ହାଜତ ମୃତ୍ୟୁ ମାମଲା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁରେଶ ପୂଜାରୀ

author img

By

Published : Sep 27, 2021, 4:55 PM IST

mp suresh pujari

ବରଗଡ ହାଜତ ମୃତ୍ୟୁ ମାମଲା । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ ସାଂସଦ ସୁରେଶ ପୂଜାରୀ । ଅଧିକ ପଢନ୍ତୁ...

ଭୁବନେଶ୍ବର: ବରଗଡ ହାଜତ ମୃତ୍ୟୁ ମାମଲା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ ସାଂସଦ ସୁରେଶ ପୂଜାରୀ । ପୋଲିସ ହାଜତରେ ମୃତ୍ୟୁ ହୋଇଥିବା ପରିବାରକୁ ନ୍ୟାୟ ପ୍ରଦାନ ଦାବି କରିଛନ୍ତି ।

  • ବରଗଡ଼ରେ ପୋଲିସ ହାଜତରେ ତୋରା ଗ୍ରାମରେ ଗୋବିନ୍ଦ କୁମ୍ଭାର ଙ୍କ ମୃତ୍ୟୁ ଘଟଣା ର ନିରପେକ୍ଷ ତଦନ୍ତ, ଅଭିଯୁକ୍ତ ପୋଲିସ ଅଧିକାରୀ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମୃତ ଗୋବିନ୍ଦ ଙ୍କ ପରିବାର ର ଭରଣପୋଷଣ ର ଦାୟିତ୍ବ ଗ୍ରହଣ ଓ ପଯ୍ୟାପ୍ତ କ୍ଷତିପୁରଣ ଦାବିକରି ମୁଖ୍ଯମନ୍ତୀ ଶ୍ରୀ @Naveen_Odisha ଙ୍କୁ ମୋର ପତ୍ର. pic.twitter.com/A65Tjz4z9E

    — Suresh Pujari (@sureshkpujari) September 27, 2021 " class="align-text-top noRightClick twitterSection" data=" ">

ବରଗଡ ସାଂସଦ ସୁରେଶ ପୂଜାରୀ ହାଜତ ମୃତ୍ୟୁ ମାମଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ବରଗଡ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ତୋରା ଗ୍ରାମରେ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସୁରେଶ ପୂଜାରୀ । ଏହା ସହ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ମୃତ ଗୋବିନ୍ଦଙ୍କ ପରିବାରର ଭରଣପୋଷଣ ଦାୟିତ୍ବ ଗ୍ରହଣ ସହ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି ।

ସୂଚନାଥାଉକି ଗତ ୨୪ ତାରିଖ ଦିନ ବରଗଡ ଟାଉନ ପୋଲିସ ତୋରା ଗ୍ରାମର 25 ବର୍ଷୀୟ ଯୁବକ ଗୋବିନ୍ଦ କୁମ୍ଭାରଙ୍କୁ କୌଣସି କାରଣରୁ ରାତି 2ଟାରେ ଘରୁ ଉଠାଇ ନେଇଥିଲା । ସକାଳେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ପରିବାର ଲୋକଙ୍କୁ ଟାଉନ ପୋଲିସ ଖବର ଦେଇଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ପରେ ମୁଖ୍ୟ ଚିକିତ୍ସାଳୟରେ, ମୃତକଙ୍କ ସମ୍ପର୍କୀୟ ଏବଂ ତୋରା ଗ୍ରାମବାସୀ ପହଞ୍ଚି ଭଙ୍ଗାରୁଜା କରିବା ସହ ପୋଲିସକୁ ଟେକା ପଥର ଫିଙ୍ଗିଥିଲେ । ଏହାକୁ ନେଇ ପୋଲିସ ଓ ତୋରା ଗ୍ରାମବାସୀଙ୍କ ମଧ୍ୟରେ ବ୍ୟାପକ ଉତ୍ତେଜନା ଦେଖାଦେଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.