Dhanu Yatra: ରାଧାକୃଷ୍ଣଙ୍କ ନାବକେଳି, କୃଷ୍ଣମୟ ଗୋପପୁର

author img

By

Published : Jan 4, 2023, 9:39 AM IST

Updated : Jan 4, 2023, 9:51 AM IST

World Famous Bargarh Dhanu Yatra

ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ସପ୍ତପ ଦିନରେ ଗୋପପୁରରେ ରାଧାକୃଷ୍ଣଙ୍କ ନାବକେଳି । ଅନ୍ୟପଟେ ଚିଟାଉ ଧରି ଗୋପପୁର ଅଭିମୁଖେ ଅକ୍ରୁର । ଅଧିକ ପଢ଼ନ୍ତୁ

ରାଧାକୃଷ୍ଣଙ୍କ ନାବକେଳି

ବରଗଡ଼: ବିଶ୍ୱପ୍ରସିଦ୍ଧ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର (World Famous Bargarh Dhanu Yatra) ସପ୍ତମ ଦିନରେ କୃଷ୍ଣମୟ ହୋଇଥିଲା ଗୋପପୁର । ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ଗୋପପୁରରେ ରାଧାକୃଷ୍ଣଙ୍କ ନାବକେଳି (Nabakeli of Radha Krishna) ଅଭିନୀତ ହୋଇଥିଲା । ପ୍ରତିଦିନ ଭଳି ରାଧା ଓ ଗୋପାଙ୍ଗନାଙ୍କ ସହ ଦହି ବିକ୍ରି କରିବାକୁ ମଥୁରାନଗରୀ ଆସିଥିଲେ । ଦହି ବିକ୍ରି ସାରି ଗୋପପୁର ଫେରିବା ବାଟରେ ଯମୁନା କୂଳରେ କୃଷ୍ଣ ନାଉଁରୀଆ ବେଶରେ ଜଗି ରହିଥାନ୍ତି । ତାପରେ ହୋଇଥାଏ ରାଧାକୃଷ୍ଣଙ୍କ ନାବକେଳି । ସପ୍ତମ ଦିନର ଏହି ମନୋରମ ଦୃଶ୍ୟ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା । ରାଧାକୃଷ୍ଣଙ୍କ ପ୍ରେମରେ ଆତ୍ମବିଭୋର ହୋଇପଡ଼ିଥିଲେ ଦର୍ଶକ ।

ଏହା ମଧ୍ୟ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ, ସହର ପାଇଁ ଐତିହାସିକ ଦିନ କହିଲେ ସ୍ଥାନୀୟ ବିଧାୟକ

ଗୋପପୁର ହୋଇପଡ଼ିଛି କୃଷ୍ଣମୟ

ସାରା ଗୋପପୁର ହୋଇପଡ଼ିଛି କୃଷ୍ଣମୟ । କୃଷ୍ରପ୍ରେମରେ ରାଧାଙ୍କ ସହ ଷୋହଳ ସହସ୍ରଗୋପୀ ହୋଇପଡ଼ିଛନ୍ତି ଆତ୍ମବିଭୋର । ନଟଖଟିଆ କାହ୍ନୁ ଗୋଟିଏ ପରେ ଗୋଟିଏ ଲିଳା କରି ଚାଲିଛନ୍ତି । କେତେବେଳେ ଗୋପୀଙ୍କ ଦଧିହାଣ୍ଡି ଭାଗୁଛନ୍ତି ତ ଆଉ କେତେ ବେଳେ ବସ୍ତ୍ରହରଣ କରୁଛନ୍ତି । ଅନ୍ୟପଟେ ମଥୁରାରେ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜ କଂସ ଆୟୋଜନ କରିଛନ୍ତି ଛଳନାର ଯାତ୍ରା ଧନୁଯାତ୍ରା ଓ କରିଚାଲିଛନ୍ତି ଷଢ଼ଯନ୍ତ୍ର । କଳେ ବଳେ କୌଶଳେ କିପରି କୃଷ୍ଣ ବଳରାମଙ୍କୁ ନିଧନ କରିବେ ସେନେଇ ଚିନ୍ତିତ ହୋଇପଡ଼ିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ, ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୨୫ କୋଟି

ଠିକ ଏତିକି ବେଳେ ଦେବର୍ଷି ନାରଦ ଧନୁଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଥୁରାରେ ଆୟୋଜିତ ଏହି ଧନୁଯାତ୍ରା ଦେଖିବାକୁ କୃଷ୍ଣ ବଳରାମଙ୍କୁ ନେଇ ଆସିବା ପାଇଁ ମନ୍ତ୍ରୀ ଅକୃରଙ୍କ ହାତରେ ଏକ ଚିଟାଉ ଦେଇ ଗୋପପୁରକୁ ପଠାଇଛନ୍ତି । ମଥୁରା ପହଞ୍ଚିବା ପରେ ଯେପରି କୃଷ୍ଣ ବଳରାମ ଗୋପପୁରକୁ ଫେରି ନପାରିବେ ସେନେଇ ମହାରାଜ କଂସ ସମସ୍ତ ପ୍ରହାରୀମାନଙ୍କୁ ସଜାଗ କରିଛନ୍ତି । ଦୁଇ ଭାଇଙ୍କୁ ମାରିବା ପାଇଁ ଶଙ୍ଖଚୁଡ ସାପକୁ ଗୋପକୁ ପଠାଇଛନ୍ତି । ଅନ୍ୟପଟେ ସପ୍ତମ ଦିନରେ ଭାଇ କୃଷ୍ଣ ବଳରାମ ଗୋପନଗର ପରିଭ୍ରମଣ କରିଥିଲେ । ରାଧାରମଣ ଓ ବଳଭଦ୍ରଙ୍କ ସମେତ ନନ୍ଦ ରାଜାରାଣୀ ପ୍ରଜାଙ୍କ ଦରବାରରେ ସୁଖଦୁଃଖ ବୁଝିଥିଲେ । ଉଭୟ ରାଜଦରବାର ଓ ରଙ୍ଗ ମହଲରେ 11ଟି ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିଥିଲେ ।

ଇଟିଭି ଭାରତ, ବରଗଡ଼

Last Updated :Jan 4, 2023, 9:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.