ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଉଦ୍‌ଘାଟିତ, ବରଗଡ଼ରେ ଆରମ୍ଭ ହେଲା ମହାରାଜ କଂସଙ୍କ ରାଜୁତି

author img

By

Published : Dec 27, 2022, 9:07 PM IST

Updated : Dec 27, 2022, 10:45 PM IST

ବରଗଡ଼ ଧନୁଯାତ୍ରା ଉଦ୍‌ଘାଟିତ

ବରଗଡ଼ରେ ୭୫ ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ଉଦ୍‌ଘାଟନ ହୋଇଛି । ବରଗଡ଼ ସାଂସଦ ସୁରେଶ ପୁଜାରୀ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଫିତା କାଟି ଏହି ବିଶ୍ଵପ୍ରସିଦ୍ଧ ମହୋତ୍ସବର ଶୁଭାରମ୍ଭ କରିଛନ୍ତି । ଏହାପରେ ବରଗଡ଼ ସହରରେ ମହାରାଜ କଂସଙ୍କ ରାଜୁତି ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ବରଗଡ଼ ଧନୁଯାତ୍ରା ଉଦ୍‌ଘାଟିତ

ବରଗଡ଼: ଉଦ୍‌ଘାଟିତ ହେଲା ବରଗଡ଼ର ୭୫ ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ । ବରଗଡ଼ ସାଂସଦ ସୁରେଶ ପୁଜାରୀ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଫିତା କାଟି ଏହି ବିଶ୍ଵପ୍ରସିଦ୍ଧ ମହୋତ୍ସବର ଶୁଭାରମ୍ଭ କରିଛନ୍ତି । ଆଜି ଠାରୁ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବାକୁ ଥିବାବେଳେ ଏହି ଦିନରେ ବରଗଡ଼ରେ ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲାପାଳ ନୁହେଁ ବରଂ ମହାରାଜ କଂସଙ୍କର ଶାସନ ଚାଲିଥାଏ ।

ଧନୁଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରଥମେ ସନ୍ଧ୍ୟା ୫ଟା ୩୦ ମିନିଟ ସମୟରେ ବରଗଡ଼ ତଳିପଡାସ୍ଥିତ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରରେ ପ୍ରଥମେ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ଆଜ୍ଞାମାଳ ନିଆଯାଇଥିଲା । ପରେ ଏକ ଶୋଭାଯାତ୍ରା ଜରିଆରେ ହାଟପଦା ଠାରେ ରହିଥିବା ମୁଖ୍ୟ ଦରବାରରେ ସମସ୍ତେ ପହଞ୍ଚିଥିଲେ । ସନ୍ଧ୍ୟା ୭ଟା ୫୦ ମିନିଟ ସମୟରେ ଫିତା କାଟି ୭୫ ତମ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାକୁ ଶୁଭାରମ୍ଭ କରିଥିଲେ ନିମନ୍ତ୍ରିତ ଅତିଥି । ଆଜି ଠାରୁ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ ।

ଧନୁଯାତ୍ରା ଉପଲକ୍ଷେ ବରଗଡ ସହର ପାଲଟି ଯାଇଛି ମଥୁରା ନଗରୀ । ୧୧ ଦିନ ଧରି ବରଗଡ଼ରେ ଚାଲିବ ମହାରାଜ କଂସଙ୍କ ରାଜୁତି । ସେହିପରି ଆମ୍ବାପାଲି ଆଜିଠାରୁ ଗୋପପୁର ପାଲଟି ଯାଇଛି । ଉଭୟ ବରଗଡ ଓ ଆମ୍ବାପାଲି ମଝିରେ ବହିଯାଇଥିବା ଜୀରା ନଦୀ ଏହି ୧୧ ଦିନ ପାଇଁ ହୋଇଯାଇଛି ଯମୁନା ନଦୀ । ବରଗଡ ଓ ଅମ୍ବାପାଲିର ସମସ୍ତ ବାସିନ୍ଦା ମଧ୍ୟ ହୋଇଯାନ୍ତି ୧୧ ଦିନର ଗୋଟେ ଗୋଟେ କଳାକାର । ଏହି ଦିନରେ ବରଗଡରେ ଜିଲ୍ଲାପ୍ରଶାସନ ବା ଜିଲ୍ଲାପାଳଙ୍କ ଶାସନ ନୁହେଁ, ଚାଲିବ ମହାରାଜ କଂସଙ୍କ ଶାସନ । ବିଶ୍ବର ଏହି ସର୍ବବୃହତ ଖୋଲା ଆକାଶ ରଙ୍ଗମଞ୍ଚ ମହୋତ୍ସବ ଦେଖିବାକୁ ବରଗଡକୁ ଦୂରଦୁରାନ୍ତରୁ ଲୋକେ ଆସିଥାନ୍ତି ଓ ଉପଭୋଗ କରିଥାନ୍ତି । ଅନ୍ୟପଟେ ମୀନାବଜାର ଓ ବିଭିନ୍ନ ପ୍ରଦର୍ଶନୀ ପାଇଁ ଲୋକଙ୍କ ଭିଡ଼ କାରଣରୁ ଧନୁଯାତ୍ରା ବ୍ୟାପାରର ଏକ ପେଣ୍ଠସ୍ଥଳୀ ମଧ୍ୟ ପାଲଟିଛି ।

ଇଟିଭି ଭାରତ, ବରଗଡ଼

Last Updated :Dec 27, 2022, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.