ବରଗଡ଼ ଅମ୍ବାଭୋନା ବ୍ଲକରେ ବନ୍ୟା ପରିସ୍ଥିତି, ଚିଖିଲିରେ ପଶିଲା ବନ୍ୟା ପାଣି

author img

By

Published : Sep 16, 2021, 8:50 PM IST

Updated : Sep 16, 2021, 11:02 PM IST

ବରଗଡ଼ ଅମ୍ବାଭୋନା ବ୍ଲକରେ ବନ୍ୟା ପରିସ୍ଥିତି, ଚିଖିଲିରେ ପଶିଲା ବନ୍ୟା ପାଣି

ବରଗଡ ଜିଲ୍ଲାର ମହାନଦୀ କୂଳିଆ ଅଞ୍ଚଳରେ ପଶିଲା ବଢ଼ି ପାଣି । ଅନେକ ଗ୍ରାମରେ ବନ୍ୟା ଆଶଙ୍କା ରହିଥିବାବେଳେ ଭୟରେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମବାସୀ । ଅଧିକ ପଢନ୍ତୁ...

ବରଗଡ଼: ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଅମ୍ବାଭୋନା ବ୍ଲକ ମହାନଦୀ କୂଳିଆ ଗାଁ ଚିଖିଲି, ଅନ୍ତରାଡି, ବେନିଆପାଲୀ, ଘୁଘୁରାପାଲୀ ଓ ବଡମାଲ ଗ୍ରାମରେ ବନ୍ୟାପାଣି ପଶିବା ଆଶଙ୍କା ଦେଖାଦେଇଛି । ବିଶେଷ କରି ବର୍ତ୍ତମାନର ସ୍ଥିତି ଅନୁସାରେ ଚିଖିଲି ଗ୍ରାମରେ ପ୍ରଥମେ ବନ୍ୟା ପାଣି ପଶିଛି ଏବଂ ଶହଶହ ଏକର ଧାନ ଫସଲ ବୁଡି ରହିଛି । ଓଡ଼ିଶା ଓ ଛତିଶଗଡ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିବା ସଙ୍ଗେ ସଙ୍ଗେ ହୀରାକୁଦ ନଦୀବନ୍ଧର ପଛୁଆ ପାଣିରେ ଏହି ଗ୍ରାମ ଗୁଡିକ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି ।

ବରଗଡ଼ ଅମ୍ବାଭୋନା ବ୍ଲକରେ ବନ୍ୟା ପରିସ୍ଥିତି, ଚିଖିଲିରେ ପଶିଲା ବନ୍ୟା ପାଣି

ଏବେ ମଧ୍ଯ ବନ୍ୟାପାଣି ବଢୁଥିବାରୁ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଉଥିବାବେଳେ ଲୋକେ ଆଜି ରାତିର ପରିସ୍ଥିତି କ’ଣ ରହିବ ସେନେଇ ଭୟଭୀତ ରହିଛନ୍ତି । ତେବେ ପକ୍କା ଘରଥିବା ଚିକିଲି ଗ୍ରାମବାସୀ ନିଜ ଘର ସାମଗ୍ରୀ ଉପର ମହଲାକୁ ନେଇ ସୁରକ୍ଷିତ ରଖିବାରେ ବ୍ୟସ୍ତ ରହିଥିବାବେଳେ ମାଟିଘର ଥିବା ଲୋକେ ନିଜେ ସୁରକ୍ଷିତ ରହିବା ପାଇଁ ଗ୍ରାମ ଛାଡି ନିକଟସ୍ଥ ଗ୍ରାମକୁ ଚାଲିଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated :Sep 16, 2021, 11:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.