ଇସ୍ପାତ ଟ୍ରେନରୁ ୩୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

author img

By

Published : Oct 8, 2021, 6:58 AM IST

ଟ୍ରେନରୁ ୩୨କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବରଗଡ ରେଲୱେ ଷ୍ଟେସନ ଇସ୍ପାତ ଟ୍ରେନରୁ ୩୨ କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କଲା ରେଲୱେ ପୋଲିସ । ଅଧିକ ପଢନ୍ତୁ....

ବରଗଡ: ଜିଲ୍ଲା ରେଲୱେ ଷ୍ଟେସନରୁ ୩୨ କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କଲା ରେଲୱେ ପୋଲିସ । ଏକ ଇସ୍ପାତ ଟ୍ରେନରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ବରଗଡ ରେଲୱେ ପୋଲିସ ଏହି ସବୁ ଗଞ୍ଜେଇ ଜବତ କରିଛି । ଗିରଫ ଗଞ୍ଜେଇ ବ୍ୟବସାୟୀ ଜଣଙ୍କ ବିହାରର ହୋଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲଣ କରିଥିବା ଜଣାପଡିଛି ।

ଟ୍ରେନରୁ ୩୨କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ସୂଚନା ଅନୁଯାୟୀ ଗତକାଲି ବରଗଡ ପ୍ଲାଟଫର୍ମରେ ଇସ୍ପାତ ଟ୍ରେନ ପହଞ୍ଚିବା ପରେ ରେଲୱେ ପୋଲିସ ଦ୍ଵାରା ଟ୍ରେନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ସମୟରେ ଶୌଚାଳୟ ନିକଟରେ ଏକ ବସ୍ତା ପଡିଥିବାରୁ ପୋଲିସ ଏହାକୁ ସନ୍ଦେହ କରି ବସ୍ତା କାହାର ବୋଲି ପଚାରିବାରୁ ନିକଟରେ ଥିବା ଜଣେ ବ୍ୟକ୍ତି ପ୍ରଥମେ ଡରିଯାଇଥିଲେ । ଯାହାଫଳରେ ସେ ବିନା ଟିକେଟରେ ଯାତ୍ରା କରୁଥିବା ଜାଣି ପୋଲିସ ଯାଞ୍ଚ କରିଥିଲା । ଏହା ପରେ ଜବତ ଗଞ୍ଜେଇ ବସ୍ତା ଉକ୍ତ ବ୍ୟକ୍ତି ଜଣଙ୍କର ହୋଇଥିବା ଜଣା ପଡିବା ପରେ ପୋଲିସ ଗିରଫ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.