ବିନା ୟୁନିଫର୍ମରେ ପତାକା ଉତ୍ତୋଳନ କରି ଅଡୁଆରେ ପ୍ରଧାନଶିକ୍ଷକ, ଥାନାରେ ମାମଲା

author img

By

Published : Aug 25, 2022, 10:16 AM IST

Updated : Aug 25, 2022, 11:12 AM IST

ବିନା ୟୁନିଫର୍ମରେ ପତାକା ଉତ୍ତୋଳନ କରି ଅଡୁଆରେ ପ୍ରଧାନଶିକ୍ଷକ

ବରଗଡ ଜିଲ୍ଲା ପତ୍ରାପାଳି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିନା ସ୍କୁଲ ୟୁନିଫର୍ମରେ ଜାତୀୟ ପତାକା ଉତ୍ତୋଳନ କରି ଅଡୁଆରେ ପଡିଛନ୍ତି । ଅଧିକ ପଢନ୍ତୁ

ବରଗଡ: ଜାତୀୟ ପତାକା ଆମ ମାନ ସ୍ବାଭିମାନ । ଦେଶର ଗର୍ବ ଗୌରବ ଜାତୀୟ ପତାକା ତ୍ରିରଙ୍ଗା । ଜାତୀୟ ପତାକା ସର୍ବୋପରି । ଜାତୀୟ ପତାକା ପ୍ରତି ଅପମାନ କଦାପି ଗ୍ରହଣୀୟ ନୁହେଁ । ବରଗଡ ଜିଲ୍ଲା ପତ୍ରାପାଳି ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିନା ସ୍କୁଲ ୟୁନିଫର୍ମରେ ଜାତୀୟ ପତାକା ଉତ୍ତୋଳନ କରି ଅଡୁଆରେ ପଡିଛନ୍ତି । ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଓଡ଼ିଶା ଅଭିଭାବକ ମହାସଂଘ ।

ଅଗଷ୍ଟ 15 ସ୍ବାଧୀନତା ଦିବସରେ ଘର ପିନ୍ଧା ପୋଷାକ ପିନ୍ଧି ପତ୍ରାପାଳି ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିନା ସ୍କୁଲ ୟୁନିଫର୍ମରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ପ୍ରଧାନଶିକ୍ଷକଙ୍କ ଏପରି କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି । ଓଡ଼ିଶା ଅଭିଭାବକ ମହାସଂଘ, ବରଗଡ଼ର ଏକ ପ୍ରତିନିଧି ଦଳ ଟାଉନ ଥାନା ଅଧିକାରୀଙ୍କୁ ସାକ୍ଷାତ କରି ସ୍ଥାନୀୟ କୁରୁଆ ପଞ୍ଚାୟତ ଅଧୀନରେ ଥିବା ପତ୍ରାପାଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନା ସ୍କୁଲ ୟୁନିଫର୍ମରେ ସ୍ବାଧୀନତା ଦିବସରେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ ବିରୋଧରେ ଏତଲା ଦେଇଛି ।

ଏହା ବି ପଢନ୍ତୁ...କେମିତି ରୋକିବେ ମାନବଚାଲାଣ, ପ୍ରଶିକ୍ଷଣ ନେଲେ ପୋଲିସ ଅଧିକାରୀ

ଏହା ଜାତୀୟ ପତାକା ପ୍ରତି ଅସମ୍ମାନ ଓ ଜାତୀୟ ସଂହତି ପ୍ରତି ଓ ସମ୍ମିଧାନକୁ ଘାତକ । ଏହାକୁ ଏକ ଜାତୀୟ ଅପରାଧ ଭାବେ ଗ୍ରହଣ କରି ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ଓଡିଶା ଅଭିଭାବକ ମହାସଂଘ । ଥାନା ଅଧିକାରୀ ଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ କରି ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିନିଧି ଦଳରେ ଜିଲ୍ଲା ଆବାହକ ବିମଳ କୁମାର ଦାଶଙ୍କ ସହିତ ସାଧାରଣ ସମ୍ପାଦକ ସୁଜୀତ ମିଶ୍ର, ବାଲ୍ମୀକି ସଡ଼ଙ୍ଗୀ, ସୁଶୀନ ବୋହିଦାର, ଶିବାନନ୍ଦ ମଟାରୀ, ଆଶୁତୋଷ ରଥ, ଅର୍ଜୁନ ପ୍ରଧାନ, ମହେଶ୍ବର ପାଣ୍ଡେ ଆଦି ଉପସ୍ଥିତ ଥିଲେ।

ଚଳିତ ବର୍ଷ ୭୬ତମ ସ୍ବାଧୀନତା ଦିବସ ପାଳନ କରିଛି ଦେଶ । ଏହି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ସହ ହର ଘର ତ୍ରିରଙ୍ଗା ଅଭିଯାନ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଅଗଷ୍ଟ ୧୩ରୁ ୧୫ ଯାଏ ପ୍ରତି ଘରେ ଉଡିଥିଲା ଜାତୀୟ ପତାକା ତ୍ରିରଙ୍ଗା। ତ୍ରିରଙ୍ଗାମୟ ହୋଇଥିଲା ଦେଶ ।

ଇଟିଭି ଭାରତ, ବରଗଡ

Last Updated :Aug 25, 2022, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.