ଏମଡ଼ି କାସିମଙ୍କ ହତ୍ୟାକାଣ୍ଡ ଘଟଣା: ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ବରଗଡ଼ ଏସପିଙ୍କୁ ଭେଟିଲେ ପରିବାର ଲୋକେ

author img

By

Published : Oct 4, 2021, 10:53 PM IST

ଏମଡ଼ି କାସିମଙ୍କ ହତ୍ୟାକାଣ୍ଡ ଘଟଣା: ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ବରଗଡ଼ ଏସପିଙ୍କୁ ଭେଟିଲେ ପରିବାର ଲୋକେ

ଗତ ୨୮ତାରିଖ ରାତିରେ ୨୫ ବର୍ଷୀୟ ଯୁବକ ଏମଡ଼ି କାସିମଙ୍କ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଟାଉନ ପୋଲିସ ୪୮ ଘଣ୍ଟା ଭିତରେ ୨ ଜଣଙ୍କୁ ଗିରଫ କରିଥିବାବେଳେ ଏହି ହତ୍ୟାକାଣ୍ଡ ଘଟଣାରେ ଆହୁରି ମଧ୍ୟ ଅନ୍ୟମାନଙ୍କ ସମ୍ପୃକ୍ତି ରହିଥିବା ପରିବାର ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ...

ବରଗଡ: ଗତ ୨୮ତାରିଖ ରାତିରେ ୨୫ ବର୍ଷୀୟ ଯୁବକ ଏମଡ଼ି କାସିମଙ୍କ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଟାଉନ ପୋଲିସ ୪୮ ଘଣ୍ଟା ଭିତରେ ୨ ଜଣଙ୍କୁ ଗିରଫ କରିଥିବାବେଳେ ଏହି ହତ୍ୟାକାଣ୍ଡ ଘଟଣାରେ ଆହୁରି ମଧ୍ୟ ଅନ୍ୟମାନଙ୍କ ସମ୍ପୃକ୍ତି ରହିଥିବା ପରିବାର ଅଭିଯୋଗ ଆଣିଛନ୍ତି । ତେବେ ଏନେଇ ଆଜି(ସୋମବାର) ବରଗଡ SPଙ୍କୁ ପରିବାର ଲୋକେ ଏବଂ ଅତାବିରା ବାସୀଙ୍କ ସମେତ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଭେଟି ଆଲୋଚନା କରିଥିଲେ ।

ଏମଡ଼ି କାସିମଙ୍କ ହତ୍ୟାକାଣ୍ଡ ଘଟଣା: ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ବରଗଡ଼ ଏସପିଙ୍କୁ ଭେଟିଲେ ପରିବାର ଲୋକେ

୪୮ ଘଣ୍ଟା ଭିତରେ ହତ୍ୟାକାଣ୍ଡ ଘଟାଇଥିବା ଦୁଇ ଅପରାଧିଙ୍କୁ ବରଗଡ଼ ଟାଉନ ଥାନା ପୋଲିସ କାବୁ କରିଛି । ଗତ ୨୮ ତାରିଖ ରାତିରେ ଅତାବିରାର ଯୁବକ ଏମଡ଼ି କାସିମଙ୍କୁ ଅମ୍ବାପାଲି ବଞ୍ଜାରି ନାଳା ନିକଟ ପଡ଼ିଆରେ ଗଳାକାଟି ହତ୍ୟା କରାଯାଇଥିଲା । ଏନେଇ ଅଭିଯୋଗ ପରେ ଟାଉନ ଥାନା ପୋଲିସ ତତ୍ପରତା ଦେଖାଇ ତଦନ୍ତ ଆରମ୍ଭ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୨ ଅଭିଯୁକ୍ତ ବରଗଡ଼ ୨ ନମ୍ବର ୱାର୍ଡ଼ PHD ପଡ଼ାର ଟଙ୍କ ବାଗ ଏବଂ ଅନ୍ୟ ଜଣକ ଧାଙ୍ଗେର ଗ୍ରାମର ନରେନ୍ଦ୍ର ଭୋସାଗର ହୋଇଥିବାବେଳେ ଏହି ହତ୍ୟାକାଣ୍ଡ ଘଟଣାରେ ଆହୁରି ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ପରିବାର ଲୋକେ ଦାବି କରିଛନ୍ତି । ଏନେଇ ଅଧିକ ତଦନ୍ତ କରି ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଦଣ୍ଡ ଦିଆଯାଉ ବୋଲି SPଙ୍କ ଠାରେ ଦାବି କରିଛନ୍ତି ପରିବାର ଲୋକେ । ଅତାବିରା ବିଧାୟିକା ସ୍ନେହାଙ୍ଗିନି ଛୁରିଆ ମଧ୍ୟ SP ରାହୁଲ ଜୈନଙ୍କୁ ଭେଟି ଏହି ଘଟଣାର ଅଧିକ ତଦନ୍ତ କରାଯିବାକୁ ଅନୁରୋଧ କରିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.