ମାଆ ମୁହଁରେ ନିଆଁ ଦେଲେନି ପୁଅ, ସତ୍କାର କଲା ସଂକଳ୍ପ ପରିବାର

author img

By

Published : Oct 17, 2021, 9:23 AM IST

ମାଆର ଅନ୍ତିମ ସତ୍କାର ପାଇଁ ଆସିଲାନି ପୁଅ

ଜୀବନର ଶେଷ ସମୟରେ ବି ମାଆ ମୁହଁକୁ ଚାହିଁଲେନି ଦୁଇପୁଅ । ଏପରି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଆଶାକିରନ ନିକଟସ୍ଥ ମାତୃବିହାର ଠାରେ । ମାଆର ଅନ୍ତିମସଂସ୍କାର ପାଇଁ ଦୁଇପୁଅ ନଆସିବାରୁ ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାରର ବୃଦ୍ଧାଙ୍କ ଅନ୍ତିମ ସତ୍କାର କରିଛି । ଅଧିକ ପଢନ୍ତୁ...

ବରଗଡ: ଜନ୍ମକଲା ମାଆର ଶେଷ ଦିନରେ ବି ଅନେଇଲାନି ପୁଅ । ଯେଉଁ ମାଆ ଗର୍ଭଯନ୍ତ୍ରଣା ସହି ପିଲାକୁ ଜନ୍ମ ଦେଲା ଦୁଃଖ କଷ୍ଟ ସହି ବଡ କଲା ଆଖି ବୁଜିଲା ପରେ ବି ଦୁଇଟି ଦୁଇଟି ପୁଅ ପାଇଁ ଅଲୋଡା ହେଲା ମାଆ । ଜୀବନର ଶେଷ ସମୟରେ ବି ମାଆ ମୁହଁକୁ ଚାହିଁଲେନି ଦୁଇପୁଅ । ଏପରି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଆଶାକିରନ ନିକଟସ୍ଥ ମାତୃବିହାର ଠାରେ । ମାଆର ଅନ୍ତିମ ସଂସ୍କାର ପାଇଁ ଦୁଇପୁଅ ନଆସିବାରୁ ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାରର ବୃଦ୍ଧାଙ୍କ ଅନ୍ତିମ ସତ୍କାର କରିଛି ।

ମାଆର ଅନ୍ତିମ ସତ୍କାର ପାଇଁ ଆସିଲାନି ପୁଅ

ମୃତ 82 ବର୍ଷର ବୃଦ୍ଧା ମାୟା ବାନାର୍ଜୀଙ୍କର ଦୁଇ ପୁଅ ଏବଂ ଗୋଟେ ଝିଅ । ବଡ଼ ପୁଅ ଆଲୋକ ବାନାର୍ଜୀ ଏବଂ ସାନ ପୁଅ ମାଧବ ବାନାର୍ଜୀ ଉଭୟେ ଛତିଶଗଡ଼ ରାଜ୍ୟରେ ବ୍ୟାଙ୍କରେ ଚାକିରି କରନ୍ତି । ତେବେ ଝିଅ ଓ ଜ୍ୟୋଇଁଙ୍କ ସଙ୍ଗେ ବୃଦ୍ଧା ଜଣକ ବରଗଡ଼ରେ ରହୁଥିବା ବେଳେ ଗତ କିଛିଦିନ ହେଲା ତାଙ୍କ ଦେହ ଅସୁସ୍ଥ ରହିଥିଲା । ଚିକିତ୍ସିତ ଅବସ୍ଥାରେ ବୃଦ୍ଧା ଜଣଙ୍କର ଆଜି(ଶନିବାର) ଭୋର 5 ଟାରେ ମୃତ୍ୟୁ ହୋଇଥିଲା । ଜ୍ବାଇଁ ଏସ. ଏଲ ମୁଖାର୍ଜୀ ଓ ଝିଅ କାକୁଳି ମୁଖାର୍ଜୀ ଘରେ ଏକାକୀ ଥିବାରୁ ସତ୍କାର ପାଇଁ ଅସହାୟ ହୋଇପଡ଼ିଥିଲେ । ଏହି ପରିବାର ବରଗଡ଼କୁ ଦୁଇ ବର୍ଷ ହେଲା ନୂତନ ଭାବେ ଆସି ରହୁଥିବା ବେଳେ ପାଖ ପଡ଼ୋଶୀ ଛଡ଼ା ତାଙ୍କ କେହି ସମ୍ପର୍କୀୟ ମଧ୍ୟ ବରଗଡ଼ରେ ନାହାନ୍ତି ।

ପଡ଼ୋଶୀ ସୁବୋଧ କୁମାର ସାହୁ ଏହି ଘଟଣା ବିଷୟରେ ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାରକୁ ଯୋଗାଯୋଗ କରି ସତ୍କାର ପାଇଁ ସାହାଯ୍ୟ ମାଗିଥିଲେ । ତେବେ ଉକ୍ତ ପରିବାର ବାସ କରୁଥିବା ଆଶାକିରନ ନିକଟସ୍ଥ ମାତୃବିହାର ବାସଭବନରେ ସଂକଳ୍ପ ପରିବାର ପହଞ୍ଚିଥିଲା ବୃଦ୍ଧାଙ୍କର ସତ୍କାର କରିଥିଲା । ସତ୍କାର ପାଇଁ ସମାଜସେବୀ ସଙ୍ଗଠନ ଆଗେଇ ଆସିଥିଲା ହେଲେ ଦୁଇଟି ଦୁଇଟି ପୁଅଙ୍କର ଦେଖା ନଥିଲା ।

ବରଗଡକୁ ରାଜେଶ ସରାଫ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.