ବେଆଇନ କଫ ସିରପ ବେପାର: ସ୍ବାମୀ-ସ୍ତ୍ରୀ ଗିରଫ, ଝିଅ ଫେରାର

author img

By

Published : Jul 10, 2022, 10:02 PM IST

ଭଡା ଘରେ ଚାଲିଥିଲା ବେଆଇନ କଫ ସିରପ ବେପାର: ସ୍ବାମୀ-ସ୍ତ୍ରୀ ଗିରଫ, ଝିଅ ଫେରାର

ଭଡ଼ା ଘରେ ବେଆଇନ କଫ ସିରପ ବେପାର ଚଳାଇଥିଲେ ସ୍ବାମୀ-ସ୍ତ୍ରୀ ଓ ଝିଅ । ଚଢାଉ କରି ୨,୩୫୦ ବୋତଲ ବେଆଇନ କଫ ସିରପ ସହ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ବରଗଡ଼: ଆଜି ବରଗଡ଼ ଟାଉନ ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । ବରଗଡ଼ ୧୧ ନମ୍ବର ୱାର୍ଡ ଶକ୍ତିନଗର ସ୍ଥିତ ଏକ ଭଡ଼ା ଘରେ ଟାଉନ ପୋଲିସ ଚଢ଼ାଉ କରି ୨,୩୫୦ ବୋତଲ ବେଆଇନ କଫ ସିରପ ସହିତ ନିଶା ଟାବଲେଟ, ୫ ଲିଟର ରାସାୟନିକ ପଦାର୍ଥ ଏବଂ ଗୋଟିଏ ମୋବାଇଲ ଜବତ କରିଛି । ଏହି ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ଶ୍ୟାମ ମେହେର ଏବଂ ତାଙ୍କ ସ୍ତ୍ରୀ ଯମୁନା ମେହେର ବୋଲି ପରିଚୟ ମିଳିଛି । କିନ୍ତୁ ଏହି ବେଆଇନ କାରବାରରେ ସାମିଲ ଥିବା ସେମାନଙ୍କ ୨୮ ବର୍ଷୀୟ ଝିଅ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି । ଆଜି(ରବିବାର) ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦୀପକ ଗୋଚ୍ଛାୟତ ଏନେଇ ସୂଚନା ଦେଇଛନ୍ତି ।

ଭଡା ଘରେ ଚାଲିଥିଲା ବେଆଇନ କଫ ସିରପ ବେପାର: ସ୍ବାମୀ-ସ୍ତ୍ରୀ ଗିରଫ, ଝିଅ ଫେରାର

ବାପାମାଆ ଓ ଝିଅ ଏକା ସାଙ୍ଗେ ଏପରି ବେଆଇନ କାରବାରରେ ସମ୍ପୃକ୍ତ ଥିବା ଘଟଣା ଲୋକଲୋଚନକୁ ଆସିବା ପରେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ସୂଚନା ଅନୁଯାୟୀ, ଏହି ପରିବାର ବରଗଡ଼ ବାନ୍ଧୁଟିକିରାର ସୁନାରୀ ଗଳିର ବାସିନ୍ଦା ଅଟନ୍ତି । ସେମାନେ 15 ଦିନ ତଳେ ଶକ୍ତିନଗରରେ ଏକ ଘର ଭଡ଼ାରେ ନେଇ ରହୁଥିଲେ ଏବଂ ଏହି ବେଆଇନ କାରବାର ଚଳାଇଥିଲେ l

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.