ସଇତାନ ସାଜିଲା ସ୍ବାମୀ, ସ୍ତ୍ରୀକୁ ପନିକିରେ ହାଣି କଲା ହତ୍ୟା

author img

By

Published : Sep 17, 2022, 10:04 AM IST

Updated : Sep 17, 2022, 10:11 AM IST

ସଇତାନ ସ୍ବାମୀ, ପନିକିରେ ହାଣି ହତ୍ୟା

ସଇତାନ ସାଜିଲା ସ୍ବାମୀ । ସ୍ତ୍ରୀକୁ ପନିକିରେ ହାଣି ନିର୍ମମ ଭାବେ ହତ୍ୟା କଲା ସଇତାନ ସ୍ବାମୀ । ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ବରଗଡ ଜିଲ୍ଲାରେ । ଅଧିକ ପଢନ୍ତୁ

ବରଗଡ: ପନିକିରେ ତଣ୍ଟି କାଟି ନିଜ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାର ଭେଡେନ ଥାନା ଅଧୀନରେ ଥିବା ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ବାଘିଆପାଲି ଗାଁରେ । ଏଥିସହ ହତ୍ୟାକାରୀ ଗ୍ରାମବାସୀଙ୍କ ମାଡରେ ଗୁରୁତର ଥିବାବେଳେ ତାକୁ ବରଗଡ ମୁଖ୍ୟ ଚିତ୍ସାଳରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଭେଡେନ ଥାନା ଅନ୍ତର୍ଗତ ବାଘିଆପାଳି ଗ୍ରାମର ରମେଶ ବାଗ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ମିନାକ୍ଷୀ ବାଗଙ୍କୁ ହତ୍ୟା କରିଥିଲା । ଏହାପରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଏଥିସହ ହତ୍ୟାକାରୀ ରମେଶକୁ ଗ୍ରାମବାସୀ ନିର୍ଧୁମ ମାଡ଼ ମାରି ଥାନାରେ ଦେଇଛନ୍ତି l ହତ୍ୟାକାରୀ ଗ୍ରାମବାସୀଙ୍କ ମାଡ଼ରେ ଗୁରୁତର ଥିବାବେଳେ ତାକୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣାଯାଇଛି l

ତେବେ ଘଟଣା ଅନୁଯାୟୀ, ମୃତ ସ୍ତ୍ରୀ ମୀନାକ୍ଷୀ ବାଗର ସ୍ଵାମୀ ରମେଶ ବାଗ କିଛି ଦିନ ହେବ କାଳୀ ସାଧନ କରୁଥିଲା ବୋଲି ଶୁଣିବାକୁ ମିଳିଛି । ଏନେଇ ସନ୍ଧ୍ୟା ସମୟରେ କିଛି ପୂଜା ଅର୍ଚ୍ଚନା କରିବା ପରେ ନିଜ ସ୍ତ୍ରୀକୁ ପନିକିରେ ବେକକୁ କାଟି ହତ୍ୟା କରିଥିବା ଖବରକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ସ୍ତ୍ରୀ ମୀନାକ୍ଷୀର ଚିତ୍କାର ଶୁଣିବା ପରେ ପାଖ ପଡିଶା ଲୋକମାନେ ଯାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏଥିସହ ଅଭିଯୁକ୍ତ ରମେଶକୁ କାବୁ କରି ପୋଲିସକୁ ଖବର ଦେଇଥିଲେ l ଘଟଣା ସ୍ଥଳକୁ ଭେଡେନ ଥାନା ଅଧିକାରୀ ସଙ୍ଗୀତ ମହାପାତ୍ର ଆଉ ରୁସୁଡ଼ା ଫାଣ୍ଡି ଅଧିକାରୀ ଅରୁପ ବାରାଇକ ପହଞ୍ଚି ଅଭିଯୁକ୍ତକୁ ଆଣି ଡାକ୍ତରୀ ଚିକିତ୍ସା ପାଇଁ ନେଇଥିଲେ l ତେବେ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବୀକାର କରିଥିବା ବେଳେ ଏହି ଘଟଣାଟି ସମଗ୍ର ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଥାଉକି, କିଛି ମାସ ପୂର୍ବେ ଗଜପତି ଜିଲ୍ଲାରେ ପାରିବାରିକ କଳହରୁ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଥିଲା ସ୍ବାମୀ । ଭଲିଆଗଣି ଗାଁର ସୁକାନ୍ତି ନାୟକଙ୍କୁ ଗତ 8 ବର୍ଷ ତଳେ ବିବାହ କରିଥିଲେ ମଳାସପଦରର ଭଗବାନ ନାୟକ । ବିବାହ ପରେ ଭଗବାନ ସ୍ତ୍ରୀଙ୍କ ସହିତ ନିଜ ଶ୍ବଶୁର ଘରେ ରହୁଥିଲେ । ହେଲେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ ଏଥିରେ ଉତ୍ୟକ୍ତ ହୋଇ ଭଗବାନ ନିଜ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଥିଲା।

ଇଟିଭି ଭାରତ, ବରଗଡ

Last Updated :Sep 17, 2022, 10:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.