ଅଧର୍ମକୁ ପରାସ୍ତ କରି ଧର୍ମର ହେଲା ଜୟ, ସରିଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

author img

By

Published : Jan 7, 2023, 9:14 PM IST

Updated : Jan 7, 2023, 9:42 PM IST

କଂସ ବଦ୍ଧ ସହିତ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ସମାପ୍ତ

ଅନ୍ୟାୟ, ଅଧର୍ମକୁ ପଛରେ ପକାଇ ସତ୍ୟ ଓ ଧର୍ମର ଜୟ ହୋଇଛି । କଂସ ବଦ୍ଧ ସହ ସମାପ୍ତ ହୋଇଛି ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଯୁଗେଯୁଗେ କେବଳ ସତ୍ୟ, ନ୍ୟାୟ ଓ ଧର୍ମର ହିଁ ଜୟ ହୋଇଥାଏ, ଏହା ପ୍ରମାଣିତ ହୋଇଛି । ଅତ୍ୟାଚାରୀ କଂସକୁ ବଦ୍ଧ କରିବା ପରେ କାରାଗାରରୁ ଦେବକୀ ବସୁଦେବଙ୍କୁ ମୁକ୍ତ କରି ଉଗ୍ରସେନଙ୍କର ରାଜ୍ୟାଭିଷେକ କରିଛନ୍ତି ଭଗବାନ କୃଷ୍ଣ ଓ ବଳରାମ । ଅଧିକ ପଢ଼ନ୍ତୁ

କଂସ ବଦ୍ଧ ସହିତ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ସମାପ୍ତ

ବରଗଡ଼: କଂସ ବଧ ସହ ସମାପ୍ତ ହୋଇଛି ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି ଓ ଅତ୍ୟାଚାରକୁ ନେଇ ଆରମ୍ଭ ହୋଇଥିବା ଏହି ଯାତ୍ରା ଦୀର୍ଘ ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ, ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଓ ଧର୍ମର ଜୟ ହୋଇଛି । ଯୁଗେଯୁଗେ କେବଳ ସତ୍ୟ, ନ୍ୟାୟ ଓ ଧର୍ମର ହିଁ ଜୟ ହୋଇଥାଏ, ଏହି ବାର୍ତ୍ତା ପ୍ରସାର ହେଉଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ ।

ମଥୁରା ନଗରୀ ଭ୍ରମଣ ପରେ କଂସ ଦରବାରରେ କୃଷ୍ଣ ବଳରାମ- ଗତ ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଶୁକ୍ରବାର ପୌଷ ପୂର୍ଣ୍ଣମୀ ଦିନ ସମାପ୍ତ ହୋଇଛି । ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ ଓ ବଳରାମ ମଥୁରା ନଗରୀ ଭ୍ରମଣ କରି ମହାରାଜ କଂସଙ୍କ ଧନୁଯାତ୍ରାରେ ପହଞ୍ଚିଥିଲେ । ଏଠାରେ ମହାରାଜା କଂସଙ୍କ ଆଦେଶ ଅନୁଯାୟୀ ରାଜଦରବାରର ସମସ୍ତ ଦ୍ବାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା । ପ୍ରଥମ ଦ୍ବାରରେ ଥିଲା କୁବଳୟା ହସ୍ତୀ । ତେବେ କୁବଳୟା ହସ୍ତୀ ସହିତ ଗୋଟିଏ ପରେ ଗୋଟିଏ ସମସ୍ତ ଯୋଦ୍ଧାଙ୍କୁ ବଦ୍ଧ କରିଥିଲେ କୃଷ୍ଣ ଓ ବଳରାମ ଦୁଇ ଭାଇ । ଶେଷରେ ମହାରାଜ କଂସ ଓ ମହାମନ୍ତ୍ରୀ ଶକ୍ରାଜିତ ଭଗବାନ କୃଷ୍ଣଙ୍କ ପାଖରେ ଆତ୍ମ ସମର୍ପଣ କରିବା ଦୃଶ୍ୟ ଥିଲା ବେଶ ମନୋରମ ।

କଂସର ଅତ୍ୟାଚାରରୁ ମୁକ୍ତ ହେଲେ ମଥୁରାବାସୀ- ଯୁଗେଯୁଗେ ଅଧର୍ମ ଉପରେ ଧର୍ମର ଓ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥାଏ । ଏହି କ୍ରମରେ କଂସାସୁରର ଗୋଟିଏ ପରେ ଗୋଟିଏ କରି ସମସ୍ତ ପରାକ୍ରମୀ ଯୋଦ୍ଧାଙ୍କୁ ବଦ୍ଧ କରିଥିଲେ ଭଗବାନ କୃଷ୍ଣ ଓ ବଡ଼ଭାଇ ବଳରାମ । ଶେଷରେ ଅଷ୍ଟମଲ୍ଲଙ୍କୁ ବଦ୍ଧ କରିବା ପରେ ମହାରାଜ କଂସକୁ ବଦ୍ଧ କରିଥିଲେ ଭଗବାନ । କୃଷ୍ଣଙ୍କ ହାତରେ କଂସ ବଦ୍ଧ ହେବାପରେ ମଥୁରାରେ ଦେଖାଯାଇଥିଲା ଉତ୍ସବର ମାହୋଲ । କୃଷ୍ଣ ବଳରାମ ମହାରାଜ କଂସକୁ ବଦ୍ଧ କରି ମଥୁରାବାସୀଙ୍କୁ କଂସର ଅତ୍ୟାଚାରରୁ ମୁକ୍ତ କରାଇଥିଲେ ।

ଉଗ୍ରସେନଙ୍କ ରାଜ୍ୟାଭିଷେକ- ଅହଙ୍କାରୀ କଂସ ବଦ୍ଧ ପରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଥୁରା କାରାଗୃହକୁ ଯାଇ ଦେବକୀ ଓ ବସୁଦେବଙ୍କୁ ମୁକ୍ତ କରିଥିଲେ । ଏହାପରେ ମହାରାଜା ଉଗ୍ରସେନଙ୍କ ରାଜ୍ୟାଭିଷେକ କରାଇଥିଲେ । ଦୀର୍ଘ ୧୧ ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରା ଜନସାଧାରଣଙ୍କୁ ଅନେକ କିଛି ଶିକ୍ଷା ଦେଇଥିବା ବେଳେ ଯୁଗେ ଯୁଗେ ସର୍ବଦା ଧର୍ମର ହିଁ ଜୟ ହୋଇଥାଏ ତାହା ପ୍ରମାଣିତ କରିଛି । ତେବେ ଦୀର୍ଘ ୧୧ ଦିନ ଧରି ଚାଲିଥିବା ଏହି ଧନୁଯାତ୍ରା ହେଉଛି ବିଶ୍ବର ସର୍ବ ବୃହତ ଖୋଲା ରଙ୍ଗମଞ୍ଚ । ଏଠାରେ ସମସ୍ତେ ଜଣେ ଜଣେ କଳାକାର । ଅନ୍ତିମ ଦିବସରେ କୃଷ୍ଣ କଂସଙ୍କୁ ବଧ କଲାପରେ ପାପର ସଂହାର ପାଇଁ ସ୍ବୟଂ ଭଗବାନ ଧରାପୃଷ୍ଠକୁ ଓହ୍ଲାଇ ଆସିଥିବା ଭଳି ଅନୁଭବ ହୋଇଥିବା ବରଗଡ଼ବାସୀ କହିଛନ୍ତି ।

ହୀରକ ଜୟନ୍ତୀରେ ରେକର୍ଡ- କଂସ ବଦ୍ଧ ସହ ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ସମାପ୍ତ ହୋଇଛି । ଗତ ଡିସେମ୍ବର ୨୭ ତାରିଖ ୨୦୨୨ରେ ଆରମ୍ଭ ହୋଇଥିବା ଏହି ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ଜାନୁୟାରୀ ୬ ତାରିଖ ୨୦୨୩, ପୌଷ ପୂର୍ଣ୍ଣିମାରେ ଶେଷ ହୋଇଛି । କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଏହି ଧନୁଯାତ୍ରା ସଂପୂର୍ଣ୍ଣ ବନ୍ଦ ରହିଥିଲା । ତେବେ କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ ପୁଣି ଆରମ୍ଭ ହୋଇଥିଲା ଏହି ଯାତ୍ରା । ଦୀର୍ଘ ୭୫ ବର୍ଷ ଧରି ଚାଲିଥିବା ଏହି ଧନୁଯାତ୍ରା ଚଳିତ ବର୍ଷ ହୀରକ ଜୟନ୍ତୀ ପାଳନ କରକିଥିବା ବେଳେ ଏଥିରେ ଜନ ସାମଗମ ରେକର୍ଡ ସୃଷ୍ଟି କରିଛି ।

ଇଟିଭି ଭାରତ, ବରଗଡ଼

Last Updated :Jan 7, 2023, 9:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.