ଉଦଘାଟିତ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ରଙ୍ଗମହଲ

author img

By

Published : Dec 28, 2022, 10:42 PM IST

Dhanuyatra Rangamahal

ଧନୁଯାତ୍ରା ଉପଲକ୍ଷେ ବରଗଡ ସହର ପାଲଟି ଯାଇଛି ମଥୁରା ନଗରୀ । 75 ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ଆଜି ଦ୍ଵିତୀୟ ଦିନରେ ସ୍ଥାନୀୟ ଲୋକମଣ୍ଡପ ସ୍ଥିତ ପଡିଆରେ ରଙ୍ଗମହଲର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ

Dhanuyatra Rangamahal

ବରଗଡ: ଉଦଘାଟିତ ହୋଇଯାଇଛି 75 ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ରଙ୍ଗ ମହଲ । 27 ଡିସେମ୍ବର 2022 ରୁ 6 ଜାନୁୟାରୀ 2023 ପର୍ଯ୍ୟନ୍ତ ବରଗଡରେ ଚାଲିଥିବା ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ଆଜି ଦ୍ଵିତୀୟ ଦିନରେ ସ୍ଥାନୀୟ ଲୋକମଣ୍ଡପ ସ୍ଥିତ ପଡିଆରେ ରଙ୍ଗମହଲର ଆୟୋଜନ କରାଯାଇଛି । ଏନେଇ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ଫିତା କାଟି ଏହି ରଙ୍ଗମହଲର ଉଦଘାଟନ କରିଛନ୍ତି ।

ଆଜିର ଏହି ଉଦଘାଟନୀ ସମାରୋହରେ ବରଗଡ ସାଂସଦ ସୁରେଶ ପୁଝାରି ଓ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ | ତେବେ କଂସ ମହାରାଜାଙ୍କୁ ଦେଖିବା ପାଇଁ ରଙ୍ଗମହଲ ଠାରେ ଲୋକଙ୍କ ବ୍ୟାପକ ଭିଡ ଲାଗି ରହିଥିବା ବେଳେ କଂସ ମହାରାଜଙ୍କ ମନୋରଞ୍ଜନ ପାଇଁ ଦୂର ଦୁରାନ୍ତରୁ ବହୁ କଳାକାର ଆସି ନିଜର କଳା ପ୍ରଦର୍ଶନ କରିଛନ୍ତି ।

ଏଥିସହ ଆଜି ସ୍ଥାନୀୟ ଲୋକମଣ୍ଡପ ପଡିଆ ଠାରେ କଂସ ମହାରାଜଙ୍କ ଆମୋଦ ପ୍ରମୋଦ ପାଇଁ ରଙ୍ଗମହଲର ଶୁଭ ଉଦଘାଟନ ହୋଇଯାଇଛି । ମହାରାଜ କଂସ ମଥୁରା ନଗରି ଭ୍ରମଣ କରିବା ପରେ ସନ୍ଧ୍ୟା ସମୟରେ ପହଞ୍ଚିଥିଲେ ଲୋକମଣ୍ଡପ ପଡିଆକୁ । ସେଠାରେ କଂସ ମହାରାଜଙ୍କ ପାଇଁ ନିର୍ମାଣ କରାଯାଇଥିବା ରଙ୍ଗ ମହଲକୁ ପଦାର୍ପଣ କରିଥିବା ସହ ଏହାର ଶୁଭ ଉଦଘାଟନ କରାଯାଇଥିଲା | ତେବେ ଆଜିର ଏହି ଶୁଭ ଉଦଘାଟନରେ ରଙ୍ଗମହଲର କଂସ ମହାରାଜଙ୍କ ମନୋରଞ୍ଜନ ପାଇଁ କଟକ , ବାଲିପାଟଣା ,ଗଞ୍ଜାମ , ବଲାଙ୍ଗୀର , ସମ୍ବଲପୁର , କୋରାପୁଟ , ପଦ୍ମପୁର ଏବଂ ସୁଦୂର କୋଲକାତା ରୁ କଳାକାର ମାନେ ଆସି ନୃତ୍ୟ ପ୍ରଦର୍ଶନ କରିଥିଲେ |

ଏହା ମଧ୍ୟ ପଢନ୍ତୁ-ଜମୁଛି ବରଗଡ ଧନୁଯାତ୍ରା, ମଥୁରାରେ କଂସ ମହାରାଜଙ୍କ ରାଜୁତି ଆରମ୍ଭ

ଧନୁଯାତ୍ରା ଉପଲକ୍ଷେ ବରଗଡ ସହର ପାଲଟି ଯାଇଛି ମଥୁରା ନଗରୀ । ୧୧ ଦିନ ଧରି ବରଗଡ଼ରେ ଚାଲିବ ମହାରାଜ କଂସଙ୍କ ରାଜୁତି । ସେହିପରି ଆମ୍ବାପାଲି ଆଜିଠାରୁ ଗୋପପୁର ପାଲଟି ଯାଇଛି । ଉଭୟ ବରଗଡ ଓ ଆମ୍ବାପାଲି ମଝିରେ ବହିଯାଇଥିବା ଜୀରା ନଦୀ ଏହି ୧୧ ଦିନ ପାଇଁ ହୋଇଯାଇଛି ଯମୁନା ନଦୀ । ବରଗଡ ଓ ଅମ୍ବାପାଲିର ସମସ୍ତ ବାସିନ୍ଦା ମଧ୍ୟ ହୋଇଯାନ୍ତି ୧୧ ଦିନର ଗୋଟେ ଗୋଟେ କଳାକାର । ଏହି ଦିନରେ ବରଗଡରେ ଜିଲ୍ଲାପ୍ରଶାସନ ବା ଜିଲ୍ଲାପାଳଙ୍କ ଶାସନ ନୁହେଁ, ଚାଲିବ ମହାରାଜ କଂସଙ୍କ ଶାସନ । ବିଶ୍ବର ଏହି ସର୍ବବୃହତ ଖୋଲା ଆକାଶ ରଙ୍ଗମଞ୍ଚ ମହୋତ୍ସବ ଦେଖିବାକୁ ବରଗଡକୁ ଦୂରଦୁରାନ୍ତରୁ ଲୋକେ ଆସିଥାନ୍ତି ଓ ଉପଭୋଗ କରିଥାନ୍ତି । ଅନ୍ୟପଟେ ମୀନାବଜାର ଓ ବିଭିନ୍ନ ପ୍ରଦର୍ଶନୀ ପାଇଁ ଲୋକଙ୍କ ଭିଡ଼ କାରଣରୁ ଧନୁଯାତ୍ରା ବ୍ୟାପାରର ଏକ ପେଣ୍ଠସ୍ଥଳୀ ମଧ୍ୟ ପାଲଟିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.