ବୁର୍ଜ ଖଲିଫା ସମ୍ମୁଖରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଶୁଭେଚ୍ଛା ବ୍ୟାନର

author img

By

Published : Jan 3, 2023, 7:39 AM IST

ବୁର୍ଜ ଖଲିଫା ସମ୍ମୁଖରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଶୁଭେଚ୍ଛା ବ୍ୟାନର

ଦୁବାଇରୁ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ର ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ଦୁଇ ଜଣ ବରଗଡ ବାସିନ୍ଦା । ହାପି ବରଗଡ଼ ଟିମର ସହଯୋଗରେ ଡିଏନଏମ ଫୋଟୋଗ୍ରାଫି ଟିମ ଓ ଦାଉଦ ନୁର୍ ସନ୍ ମଲ୍ଲିକ ଏକ ଧନୁଯାତ୍ରା ବ୍ୟାନର ଧରି ସମସ୍ତ ବରଗଡ ତଥା ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହାକୁ ନେଇ ବରଗଡରେ ଖୁସିର ମାହୋଲ । ଅଧିକ ପଢନ୍ତୁ

ବୁର୍ଜ ଖଲିଫା ସମ୍ମୁଖରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଶୁଭେଚ୍ଛା ବ୍ୟାନର
ବୁର୍ଜ ଖଲିଫା ସମ୍ମୁଖରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଶୁଭେଚ୍ଛା ବ୍ୟାନର

ବରଗଡ: ବିଶ୍ଵର ସର୍ବୋଚ୍ଚ ନଭଶ୍ଚୁମ୍ବି ଅଟ୍ଟାଳିକା ବୁର୍ଜ ଖଲିଫା ସମ୍ମୁଖରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ବ୍ୟାନର । ଦୁବାଇରୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଝଲକ ଦେଖିବାକୁ ମିଳିଛି । ବରଗଡର କିଛି ଯୁବକ ନିଜର ମାଟିର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବକୁ ବିଶ୍ଵ ଦରବାରରେ ଆହୁରି ପ୍ରଚାର କରିବାକୁ ବିଶ୍ଵର ସର୍ବୋଚ୍ଚ ନଭଶ୍ଚୁମ୍ବି ଅଟ୍ଟାଳିକା ବୁର୍ଜ ଖଲିଫା ସମ୍ମୁଖରେ ଧନୁଯାତ୍ରା ବ୍ୟାନର ପ୍ରଦର୍ଶନ କରିଛନ୍ତି ।

ସେଠାକାର ସାଧାରଣ ଜନତା ଓ ଅନ୍ୟାନ୍ୟ ଦେଶର ପର୍ଯ୍ୟଟକଙ୍କୁ ଧନୁଯାତ୍ରା ମହୋତ୍ସବ ଉପରେ ପ୍ରଚାର କରିବା ସହ ସମସ୍ତଙ୍କୁ ବିଶ୍ଵର ସର୍ବ ବୃହତ ଖୋଲା ରଙ୍ଗମଞ୍ଚକୁ ଦେଖି ଆସିବାକୁ ଅନୁରୋଧ କରିଛନ୍ତି । ବରଗଡର ଦୁଇ ସଂସ୍ଥା ହାପି ବରଗଡ ଓ ଡିଏନଏମ ଫୋଟୋଗ୍ରାଫି ଧନୁଯାତ୍ରା ମହୋତ୍ସବ ସମିତିର ପ୍ରଚାରପ୍ରସାର କମିଟି ସହ ଆଲୋଚନା କରି ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ।

ଦୁବାଇରୁ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ଦୁଇ ଜଣ ବରଗଡ ବାସିନ୍ଦା । ହାପି ବରଗଡ଼ ଟିମର ସହଯୋଗରେ ଡିଏନଏମ ଫୋଟୋଗ୍ରାଫି ଟିମ ଓ ଦାଉଦ ନୁର୍ ସନ୍ ମଲ୍ଲିକ ଏକ ଧନୁଯାତ୍ରା ବ୍ୟାନର ଧରି ସମସ୍ତ ବରଗଡ ତଥା ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଆଗକୁ ଆହୁରି ଏଭଳି ପ୍ରୟାସ ଆରମ୍ଭ କରିବା ପାଇଁ ପ୍ରୟାସ କରାଯିବ ବୋଲି ଉଭୟ ସଂଗଠନ କହିଛନ୍ତି । ଏହାକୁ ନେଇ ବରଗଡରେ ଖୁସିର ମାହୋଲ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.