ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ପଡିଲା ତାଲା

author img

By

Published : Sep 16, 2022, 12:04 PM IST

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ପଡିଲା ତାଲା

ଶିକ୍ଷକ ପ୍ରଦାନ ଦାବିରେ ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ବିରମାଲ ସେବାଶ୍ରମ ବିଦ୍ୟାଳୟରେ ପଡ଼ିଲା ତାଲା । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବାର ଗ୍ରାମବାସୀ ଦେଲେ ଚେତାବନୀ । ଅଧିକ ପଢନ୍ତୁ

ବରଗଡ଼: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ବିରମାଲ ସେବାଶ୍ରମ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବାର ଗ୍ରାମବାସୀ ଦେଲେ ଚେତାବନୀ । ସ୍କୁଲରେ ତାଲା ଦେଇ ସ୍କୁଲ ଛାତ୍ରଛାତ୍ରୀ, ବିରମାଲ ଗ୍ରାମବାସୀ, ଅଭିଭାବକ,ତଥା ଜନପ୍ରତିନିଧି ମିଶି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥିସହ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ କେବଳ ଗୋଟିଏ ମାତ୍ର ପ୍ରଧାନ ଶିକ୍ଷୟିତ୍ରୀ ଥିବା ବେଳେ ହଷ୍ଟେଲରେ ୱାଡେ଼ନ ନଥିବାରୁ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି l

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ପଡିଲା ତାଲା

ସୂଚନା ଅନୁଯାୟୀ, ଦୀର୍ଘ ଦିନରୁ ଗୋଟିଏ ଶିକ୍ଷକରେ ପାଞ୍ଚ ଗୋଟି ଶ୍ରେଣୀ ଚାଲିଥିଲା । ତେବେ ଏହାର ଅଭିଯୋଗରେ ଗୁରୁବାର ସକାଳୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍କୁଲରେ ତାଲା ପକାଇ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କଲେ ସ୍କୁଲ ପିଲା, ଜନପ୍ରତିନିଧି, ଗ୍ରାମବାସୀ, ଅଭିଭାବକ । ତେବେ ଶିକ୍ଷକ ନିଯୁକ୍ତି ପାଇଁ ପ୍ରଶାସନ ଠାରେ ଦାବି କରି ଆସୁଥିଲେ ସୁଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ । ଏନେଇ ଅଭିଯୋଗ କଲେ ଅଭିଭାବକ ତଥା ସ୍ଥାନୀୟ ବାସିନ୍ଦା । ତେବେ ସ୍କୁଲରେ ଯେତେ ଦିନ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା କରା ନଯିବ ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଏମିତି ଜାରି ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅଭିଭାବକ ଓ ଗ୍ରାମବାସୀ ।

ତେବେ ଏନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଯାଇଥିଲେ ସୁଦ୍ଧା ଗ୍ରାମବାସୀ ତାଲା ଖୋଲିବାକୁ ରାଜି ହୋଇନାହାନ୍ତି । ଏହି ସମସ୍ୟାକୁ ନେଇ ଉଚ୍ଚ ପଦାଧିକାରୀଙ୍କ ଠାରେ ଜଣାଇ ଏହାର ସମାଧାନ ଦିଗରେ ପ୍ରୟାସ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଡବ୍ଲୁ.ଇ.ଓ । ତେବେ ଗ୍ରାମବାସୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଗ୍ରାମବାସୀ।

ତେବେ ଏନେଇ ବରଗଡ଼ ଡବ୍ଲୁ.ଇ.ଓ ରଶ୍ମୀ ରେଖା ଦାଶ କହିଛନ୍ତି, ‘‘ପିଲା ସଂଖ୍ୟା ବହୁତ ଅଧିକା ଥିବା ବେଳେ ଶିକ୍ଷକ ନାହାନ୍ତି । ଏହା ବିଷୟରେ ଆଗରୁ ଆମେ ଉଚ୍ଚ ଅଧିକାରୀଙ୍କୁ ଜଣେଇଛୁ । ଏଥିସହ ଆଜି ମୁଁ ବିଦ୍ୟାଳୟ ତାଲା ପଡିଥିବା ଘଟଣା ଶୁଣି ମୁଁ ଆସିଛି । ଏହି ବିଷୟରେ ମୁଁ ନିଶ୍ଚୟ ଉଚ୍ଚ ଅଧିକାରୀଙ୍କୁ ଜଣେଇବି ଏବଂ ଯଥାଶୀଘ୍ର ଏହି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବୁ। "

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.