ବରଗଡରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଦଳ ପକ୍ଷରୁ ବ୍ୟାପକ ସମ୍ବର୍ଦ୍ଧନା

author img

By

Published : Oct 8, 2021, 7:33 AM IST

ବରଗଡରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ ; ଦଳ ପକ୍ଷରୁ ବ୍ୟାପକ ସମ୍ବର୍ଦ୍ଧନା

ବରଗଡ ଜିଲ୍ଲା ଗସ୍ତରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁ । ଦଳ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଜଳ ଏବଂ ମରୁଡି ସମସ୍ୟା ନେଇ ରଖିଲେ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ବରଗଡ: ଜିଲ୍ଲା ଗସ୍ତରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁ । ସେ ବରଗଡରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ଘୁଲିପାଳି ଛକ ଠାରେ ମନ୍ତ୍ରୀଙ୍କୁ ସ୍ଵାଗତ ଜଣାଇବା ସହିତ ସଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ତାଙ୍କୁ ବିଜେପି କାର୍ଯ୍ୟାଳୟକୁ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ମାନେ ନିଜ ନିଜ ରାଜ୍ୟର ଜନ ସାଧାରଣଙ୍କ ପାଖରେ ପହଞ୍ଚୁଛନ୍ତି ।

ବରଗଡରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ ; ଦଳ ପକ୍ଷରୁ ବ୍ୟାପକ ସମ୍ବର୍ଦ୍ଧନା

ଏହି କ୍ରମରେ ଜିଲ୍ଲାକୁ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁ ଗସ୍ତ କରିଛନ୍ତି । ଜିଲ୍ଲାରେ ବିଶେଷ କରି ଜଳ ଏବଂ ମରୁଡି ସମସ୍ୟା ରହିଥିବାରୁ ସଠିକ ଢଙ୍ଗରେ ଏବଂ ଠିକ ସମୟରେ ସମସ୍ତ ଅସୁବିଧାର ରିପୋର୍ଟ କେନ୍ଦ୍ର ପାଖକୁ ପହଞ୍ଚାଇଲେ ସମସ୍ତ କାର୍ଯ୍ୟ ଗୁଡିକ ସୂଚାରୁ ରୂପେ ପୂରଣ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ଠାରେ ଆଗ୍ରହ ଏବଂ ନିଦେଦନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁ ।

ବରଗଡରୁ ରାଜେସ ସରାପ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.