ସେପ୍ଟେମ୍ବର 7ରେ ବରଗଡ ବନ୍ଦ ଡାକରା

author img

By

Published : Aug 28, 2022, 10:49 PM IST

kosala sene strike september 7 in baragada district

ପଶ୍ଚିମ ଓଡ଼ିଶାର ବୃହତ ଗଣପର୍ବ ନୂଆଁଖାଇ ପାଇଁ 3 ଦିନ ସରକାରୀ ଛୁଟି ଘୋଷଣା କରାଯାଉ ବୋଲି କୋଶଳ ସେନା ଦାବି କରିଥିବା ସତ୍ୱେ ନୂଆଁଖାଇ ପାଇଁ 3ଦିନର ଛୁଟିକୁ ନାମଞ୍ଜୁର କରାଯାଇଥିବା ବିରୋଧ କରି ଆସନ୍ତା 7 ତାରିଖରେ ବରଗଡ ବନ୍ଦ ଡାକରା ଦେଇଛି କୋଶଳା ସେନା। ଅଧିକ ପଢନ୍ତୁ

ବରଗଡ:ଆସନ୍ତା ସେପ୍ଟେମ୍ବର 7ତାରିଖରେ ବରଗଡ ବନ୍ଦ ଡାକରା । କୋଶଳ ସେନା ପକ୍ଷରୁ ବନ୍ଦ ଡାକରା । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ 3 ଦିନ ସରକାରୀ ଛୁଟି ଘୋଷଣା କରାଯାଉ ବୋଲି କୋଶଳ ସେନା ଦାବି କରିଥିଲା । କିନ୍ତୁ ନୂଆଁଖାଇ ପାଇଁ 3ଦିନର ଛୁଟି ନାମଞ୍ଜୁର କରାଯାଇଥିବାକୁ ବିରୋଧ କରି କୋଶଳ ସେନା ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି । ସ୍ଥାନୀୟ ସାମ୍ବାଦିକ ଭବନରେ ଆଜି ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ କୋଶଳା ସେନା ବନ୍ଦ ଡାକରା ନେଇ ସୂଚନା ଦେଇଛି ।

ସେପ୍ଟେମ୍ବର 7ରେ ବରଗଡ ବନ୍ଦ ଡାକରା

ପଶ୍ଚିମ ଓଡ଼ିଶାର ମୁଖ୍ୟପର୍ବ ନୂଆଁଖାଇରେ ପରିବାରର ସମସ୍ତେ ଯିଏ ଯେଉଁଠି ଥାଆନ୍ତୁ ନାଁ କାହିଁକି ଘରକୁ ଫେରି ଏକତ୍ରିତ ହୋଇଥାନ୍ତି । ଏଥିସହ ନୂଆଁଖାଇ ପାଳନ କରିଥାନ୍ତି l ପୂର୍ବ ଓଡ଼ିଶାର ରଜ ପର୍ବ ପରି ପଶ୍ଚିମ ଓଡ଼ିଶାର ମଧ୍ୟ ମୁଖ୍ୟ ପର୍ବ ନୁଆଁଖାଇ ଅଟେ । ନୂଆଁଖାଇ ପର୍ବରେ ମଧ୍ୟ ରଜ ପରି 3 ଦିନ ଛୁଟି ଘୋଷଣା କରାଯାଉ ବୋଲି କୋଶଳ ସେନା ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଦାବି କରିଥଲା । ତେବେ ଦୁଇ ଦିନ ତଳେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ 3 ଦିନ ସରକାରୀ ଛୁଟି ଦାବିରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା କୋଶଳ ସେନା (koshal sena protest in bargarh demand three day leave for nuakhai) । ଛୁଟି ଦାବି ନେଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ ଓ କୋଶଳ ସେନା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଉପୁଜିଥିଲା l

ଏହା ମଧ୍ୟ ପଢନ୍ତୁ: ନୂଆଁଖାଇ ପାଇଁ 3 ଦିନ ଛୁଟି ଦାବିରେ କୋଶଳ ସେନାର ବିକ୍ଷୋଭ ପ୍ରଦର୍ଶନ, ପୋଲିସ ସହ ଧସ୍ତାଧସ୍ତି

କିନ୍ତୁ ବରଗଡ଼ ଜିଲ୍ଲାପାଳ ଏହା ଜିଲ୍ଲା ପ୍ରଶାସନର କ୍ଷମତା ବାହାରେ ବୋଲି କହିଥିଲେ । ଏଥିସହ ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ନିକଟକୁ ଆସି ଛୁଟି ପାଇଁ ଦିଆଯାଇଥିବା ଦାବିପତ୍ରକୁ RDCଙ୍କୁ ନିକଟକୁ ପଠେଇଦେବେ ବୋଲି ଜଣାଇଥିଲେ l ନୂଆଁଖାଇ ପାଇଁ 3 ଦିନ ସରକାରୀ ଛୁଟି ଦାବି ପୂରଣ ନହେଲେ ଆଗାମୀ ଦିନରେ ବରଗଡର ସମସ୍ତ ସରକାରୀ ଅଫିସ ବନ୍ଦ କରାଯିବ ବୋଲି କୋଶଳ ସେନା ଚେତାବନୀ ଦେଇଥିଲା । ତେବେ ଏହି ତିନି ଦିନିଆ ଛୁଟି ଦାବି ନାମଞ୍ଜୁର ହୋଇଥିବା ଯୋଗୁଁ ବନ୍ଦ ଡାକରା ଦେଇଛି କୋଶଳ ସେନା । ନୂଆଁଖାଇ ପାଇଁ 3 ଦିନ ସରକାରୀ ଛୁଟି ଘୋଷଣା କରନ୍ତୁ ବୋଲି ଦାବି ରଖି ଆସନ୍ତା 7 ତାରିଖରେ ବିରାଟ ଆନ୍ଦୋଳନ ଘୋଷଣା କରିଛି କୋଶଳ ସେନା l

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.