ହାଜତ ମୃତ୍ୟୁ ମାମଲା, ବରଗଡରେ HRPCର ଦୁଇ ଜଣିଆ ଟିମ

author img

By

Published : Oct 2, 2021, 10:00 AM IST

ବରଗଡ଼ ହାଜତ ମୃତ୍ୟୁ ମାମଲା, ତଦନ୍ତ ପାଇଁ ପହଞ୍ଚିଲେ HRPC ର ଦୁଇ ଜଣିଆ ଟିମ

ବହୁ ଚର୍ଚ୍ଚିତ ଗୋବିନ୍ଦ କୁମ୍ଭାରଙ୍କ ପୋଲିସ ହେପାଜତରେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ବରଗଡରେ ପହଞ୍ଚିଲା HRPCର ୨ ଜଣିଆ ଟିମ । ଅଜି ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯିବ । ଅଧିକ ପଢନ୍ତୁ...

ବରଗଡ଼: ବହୁ ଚର୍ଚ୍ଚିତ ଗୋବିନ୍ଦ କୁମ୍ଭାରଙ୍କ ପୋଲିସ ହେପାଜତରେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ବରଗଡରେ ପହଞ୍ଚିଲା HRPCର ୨ ଜଣିଆ ଟିମ । ଗତ 25ରେ ଘଟଣାକୁ ନେଇ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । ଗାନ୍ଧୀ ଛକରେ ଉକ୍ତ ଯୁବକଙ୍କ ମୃତଦେହ ରଖି ରାସ୍ତାରୋକ ପରେ ଲାଠି ଚାର୍ଜ ଭଳି ପରିସ୍ଥିତି ଉପୁଜିଥିଲା ।

ବରଗଡ଼ ହାଜତ ମୃତ୍ୟୁ ମାମଲା, ତଦନ୍ତ ପାଇଁ ପହଞ୍ଚିଲେ HRPC ର ଦୁଇ ଜଣିଆ ଟିମ

ପରେ ମାମଲା ତୀବ୍ର ରୂପ ନେଇଥିଲା । ଏହାର ତଦନ୍ତ ପାଇଁ HRPC ର ୨ ଜଣିଆ ଟିମ ଗତକାଲି(ଶୁକ୍ରବାର) ବରଗଡରେ ପହଞ୍ଚିଛନ୍ତି । ଏହି ଟିମରେ ଅତିରିକ୍ତ ଏସ୍‌ପି ଇତିକାନ୍ତ ମହାପାତ୍ରଙ୍କ ସହ ଡିଏସ୍‌ପି ବିଦ୍ୟୁତ ପଣ୍ଡା ରହିଛନ୍ତି । ଗତ 25 ତାରିଖରେ ଘଟିଯାଇଥିବା ଏହି ହାଜତ ମୃତ୍ୟୁ ଘଟଣାକୁ ସପ୍ତାହେ ହେବାକୁ ବସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୃତକଙ୍କ ପରିବାର ଲୋକେ ଥାନାରେ ଦେଇଥିବା ଲିଖିତ ଅଭିଯୋଗର FIR ହୋଇନାହିଁ । ତେବେ ପୋଲିସ ବିଭାଗର ତଦନ୍ତ ଉପରେ ପରିବାର ଲୋକଙ୍କ ଆଦୌ ଭରଷା ନ ଥିବାବେଳେ HRPC ର ଦୁଇ ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ତଦନ୍ତର ପ୍ରଥମ ଦିନରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଟାଉନ ଥାନାକୁ ଏହି ଦୁଇ ଜଣିଆ ଟିମ ଯାଇ ତଦନ୍ତ କରିଥିବା ବେଳେ ମୃତ ଗୋବିନ୍ଦଙ୍କ ଘରକୁ ଆଜି(ଶନିବାର) ଯାଇ ପଚରାଉଚରା କରିବେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.