ବରଗଡ ହାଜତ ମୃତ୍ୟୁ ଘଟଣା: ୪ ପୋଲିସ କର୍ମଚାରୀ ନିଲମ୍ବିତ, ମୁହଁ ଖୋଲୁନାହାନ୍ତି ଏସପି

author img

By

Published : Sep 27, 2021, 12:47 PM IST

ବରଗଡ଼ ହାଜତ ମୃତ୍ୟୁ ଘଟଣା: ୪ ପୋଲିସ କର୍ମଚାରୀ ନିଲମ୍ବିତ ନେଇ ମୁହଁ ଖୋଲୁନାହାନ୍ତି ଏସପି

ହାଜତ ମୃତ୍ୟୁ ଘଟଣାରେ ୪ ପୋଲିସ କର୍ମଚାରୀ ନିଲମ୍ବିତ । ମୁହଁ ଖୋଲୁନାହାନ୍ତି ଏସପି । ଅଧିକ ପଢନ୍ତୁ...

ବରଗଡ଼: ଟାଉନ ଥାନା ହାଜତରେ 25 ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ ଗତକାଲି କାର୍ଯ୍ୟାନୁଷ୍ଠାନ ନିଆଯାଇ ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ତେବେ ନିଲମ୍ବିତ କରାଯାଇଥିଲେ ମଧ୍ୟ ଏନେଇ ମୁହଁ ଖୋଲୁନାହାନ୍ତି ବରଗଡ ଏସପି। ତେବେ ସତରେ ୪ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ନା ନାହିଁ ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବରଗଡ଼ ହାଜତ ମୃତ୍ୟୁ ଘଟଣା: ୪ ପୋଲିସ କର୍ମଚାରୀ ନିଲମ୍ବିତ ନେଇ ମୁହଁ ଖୋଲୁନାହାନ୍ତି ଏସପି

ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ଦିନ 2 ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ସେହିଦିନ ରାତି 2ଟାରେ ପୋଲିସ ତୋରା ଗ୍ରାମର 25 ବର୍ଷୀୟ ଯୁବକ ଗୋବିନ୍ଦ କୁମ୍ଭାରଙ୍କୁ ଘରୁ ଉଠାଇ ଆଣିଥିଲା । ଏହାର 5 ଘଣ୍ଟା ପରେ ଉକ୍ତ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା ପୋଲିସ । ପୋଲିସ କହୁଛି ଆଦୌ ମାଡ ମରାଯାଇନାହିଁ ହେଲେ ମୃତ ଗୋବିନ୍ଦଙ୍କ ପିଠି, ପିଚା ଏବଂ ଗୋଡରେ ଭୟଙ୍କର କଳା ଚିହ୍ନ ବାରି ପରିବାର ଲୋକ ଓ ଗ୍ରାମବାସୀ ୪ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଗତକାଲି ପୋଲିସ ବିଭାଗ ଓ ଏସଡିପିଓ ପକ୍ଷରୁ 4 ଜଣ କର୍ମଚାରୀ ନିଲମ୍ବିତ କରାଯାଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ହେଲେ ଏନେଇ ବରଗଡ ଏସପି ମୁହଁ ଖୋଲି ନାହାନ୍ତି ।

ତେବେ ଜିଲ୍ଲା ପୋଲିସ ମୁଖ୍ୟଙ୍କ ଉଦ୍ଦେଶ୍ୟ ବରଗଡବାସୀ ଜାଣିସାରିଥିବା ବେଳେ ଭୀମ ଆରମି ସହିତ ବିଭିନ୍ନ ସଙ୍ଗଠନ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ବିଦ୍ରୋହ ମନୋଭାବ ଜାତ ହୋଇସାରିଥିବା ବ୍ୟାପକ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.