ପୂରଣ ହେଲା ଭଉଣୀ ଗୌରୀଙ୍କ ମାନସିକ, ସୁନା ଜିତିଲେ ପ୍ରମୋଦ

author img

By

Published : Sep 5, 2021, 7:39 AM IST

paralympics Gold medlalist Pramod Bhagat's sister says proud moment for country

ଜାପାନର ଟୋକିଓରେ ଚାଲିଥିବା ପାରାଲମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣି ଦେଶର ନାମ ରଖିବାକୁ ଦେବୀ ଦୁର୍ଗାଙ୍କ ଠାରେ ଶୁଭ ମନାସି ଥିଲେ ପ୍ରମୋଦ ଭଗତଙ୍କର ସାନ ଭଉଣୀ । ଅଧିକ ପଢନ୍ତୁ...

ବରଗଡ: ଭଉଣୀର ମାନସିକ ପୁରା ହେଲା, ଭାଇ ଦେଶ ପାଇଁ ଆଣିଲେ ସ୍ବର୍ଣ୍ଣ ପଦକ । ଜାପାନର ଟୋକିଓରେ ଚାଲିଥିବା ପାରାଲମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣି ଦେଶର ନାମ ରଖିବାକୁ ଦେବୀ ଦୁର୍ଗାଙ୍କ ଠାରେ ଶୁଭ ମନାସି ଥିଲେ ପ୍ରମୋଦ ଭଗତଙ୍କର ସାନ ଭଉଣୀ । ଆଜି ତାଙ୍କର ମାନସିକ ପୁରା ହେବାପରେ ମାଁ ଦୁର୍ଗାଙ୍କ ନିକଟରେ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ପହଞ୍ଚିଲେ ପ୍ରମୋଦ ଭଗତଙ୍କର ସାନ ଭଉଣୀ ଗୌରୀ ଭଗତ ।

ଭଉଣୀ ଗୌରୀଙ୍କର ମାନସିକ ପୁରା ହେଲା, ସୁନା ଜିତିଲେ ପ୍ରମୋଦ

ବିଦେଶ ମାଟିରେ ସ୍ଵର୍ଣ୍ଣ ପଦକ ଜିତି ଦେଶ ପାଇଁ ଖୁସିର ମାହୋଲ ଆଣିଦେଇଥିବା ପ୍ରମୋଦ ଭଗତଙ୍କର ନିଜ ଜନ୍ମ ମାଟି ବରଗଡ଼ ଜିଲ୍ଲାର ଅତାବିରାରେ ଆଜି ଉତ୍ସବର ମାହୋଲ ଦେଖାଦେଇଥିଲା । ରାସ୍ତାଉପରେ ଲୋକେ ଜାତୀୟ ପତାକା ଧରି ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ କରୁଥିବା ବେଳେ ପ୍ରମୋଦଙ୍କର ସାନ ଭଉଣୀ ଏପରି ଖୁସିର ସମୟରେ ଦେବୀ ମାଁ ଦୁର୍ଗାଙ୍କ ନିକଟକୁ ପହଞ୍ଚିଥିଲେ।

ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ବର୍ଣ୍ଣ ପଦକ ଜିତିବା ପରେ କେବଳ ବରଗଡ଼ ଜିଲ୍ଲାପାଇଁ ନୁହେଁ ବରଂ ସାରା ଓଡ଼ିଶା ପାଇଁ ଖୁସି ଆଣିଦେଇଛନ୍ତି । ଓଡ଼ିଶା ପାଇଁ ଇତିହାସ ରଚିଛନ୍ତି ପ୍ରମୋଦ ଭଗତ । ପ୍ରମୋଦ ଓଡ଼ିଶାର ପ୍ରଥମ ଓଡ଼ିଆ ପୁଅ ଯିଏକି ସିଙ୍ଗଲ୍ସ ମ୍ୟାଚ୍‌ରେ ବିଦେଶରୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ପ୍ରମୋଦ ଭଗତ ବରଗଡ଼ ଜିଲ୍ଲାର ପୁଅ ହୋଇଥିବାରୁ ଜିଲ୍ଲାବାସୀ ଗର୍ବିତ ଅନୁଭବ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.