ଘରୋଇ ସ୍କୁଲ ବସ ଦୁର୍ଘଟଣା, ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ

author img

By

Published : Sep 27, 2022, 8:20 AM IST

ଘରୋଇ ସ୍କୁଲ ବସ ଦୁର୍ଘଟଣା :  15ରୁ ଅଧିକ ଛାତ୍ରଛାତ୍ରୀ ଆହତ

ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏକ ସ୍କୁଲ ବସ ଦୁର୍ଘଟଣାଗସ୍ତ ହୋଇଛି (School bus accident in Bargarh) । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ବରଗଡ଼: ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏକ ସ୍କୁଲ ବସ ଦୁର୍ଘଟଣାଗସ୍ତ ହୋଇଛି (School Bus accident in Bargarh) । ତେବେ ଏହି ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ବସ୍‌ରେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଥିବାବେଳେ ସମସ୍ତେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏପରିକି ଓଲଟି ଯାଇଥିବା ବସ ଭିତରେ ବହୁ ଛାତ୍ରଛାତ୍ରୀ ଅଚେତ ହୋଇପଡ଼ିଥିଲେ ।

ଘରୋଇ ସ୍କୁଲ ବସ ଦୁର୍ଘଟଣା : 15ରୁ ଅଧିକ ଛାତ୍ରଛାତ୍ରୀ ଆହତ

ସୂଚନା ଅନୁଯାୟୀ, ପଦ୍ମପୁର ସହରର ଏକ ଘରୋଇ ସ୍କୁଲ ଜେନିଥ ଲାୟନ୍ସ ଗୁରୁକୂଳର ଏକ ବସ୍‌ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ବିପଦ ମୁଖରେ 30ରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନ ପଡ଼ିଥିଲା । ସବୁଦିନ ଭଳି ଆଜି ସ୍କୁଲ ଛୁଟି ହେବାପରେ ପିଲାମାନଙ୍କୁ ନେଇ ଜେନିଥ ଲାୟନ୍ସ ଗୁରୁକୂଳର ବସ୍‌ ଫେରୁଥିବା ସମୟରେ ଝାଙ୍କରପାଲି ନିକଟରେ ଦୁର୍ଘଟଣା ହୋଇଥିଲା ।

ଫଳରେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଛାତ୍ରଛାତ୍ରୀ ପଦ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ପୂର୍ବରୁ ଛାତ୍ରଛାତ୍ରୀ ବସ୍ ଡ୍ରାଇଭର ମଦ୍ୟପାନ କରି ବେପରୁଆ ଗାଡ଼ି ଚଳାଉଥିବା ନେଇ ଅଭିଯୋଗ ଆଣିଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଆଜି ଏଭଳି ଦୁର୍ଘଟଣା ଘଟିବାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.