ନୃସିଂହନାଥ ମନ୍ଦିର ବେଢ଼ାରେ ପଶିଲା ଝରଣା ପାଣି

author img

By

Published : Sep 20, 2021, 7:10 AM IST

ନୃସିଂହନାଥ ମନ୍ଦିର ବେଢ଼ାକୁ ପଶିଲା ଝରଣା ପାଣି

ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଥିବା ବେଳେ ବରଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଲାଗିରହିଥିବାରୁ ପଦ୍ମପୁର ଉପଖଣ୍ଡରେ ରହିଥିବା ତୀର୍ଥସ୍ଥଳୀ ନୃସିଂହନାଥ ମନ୍ଦିର ବେଢାରେ ପଶିଛି ପାଣି । ଅଧିକ ପଢନ୍ତୁ...

ବରଗଡ଼: ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଥିବା ବେଳେ ବରଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଲାଗିରହିଥିବାରୁ ପଦ୍ମପୁର ଉପଖଣ୍ଡରେ ରହିଥିବା ତୀର୍ଥସ୍ଥଳୀ ନୃସିଂହନାଥ ମନ୍ଦିର ବେଢାରେ ପାଣି ପଶିଛି । ପ୍ରଖର ବେଗରେ ଝରଣା ପାଣି ବହି ଆସି ମନ୍ଦିର ବେଢ଼ାରେ ପିଟିହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

ନୃସିଂହନାଥ ମନ୍ଦିର ବେଢ଼ାକୁ ପଶିଲା ଝରଣା ପାଣି
ବରଗଡ଼ ଜିଲ୍ଲାରେ ଗତକାଲି ରାତ୍ରି ସମୟରୁ ଲଗାତାର ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ବର୍ଷା ଲାଗିରହିଥିବା ବେଳେ ପାହାଡ଼ରୁ ନିର୍ଗତ ହେଉଥିବା ପାଣି ଏବେ ଦ୍ରୁତ ବେଗରେ ଉଛୁଳି ଆସୁଥିବା ବେଳେ ନୃସିଂହନାଥ ମନ୍ଦିର ବେଢାରେ ମଧ୍ୟ ଲହଡ଼ି ଖେଳୁଛି ପାଣି । ଧୀରେ ଧୀରେ ପାଣିର ଗତି ଏବଂ ସ୍ତର ବଢୁଥିବା ଦେଖିବାକୁ ମିଳିଛି । ତେବେ ଝରଣା ନିକଟକୁ ଯିବା ବିପଦପୂର୍ଣ୍ଣ ରହିଥିବା ବେଳେ ଭକ୍ତଙ୍କୁ ଝରଣା ନିକଟକୁ ଯିବାକୁ ମନ୍ଦିର କମିଟି ପକ୍ଷରୁ ବାରଣ କରାଯାଇଛି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.