DhanuYatra Begins: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

author img

By

Published : Dec 27, 2022, 11:05 PM IST

Updated : Dec 27, 2022, 11:11 PM IST

ଶୁଭେଛା ଜଣାଇଲେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ

ଧନୁଯାତ୍ରା ମହୋତ୍ସବ ଉଦଘାଟନ ହେବା ପୂର୍ବରୁ ଟ୍ବିଟ କରି ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀଗଣ । ରାଷ୍ଚ୍ରପତି କହିଛନ୍ତି 11 ଦିନ ଧରି ଚାଲିବାକୁ ଥିବା ଧନୁଯାତ୍ର ଅବସରରେ ଓଡିଶାବାସୀଙ୍କୁ ମୋର ଶୁଭେଚ୍ଛା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଉଦଘାଟିତ ହେଲା ବରଗଡ ୭୫ ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ । ବରଗଡ ସାଂସଦ ସୁରେଶ ପୁଜାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଧନୁଯାତ୍ରା ମହୋତ୍ସବକୁ ଉଦଘାଟନ କରିଛନ୍ତି । ଆଜି ଠାରୁ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିବ ତ୍ରିପୁର ବିଜୟୀ ମହାରାଜ କଂସଙ୍କ ରାଜୁତି । ପୁରା ବରଗଡ ସହର ପାଲଟିଛି ଏବେ ମଥୁରା ନଗରୀ । ବସିଲା କଂସ ଦରବାର । ଧନୁଯାତ୍ରା ମହୋତ୍ସବ ପାଇଁ ବରଗଡ ସମେତ ପୁରା ପଶ୍ଚିମ ଓଡିଶା ଉତ୍ସବ ମୁଖର ହୋଇଛି ।

ଏହାବି ପଢନ୍ତୁ -ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଉଦ୍‌ଘାଟିତ, ବରଗଡ଼ରେ ଆରମ୍ଭ ହେଲା ମହାରାଜ କଂସଙ୍କ ରାଜୁତି

ସେପଟେ ଏହି ମହୋତ୍ସବ ଉଦଘାଟନ ହେବା ପୂର୍ବରୁ ଟ୍ବିଟ କରି ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀଗଣ । ରାଷ୍ଚ୍ରପତି କହିଛନ୍ତି 11 ଦିନ ଧରି ଚାଲିବାକୁ ଥିବା ଧନୁଯାତ୍ର ଅବସରରେ ଓଡିଶାବାସୀଙ୍କୁ ମୋର ଶୁଭେଚ୍ଛା । ଭଗବାନ ଶ୍ରୀକୃଷ୍ଣଙ୍କ ସହ ଜଡିତ ପରମ୍ପରା ଲୋକକଳା ମାଧ୍ୟମରେ ଉପସ୍ଥାପିତ ହେବ ଦ୍ବାରା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ସ୍ପର୍ଶକରୁଛି । ମୁଁ ଏହି ମହୋତ୍ସବର ସଫଳତା କାମନା କରୁଛି ।

ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଭବ୍ୟ ଧନୁଯାତ୍ରା ଓଡିଶାର ସଂସ୍କୃତି ସହ ଜଡିତ । ଏହି ଯାତ୍ରାରମ୍ଭ ହେବା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା । ଏହି ଯାତ୍ରା ଆମ ସମାଜରେ ସଦ୍ଭାବ ଏବଂ ଖୁସିକୁ ଆହୁରି ସଶକ୍ତ କରୁ । ସେହିପରି ଉପରାଷ୍ଚ୍ରପତି କହିଛନ୍ତି ଆଜି ଠାରୁ ଧନୁଯାତ୍ରା ଆରମ୍ଭ ହେଉଥିବାରୁ ଓଡିଶାର ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ରାଜ୍ୟର ଚିତ୍ତାକର୍ଷକ ସଂସ୍କୃତି ଏବଂ ସମୃଦ୍ଧ ଲୋକକଳା ମହୋତ୍ସବରେ ପ୍ରଦର୍ଶିତ ହେଉ । ସେହିପରି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ବିଟ କରି ଶୁଭେଛା ଜଣାଇଛନ୍ତି । ଶାହ କହିଛନ୍ତି ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ଜଣାଶୁଣା ଓଡ଼ିଶା ବରଗଡ ଧନୁଯାତ୍ରା ଏକ ଅନନ୍ୟ ପରମ୍ପରା । ପିଢି ପରେ ପିଢି ଧନୁଯାତ୍ରାର ବାର୍ତ୍ତା ଓ ପରମ୍ପରାରୁ ଅନୁପ୍ରାଣିତ ହେବେ ବୋଲି ମୋର ବିଶ୍ୱାସ । ଏହି ଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।

ଏହାବି ପଢନ୍ତୁ - Direct flight Connection to foreign country: ଅର୍ନ୍ତଜାତୀୟ ଉଡାଣକୁ କ୍ୟାବିନେଟର ସବୁଜ ସଙ୍କେତ

ବିଜେପି ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଟ୍ବିଟ କରି ଧନୁଯାତ୍ରାର ଶୁଭେଛା ଜଣାଇଛନ୍ତି । ନଡ୍ଡା କହିଛନ୍ତି ଓଡ଼ିଶାର ଧନୁଯାତ୍ରା କୃଷ୍ଣ ଲୀଳାକୁ ଏକ ଅନନ୍ୟ ଉପାୟରେ ପ୍ରଦର୍ଶନ କରି ନିଜ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛି । ଲୋକମାନେ ଏହି ଉତ୍ସବକୁ ଉପଭୋଗ କରିବା ସହ ଆମ ସମାଜର ବନ୍ଧନକୁ ଆହୁରି ଦୃଢ଼ କରିବାରେ ସହାୟକ ହେଉଛନ୍ତି । ଏହି ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ।

Last Updated :Dec 27, 2022, 11:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.