ପଦ୍ମପୁର ପୋଲିସକୁ ସଫଳତା, 6 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବେଆଇନ କଫସିରଫ ଜବତ

author img

By

Published : Oct 12, 2021, 6:10 AM IST

ପଦ୍ମପୁର ପୋଲିସର ବଡ଼ ସଫଳତା, 6 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବେଆଇନ କଫ ସିରଫ ଜବତ

ବେଆଇନ କଫ ସିରଫ ଚୋରାଚାଲାଣରେ ବରଗଡ ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । 26ଟି କାର୍ଟୁନରୁ 3900 ବୋତଲ କଫ ସିରଫ ସମେତ ପିକଅପ୍ ଭ୍ୟାନକୁ ଜବତ କରିଛି ପଦ୍ମପୁର ପୋଲିସ । ଅଧିକ ପଢନ୍ତୁ...

ବରଗଡ: ଦିନକୁ ଦିନ ବରଗଡ ସହରରେ ବଢିବାରେ ଲାଗିଛି ନିଶା କାରବାର । ଆଉ ଏଥିରେ ଲଗାମ ଦେବାକୁ ପଦ୍ମପୁର ପୋଲିସ ଅଣ୍ଟା ଭିଡ଼ିଥିବା ବେଳେ ଆଜି(ସୋମବାର) ଏକ ବଡ଼ ଧରଣର ସଫଳତା ମିଳିଛି ପୋଲିସ ବିଭାଗକୁ । ସୂଚନାନୁସାରେ ଏକ ନମ୍ବର ବିହୀନ ପିକଅପ ଭ୍ୟାନରେ ବେଆଇନ କଫ ସିରଫ ଛତିଶଗଡ଼ ରାଜ୍ୟରୁ ଓଡିଶାକୁ ଚୋରାଚାଲାଣ ହେଉଥିବା ବିଶେଷ ସୂତ୍ରରୁ ସୂଚନା ପାଇ ପଦ୍ମପୁର ପୋଲିସ ପୂର୍ବରୁ ସତିଭଟା ଛକ ନିକଟରେ ଜଗି ରହିଥିଲା ।

ପଦ୍ମପୁର ପୋଲିସର ବଡ଼ ସଫଳତା, 6 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବେଆଇନ କଫ ସିରଫ ଜବତ

ତେବେ ଚଢାଉ ବେଳେ ବ୍ୟାପକ ମାତ୍ରାରେ ବେଆଇନ କଫ ସିରଫ ଭର୍ତ୍ତିଥିବା ଏକ ପିକଅପ ଭ୍ୟାନକୁ ପୋଲିସ ଜବତ କରିଥିବା ବେଲେ ଗାଡି ଚାଳକ ଜଣକ ଫେରାର ହୋଇଯାଇଛି । ଏଥିରେ 26 ଗୋଟି କାଟୁନରେ ସମୁଦାୟ 3900 ବୋତଲ କଫ ସିରଫକୁ ପୋଲିସ ଜବତ କରିଥିବା ବେଳେ ଜବତ କଫ ସିରଫ ଗୁଡିକର ଆନୁମାନିକ ମୂଲ୍ୟ 6 ଲକ୍ଷ ଟଙ୍କା ହେବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ପଦ୍ମପୁର ଅଞ୍ଚଳରେ ନୂତନ SDPO ଯୋଗଦାନ କରିବା ଦିନଠାରୁ ବ୍ୟାପକ ନିଶା ବେପାରୀ ଧରାପଡିଲେଣି ଯାହାକୁ ନେଇ ପଦ୍ମପୁର ଅଞ୍ଚଳବାସୀ ପୋଲିସର ଏହି ପ୍ରୟାସକୁ ଭୂରି ପ୍ରଶଂସା କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.