ଜିରାନଦୀରେ ଭାସିଯାଉଥିଲେ ବାଇକ ସହ ଯୁବକ, ଉଦ୍ଧାର କଲେ ସ୍ଥାନୀୟ ଲୋକେ

author img

By

Published : Sep 13, 2021, 9:38 AM IST

ନଦୀ ପାଣିରେ ଭାସିଯାଉଥିବା ବାଇକ ଆରୋହୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ଜିରାନଦୀରେ ଭାସିଗଲେ ବାଇକ ଆରୋହୀ । ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

ବରଗଡ଼: ଜିରାନଦୀରେ ଭାସିଗଲେ ବାଇକ ଆରୋହୀ । ଉଦ୍ଧାର କଲେ ସ୍ଥାନୀୟ ଲୋକେ । ନଦୀ ଭିତରୁ ବୁଡିଯାଇଥିବା ବାଇକ ଟିକୁ ମଧ୍ୟ ବାହାର କରିଥିଲେ ଲୋକେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ବରଗଡରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ଜିରାନଦୀ ବ୍ରିଜ ନିର୍ମାଣ କାର୍ଯ୍ୟ ଦୀର୍ଘ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି । ଯାହା ଫଳରେ ପ୍ରତିଦିନ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଜିରାନଦୀ ଉପରେ ନିର୍ମିତ ଏକ ଅସ୍ଥାୟୀ ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଅଳ୍ପ ବର୍ଷା ହେଲେ ଏହି ଅସ୍ଥାୟୀ ରାସ୍ତା ଉପରୁ ନଦୀ ପାଣି ବୋହି ପୋଲ ଧୋଇ ହୋଇଯାଇଛି ।

ନଦୀ ପାଣିରେ ଭାସିଯାଉଥିବା ବାଇକ ଆରୋହୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ତେବେ ରବିବାର ଏହି ବିପଦପୂର୍ଣ୍ଣ ରାସ୍ତାରେ ଯାଉଥିବା ଜଣେ ବାଇକ ଆରୋହୀ ନଦୀପାଣିରେ ଭାସି ଯାଇଥିଲେ । ବ୍ୟକ୍ତି ଜଣକ ନଦୀରେ ଭାସି ଯାଉଥିବା ଦେଖି ସ୍ଥାନୀୟ ଲୋକେ ନଦୀକୁ ଡେଇଁ ପାଣିରେ ଭାସିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ବାଇକକୁ ମଧ୍ୟ ପାଣି ଭିତରୁ ଉଦ୍ଧାର କରି ଜିରାନଦୀରୁ ବାହାରକୁ ଆଣିଥିଲେ। ସ୍ଥାନୀୟ ଲୋକଙ୍କ ଉପସ୍ଥିତି ବୁଦ୍ଧି କାରଣରୁ ବାଇକ ଆରୋହୀ ଅଳ୍ପକେ ବଞ୍ଚିଯାଇଥିବା ବେଳେ ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ବ୍ରିଜ ନିର୍ମାଣ ରେ ଅବହେଳା କୁନେଇ ଅସନ୍ତୋଷ ବୃଦ୍ଧି ପାଇଛି ।

ବରଗଡରୁ ରାଜେସ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.