ନିଆରା ଢଙ୍ଗରେ ଧନୁଯାତ୍ରାର ହେଲା ପ୍ରଚାର, ରଙ୍ଗୋଲିରେ ସଜେଇ ହେଲା ବରଗଡ ସହର ମୁଖ୍ୟ ରାସ୍ତା

author img

By

Published : Dec 25, 2022, 9:55 PM IST

rangoli competition

ଧନୁଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ନିଆରା ଢଙ୍ଗରେ ପ୍ରଚାର ପ୍ରସାର। ଏନେଇ ରଙ୍ଗୋଲି ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜିତ ହୋଇଥିବା ବେଳେ ଏଥିରେ 36 ଗୋଟି ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କଳାକାରମାନେ ଭାଗ ନେଇଥିଲେ । ଅଧିକ ପଢନ୍ତୁ

rangoli competition

ବରଗଡ: ଆଉ ଦିନଟିଏ ପରେ ଆରମ୍ଭ ହେବାକୁ ଯାଉଛି ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି ଏହାର ପ୍ରଚାର କାର୍ଯ୍ୟକ୍ରମ । ଧନୁଯାତ୍ରା ପ୍ରଚାରପ୍ରସାର କମିଟି ପକ୍ଷରୁ ବରଗଡରେ ବିରାଟ ରଙ୍ଗୋଲି ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜିତ ହୋଇଥିବା ବେଳେ ଏଥିରେ 36ଟି ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କଳାକାରମାନେ ଭାଗ ନେଇଥିଲେ । ଅନ୍ୟପଟେ ରଙ୍ଗୋଲି ପାଇଁ କେବଳ ଧନୁଯାତ୍ରା ଉପରେ ଥିମ ରହିଥିବା ବେଳେ ସୁନ୍ଦରସୁନ୍ଦର ରଙ୍ଗୋଲିରେ ଭରିଯାଇଥିଲା ବରଗଡ଼ର ମୁଖ୍ୟ ରାସ୍ତା । ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସମ୍ମୁଖରୁ ଗୌରପଡା ପର୍ଯ୍ୟନ୍ତ 500 ମିଟର ଯାଏଁ ଭିନ୍ନଭିନ୍ନ ଧରଣର ରଙ୍ଗୋଲି କରାଯାଇଥିଲା ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗି ରହିଥିଲା ।

ସେହିପରି ଧନୁଯାତ୍ରା ପ୍ରଚାରପ୍ରସାର କମିଟି ପକ୍ଷରୁ ବରଗଡରେ ଆୟୋଜିତ ରଙ୍ଗୋଲି ପ୍ରତିଯୋଗିତାରେ ଆଜି ବରଗଡର 370 ଜଣ ଛାତ୍ରଛାତ୍ରୀ ଓ କଳାକାର ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । ଧନୁଯାତ୍ରା ପୂର୍ବରୁ ଏହାର ପ୍ରଚାର ପାଇଁ ବରଗଡ ମୁଖ୍ୟ ରାସ୍ତାରେ ପ୍ରାୟ 500 ମିଟର ପର୍ଯ୍ୟନ୍ତ ଧନୁଯାତ୍ରା ଉପରେ ଭଳିକି ଭଳି ରଙ୍ଗୋଲି ଦେଖିବାକୁ ମିଳିଥିଲା ।

ନିଜର କଳା ପ୍ରଦର୍ଶନ କରିବାକୁ ବରଗଡ ଜିଲ୍ଲାର ବିଭିନ୍ନ ବ୍ଲକରୁ କୁନି କଳାକାରମାନେ ପହଞ୍ଚିଥିଲେ । କିଏ କଂସର ଅଟ୍ଟହାସ୍ୟକୁ ରଙ୍ଗୋଲି ମାଧ୍ୟମରେ ଅଙ୍କନ କରିଛି ତ ଆଉ କିଏ କାଳିଆ ଦଲନ, ବସ୍ତ୍ର ହରଣ, କୃଷ୍ଣଙ୍କ ବାଲ୍ୟଲୀଳା ଭଳି ବେଶ ଆକର୍ଷଣୀୟ ରଙ୍ଗୋଲି ଚିତ୍ର ଦେଖିବାକୁ ଲୋକଙ୍କ ଭିଡ଼ ଲାଗି ରହିଥିଲା । ସୁନ୍ଦର କଳା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ କଂସ ଦରବାରରେ ପୁରୋସ୍କୃତ କରାଯିବ । ତେବେ ପ୍ରଚାରପ୍ରସାର କମିଟି ପକ୍ଷରୁ ଆୟୋଜିତ ଏପରି ନିଆରା ପ୍ରଚାରକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.