ପୋଲିସ ହେପାଜତରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ, ମେଡିକାଲରେ ଉତ୍ତେଜନା

author img

By

Published : Sep 25, 2021, 1:27 PM IST

ବରଗଡ଼ ଟାଉନ ଥାନାରେ ଯୁବକଙ୍କ ମୃତ୍ୟୁ, ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ବରଗଡ ଟାଉନ ଥାନା ପୋଲିସ ଉଠାଇ ଆଣିଥିବା ଯୁବକଙ୍କ ମୃତ୍ୟୁ । ପୋଲିସ ବିରୁଦ୍ଧରେ ହାଜତ ମୃତ୍ୟୁ ଅଭିଯୋଗ ଆଣିଲେ ତୋରା ଗ୍ରାମବାସୀ ।

ବରଗଡ଼: ଟାଉନ ଥାନା ପୋଲିସ ବିରୁଦ୍ଧରେ ହାଜତ ମୃତ୍ୟୁ ଅଭିଯୋଗ ଆଣିଲେ ତୋରା ଗ୍ରାମବାସୀ । ରାତିରେ ଉଠାଇ ନେଥିବା ଯୁବକର ସକାଳେ କିପରି ମୃତ୍ୟୁ ହେଲା ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।

ବରଗଡ଼ ଟାଉନ ଥାନାରେ ଯୁବକଙ୍କ ମୃତ୍ୟୁ, ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ସୂଚନା ଅନୁଯାୟୀ ଗତକାଲି(ଶୁକ୍ରବାର) ଟାଉନ ପୋଲିସ ତୋରା ଗ୍ରାମର 25 ବର୍ଷୀୟ ଯୁବକ ଗୋବିନ୍ଦ କୁମ୍ଭାରକୁ କୌଣସି କାରଣରୁ ରାତି 2ଟାରେ ଘରୁ ଉଠାଇ ଆଣିଲା । ମାତ୍ର ଆଜି(ଶନିବାର) ସକାଳେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ପରିବାର ଲୋକଙ୍କୁ ଟାଉନ ପୋଲିସ ଖବର ଦେଇଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଅନ୍ୟପଟେ ପୋଲିସ ମୃତ ଗୋବିନ୍ଦ କୁମ୍ଭାରକୁ ଖେଦାପାଳି ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ରଖି ଥିବାବେଳେ ସେଠାରେ ଉତ୍ତେଜନା ଦେଖାଦେଇଛି । ମୁଖ୍ୟ ଚିକିତ୍ସାଳୟକୁ ତୋରା ଗ୍ରାମବାସୀ ପହଞ୍ଚି ଭଙ୍ଗାରୁଜା କରିବା ସହ ପୋଲିସକୁ ଟେକା ପଥର ଫିଙ୍ଗିଥିଲେ । ଏହାକୁ ନେଇ ପୋଲିସ ଓ ତୋରା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.