ଏକାଠି ବସି ସଭିଁଏ ନୂଆ ଖାଇବେ, ସମସ୍ତ ପ୍ରସ୍ତୁତି ଶେଷ

author img

By

Published : Aug 31, 2022, 9:18 PM IST

nuakhai preparation in bargarh

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ବା ଗଣପର୍ବ ନୂଆଁଖାଇ । ଏନେଇ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ । ଅଧିକ ପଢ଼ନ୍ତୁ

ବରଗଡ଼: ରାତିପାହିଲେ ନୂଆଁଖାଇ ପାଳିବେ ପଶ୍ଚିମ ଓଡ଼ିଶାବାସୀ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବରଗଡ଼ (nuakhai preparation in bargarh) ଜିଲ୍ଲା । ଘରେ ଘରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିଏ ଘର ଲିପାପୋଛା କରୁଛି ତ ଆଉ କିଏ ପତ୍ର ତୋଳିବାରେ ବ୍ୟସ୍ତ ଅଛି । ବର୍ଷକର ପରିଶ୍ରମ ପରେ ଚାଷୀର ଉତ୍ପାଦିତ ଶସ୍ୟକୁ ଇଷ୍ଟଦେବୀଙ୍କୁ ଅର୍ପଣ କରାଯାଏ । ଏହାପରେ ନିଜ ପରିବାର ସହ ବେଶ ଧାମଧାମରେ ନୂଆଁଖାଇ ପାଳନ କରାଯାଏ ।

ଏକାଠି ବସି ସଭିଁଏ ନୂଆ ଖାଇବେ

ଏହା ମଧ୍ୟ ପଢ଼ନ୍ତୁ: ରାତି ପାହିଲେ ନୂଆଁଖାଇ, ଚଳଚଞ୍ଚଳ ଝାରସୁଗୁଡା

ନୂଆଁଖାଇ ପାଇଁ ଦୂର ଦୂରାନ୍ତରୁ ଲୋକେ ଘରକୁ ଫେରିଛନ୍ତି । ଏଣୁ ପରିବାରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । କି ଧନୀ କି ଗରିବ ସମସ୍ତଙ୍କ ପାଇଁ ଉତ୍ସାହ ଆଣି ଦେଇଥାଏ ନୂଆଁଖାଇ ତିହାର । ମନ୍ଦିର ଠାରୁ ଆରମ୍ଭ କରି ଘର ଦ୍ବାର ସବୁଆଡେ ସଫାସୁତୁରା ଶେଷ ହୋଇଯାଇଛି । ଭାଦ୍ରବ ପଞ୍ଚମୀ ତିଥିରେ ନବାନ୍ନ ବା ନୂଆଁଖାଇ ପାଳନ ହୋଇଥାଏ । ନୂଆଁଖାଇକୁ ନେଇ ବେଶ ଉତ୍ସାହର ସହିତ ମହିଳାମାନେ ସମସ୍ତ ପ୍ରସ୍ତୁତି ଶେଷ କରିଥାନ୍ତି | ଯେହେତୁ ଏହା ଏକ କୃଷିଭିତ୍ତିକ ପର୍ବ, ଚାଷୀ ପ୍ରଥମେ ତାର ଉତ୍ପାଦିତ ଶସ୍ୟକୁ ଇଷ୍ଟଦେବୀଙ୍କୁ ଭୋଗ ଲାଗି କରିବାର ପରମ୍ପରା ରହିଛି । ମୁଗ, ବିରିଠାରୁ ଆରମ୍ଭ କରି ପନିପରିବା ଏବଂ ବିଶେଷ ଭାବେ ନୂତନ ଧାନ ଅର୍ପଣ କରାଯାଏ । ଏନେଇ ବରଗଡ଼ବାସୀ କହିଛନ୍ତି, " ଏହି ପର୍ବ ଏକତାର ବାର୍ତ୍ତା ଦିଏ । ଘରର ପରିବାର ଲୋକଙ୍କ ଭିତରେ ଯଦି କିଛି ମନୋମାଳିନ୍ୟ ଥାଏ ତେବେ ନୂଆଁଖାଇ ବେଳେ ସମସ୍ତେ ସେସବୁ ଭୁଲି ସଭିଁଏ ଏକାଠି ହୋଇ ନୂଆଁଖାଇ ଖୁସିରେ ଦିନଟି କାଟିଥାନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।" ସେହିପରି ଘରର ସମସ୍ତଙ୍କ ପାଇଁ ନୂଆ ପୋଷାକ କିଣାଯାଇଛି । ସମସ୍ତେ ଅପେକ୍ଷା କରିଛନ୍ତି କେତେବେଳେ ମା ସମଲେଇଙ୍କ ଠାରେ ନବାନ୍ନ ଲାଗି ହେବ ଆଉ ତାପରେ ସେମାନେ ପରିବାର ଲୋକଙ୍କ ସହ ମିଶି ନୂଆଁଖାଇ ତିହାର ପାଳିବେ । ନୂଆଁଖାଇ ଯୋଗୁଁ ଦୋକାନ ବଜାରରେ ବେଶ ଭିଡ଼ ଦେଖିବାକୁ ମିଳୁଛି । ରାସ୍ତାଘାଟ, ଦୋକାନ ବଜାର ସବୁଠି ଉତ୍ସାହର ମାହୋଲ ପରିଲକ୍ଷିତ ହେଉଛି ।

ସେପଟେ ଆସନ୍ତାକାଲି ଅର୍ଥାତ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଇଂରାଜୀ ତାରିଖ ସେପ୍ଟେମ୍ବର ୧ ଗୁରୁବାର ସକାଳ ୧୦ଟା ୫୬ମିନିଟରୁ ୧୧ଟା ୧୦ ମିନିଟ ମଧ୍ୟରେ ନୂଆଖାଇ ପାଇଁ ମା' ସମଲେଶ୍ବରୀଙ୍କ ଠାରେ ନବାନ୍ନ ବା ନୂଆ ଚାଉଳର ଭୋଗ ଲାଗିବ । ଏହା ପରେ ଘରେ ଘରେ ନୂଆଖାଇ ପାଳନ ହେବ । ଲୋକେ ଏହି ଶୁଭ ମୂହୁର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.