students injured) । ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଧାମନଗର ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଭାରସାମ୍ୟ ହରାଇ ଭଦ୍ରକ ପଳିକିରୀ ଛକରେ ଓଲଟିଲା ଅଟୋ : 8 ଛାତ୍ରଛାତ୍ରୀ ଆହତ

ସୂଚନା ଅନୁସାରେ ଧାମନଗର ଛକ ନିକଟସ୍ଥ ଶିଶୁ ମନ୍ଦିରରୁ ଛାତ୍ରଛାତ୍ରୀ ପାଠପଢ଼ା ସାରି ଅଟୋରେ ଘରକୁ ଫେରୁଥିଲେ । ଏହି ସମୟରେ ଧାମନଗର ମୁଖ୍ୟ ରାସ୍ତାର ପଳିକିରୀ ଛକ ନିକଟରେ ରାସ୍ତା କଡରେ ପଡିଥିବା ଏକ ଇଟାସହ ଅଟୋଟି ଧକ୍କା ହୋଇଥିଲା । ଫଳରେ ଚାଳକ ଜଣକ ଭାରସାମ୍ୟ ହରାଇ ବସିଲେ । ଯାହାଦ୍ବାରା ଅଟୋଟି ରାସ୍ତା କଡ଼କୁ ଓଲଟି ପଡିଥିଲା। ଫଳରେ ଅଟୋରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ଜଣ ଛାତ୍ରଛାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ (8 students injured)।

ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସମସ୍ତଙ୍କ ଚିକିତ୍ସା କରିଥିଲେ । ଏବେ ସମସ୍ତ ପିଲାଙ୍କ ଅବସ୍ଥା ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଅଟୋ ଚାଳକଙ୍କ ଏଭଳି ଖାମଖିଆଲି ଚାଳନା ଯୋଗୁଁ ଆଜି ପିଲାମାନେ ଏଭଳି ଅବସ୍ଥାରେ ପଡ଼ିଗଲେ । ହେଲେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ସମସ୍ତ ବିଦ୍ୟାର୍ଥୀ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.