୨୦୧୮ ମସିହା ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ଆଜୀବନ କାରାଦଣ୍ଡ

author img

By

Published : Aug 31, 2022, 10:41 PM IST

Updated : Aug 31, 2022, 11:04 PM IST

life imprisonment verdict on minor girl rape case in bargarh

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ । 2018 ମସିହାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାର ବିଚାର କରି କୋର୍ଟ ରାୟ ଶୁଣାଇଛନ୍ତି । ଅଧିକ ପଢ଼ନ୍ତୁ

ବରଗଡ଼: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ଦଣ୍ଡାଦେଶ ଦେଲେ ବରଗଡ଼ ପୋକ୍ସୋ କୋର୍ଟ (life imprisonment verdict on minor girl rape case) । ନାବାଳିକାଙ୍କୁ 7ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି ।

ମାମଲା ଅନୁସାରେ, ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳର ଜଣେ ଶିକ୍ଷକଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ପାଇଁ ଅଭିଯୁକ୍ତ ନାଗେଶ୍ଵର ଦାଶ ଗତ 2018 ମସିହା ଜୁନ 1ତାରିଖ ରାତିରେ ଶିକ୍ଷକଙ୍କ ଘରେ ପଶିଥିଲା । ଅଭିଯୁକ୍ତ ଜଣକ ହେଲା ଖଇରପାଲି ଗ୍ରାମର 28 ବର୍ଷୀୟ ନାଗେଶ୍ଵର ଦାଶ । ତେବେ ନାବାଳିକା ଜଣକର ପାଟି ଶୁଣି ବାପା ଉଠି ପଡି ଯୁବକକୁ ପ୍ରତିରୋଧ କରିଥିଲେ । ଏହି ସମୟରେ ଅଭିଯୁକ୍ତ ଟାଙ୍ଗିଆରେ ଶିକ୍ଷକଙ୍କୁ ହତ୍ୟା କରିଥିଲା । ଶିକ୍ଷକ ବାପାଙ୍କୁ ହତ୍ୟା କରିବା ପରେ ନାବାଳିକା ଝିଅ ଉପରେ ଆକ୍ରମଣ କରିଥିଲା । ନାବାଳିକା ଅଚେତ ଅବସ୍ଥାରେ ଥିବା ବେଳେ ତାକୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । 34 ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଦଫା 302,376,307, 452ରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ବତନ୍ତ୍ର କୋର୍ଟ ।

ଏହା ମଧ୍ୟ ପଢ଼ନ୍ତୁ: Pihu Missing Case: 2 ବର୍ଷ ପରେ ପୋଲିସର ତତ୍ପରତା, ପିହୁ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ଲକ୍ଷ ପୁରସ୍କାର

ଏହି ଘଟଣାରେ ପୂର୍ବତନ DSP ନଗେନ୍ଦ୍ର ପ୍ରସାଦ ନାୟକ ପ୍ରାଥମିକ ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲେ ଏବଂ ସ୍ପେସିଆଲ ପିପି ମାମଲା ପରିଚାଳନା କରିଥିଲେ । ତେବେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହିତ ତାଙ୍କ ବାପାଙ୍କୁ ହତ୍ୟା ଘଟଣାରେ ବରଗଡ଼ ଜିଲ୍ଲାରେ ଅଦାଲତର ଏକ ଐତିହାସିକ ରାୟ ଦେଖିବାକୁ ମିଳିଛି l

ଇଟିଭି ଭାରତ, ବରଗଡ଼

Last Updated :Aug 31, 2022, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.