GST ଫାଙ୍କିବା ଅଭିଯୋଗରେ ଗହଣା ଦୋକାନରେ ଚଢ଼ାଉ, 8 କେଜିରୁ ଊର୍ଦ୍ଧ୍ବ ଅଳଙ୍କାର ଜବତ

author img

By

Published : Oct 4, 2021, 10:06 PM IST

GST ଫାଙ୍କିବା ଅଭିଯୋଗରେ ଗହଣା ଦୋକାନରେ ଚଢ଼ାଉ, 8 କେଜିରୁ ଉର୍ଦ୍ଧ୍ବ ଅଳଙ୍କାର ଜବତ

ବରଗଡ଼ ସହରର ଏକ ଗହଣା ଦୋକାନ ଉପରେ GST ଟିମର ଚଢାଉ । ଦୋକାନ ସିଲ ସହ କାରବାର ତଥ୍ୟ ଦାଖଲ ପାଇଁ ଦୋକାନୀଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ବରଗଡ: ସହରରେ ଥିବା ହରି ଜୁଏଲାରୀରେ GST ଏନଫୋର୍ସମେଣ୍ଟର ଚଢାଉ । ଆଜି GST ବିଭାଗର 5 ଜଣିଆ ଟିମ ଦୋକାନରେ ରେଡ଼ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ଦୀର୍ଘ 5 ଘଣ୍ଟାର ଯାଞ୍ଚ ପ୍ରକ୍ରିୟା ପରେ ଦୋକାନରେ ସମୁଦାୟ 8 କିଲୋ 700 ଗ୍ରାମର ଅଳଙ୍କାର ଜବତ କରାଯାଇଥିବା ସୂଚନା ମିଳିଛି । ତେବେ ସମ୍ପୃକ୍ତ ଦୋକାନୀଙ୍କୁ ଷ୍ଟକ ରେଜିଷ୍ଟର ସବିଶେଷ ତଥ୍ୟ ଦେଖାଇବା ପାଇଁ ସମୟ ଦିଆଯାଇଥିବାବେଳେ ଦୋକାନକୁ ସିଲ କରାଯାଇଛି।

GST ଫାଙ୍କିବା ଅଭିଯୋଗରେ ଗହଣା ଦୋକାନରେ ଚଢ଼ାଉ, 8 କେଜିରୁ ଉର୍ଦ୍ଧ୍ବ ଅଳଙ୍କାର ଜବତ

ଦୋକାନ ସମେତ ମାଲିକଙ୍କ ଘରେ ଯାଞ୍ଚ ପ୍ରକ୍ରିୟା ପରେ ସମୁଦାୟ ମାତ୍ର 8 କିଲୋ 700 ଗ୍ରାମର ଅଳଙ୍କାର ଜବତ କରାଯାଇଛି। ତେବେ ସମୁଦାୟ 7 କିଲୋଗ୍ରାମ ଓଜନର ଷ୍ଟକ ରେଜିଷ୍ଟର ମାଲିକ ଦେଖାଇଥିବାବେଳେ ଅବଶିଷ୍ଟ ଅଳଙ୍କାର ଷ୍ଟକ ରେଜିଷ୍ଟରର କାଗଜପତ୍ର ଦେଖାଇ ପାରି ନଥିବା ସୂଚନା ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ସମସ୍ତ କାଗଜପତ୍ର ଅଫିସ କାର୍ଯ୍ୟାଳୟରେ ଦାଖଲ କରିବାକୁ ବିଭାଗୀୟ ଅଧିକାରୀ ଦୋକାନ ମାଲିକଙ୍କୁ ସମୟ ଦେବା ସହ ଦୋକାନକୁ ସିଲ କରିଛନ୍ତି । ଏନେଇ ସେଲଟ୍ୟାକ୍ସ ଡେପୁଟି କମିସନର ରଜନୀକାନ୍ତ ସେଠ ସୂଚନା ଦେଇଛନ୍ତି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.