ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ

author img

By

Published : Sep 17, 2022, 11:07 PM IST

Updated : Sep 18, 2022, 1:36 PM IST

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । ବରଗଡ଼ ପାଇକମାଳ ନୂଆପଡା ରାସ୍ତା ସୁରୁଙ୍ଗିଦାଦରରେ ସଡ଼କ ଦୁର୍ଘଟଣା । ପିକ୍ଅପ୍ ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ବରଗଡ: ପୁଣି ରକ୍ତାକ୍ତ ହେଲା ବରଗଡ଼ ଜିଲ୍ଲାର ବିଜୁ ଏକ୍ସପ୍ରେସ ୱେ l ବରଗଡ଼ ଜିଲ୍ଲାର ପାଇକମାଳ ନୂଆପଡା ରାସ୍ତା ସୁରୁଙ୍ଗିଦାଦରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ସଡ଼କ ଦୁର୍ଘଟଣା ଯୋଗୁଁ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ପୋଲିସ ଏହି ଘଟଣାର ଛାନଭିନ କରୁଛି ।


ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ନିକଟସ୍ଥ ଶୁରୁଙ୍ଗିଦାଦର ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍ଅପ୍ ଗାଡ଼ି ଧକ୍କାରେ ଦୁଇଜଣ ବାଇକ୍ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ପାଇକମାଳ ନୂଆପଡ଼ା ବିଜୁ ଏକ୍ସପ୍ରେସ ୱେ ରାସ୍ତା ଶୁରୁଙ୍ଗିଦାଦର୍ ଠାରେ ଆଜି ମଧ୍ୟାହ୍ନ ସମୟରେ CG 04 NV 6817 ନମ୍ବର ବିଶିଷ୍ଟ ଟାଟା ପିକଅପ ଗାଡି ଓ ଗୋଟିଏ ହିରୋ ଡିଲକ୍ସ OD 26 C 6126 ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଜଣ ବାଇକ୍ ଆରୋହୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ୟକ୍ତ ଲୋକେ ପିକ୍ଅପ୍ ଡ୍ରାଇଭର ଆକ୍ରୋଶର ଶିକାର ହୋଇଥିଲା । ଘଟଣା ସ୍ଥଳକୁ ପାଇକମାଳ ପୋଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଉଭୟ ମୃତଦେହର ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡ଼ାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ଇଟିଭି ଭାରତ, ବରଗଡ଼

Last Updated :Sep 18, 2022, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.