ସାମ୍ବାଦିକଙ୍କ ଉପରେ ଆକ୍ରମଣ ଅଭିଯୋଗ, ପ୍ରଦୀପ ପୁରୋହିତଙ୍କ ନାଁରେ ଏତଲା

author img

By

Published : Dec 4, 2022, 8:45 AM IST

Updated : Dec 4, 2022, 1:48 PM IST

ପ୍ରଦୀପ ପୁରୋହିତଙ୍କ ନାଁରେ ଏତଲା

କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଅଭିଯୋଗରେ ପ୍ରଦୀପ ପୁରୋହିତଙ୍କ ନାଁରେ ଥାନାରେ ଏତଲା । ଅଧିକ ପଢନ୍ତୁ

ବରଗଡ: ପଦ୍ମପୁର ଉପନିର୍ବାଚନ(Padampur Bypoll) ପ୍ରଚାର ବେଳେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିବା ନେଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଛି । ଏନେଇ ଏକ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ପଦ୍ମପୁର ଥାନାରେ ପୁରୋହିତଙ୍କ ନାଁରେ ଏତଲା ଦେଇଛନ୍ତି । ତାଙ୍କର ଅଭିଯୋଗ ଯେ, ‘‘ଗତକାଲି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ପ୍ରଚାର କରୁଥିଲେ । ଏନେଇ ସାମ୍ବାଦିକ ପ୍ରଶ୍ନ କରିବାରୁ ପୁରୋହିତଙ୍କ ଇସାରାରେ ତାଙ୍କ ଉପରେ ଦଳବଦ୍ଧ ଆକ୍ରମଣ କରାଯାଇଥିଲା ।’’

ସାମ୍ବାଦିକଙ୍କ ଉପରେ ଆକ୍ରମଣ ଅଭିଯୋଗ

ଅଭିଯୋଗ ମୁତାବକ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ସନ୍ଧ୍ୟା ସମୟରେ ବରିହାପାଲି ଠାରେ ପ୍ରଚାର କରୁଥିବା ବେଳେ ସାମ୍ବାଦିକ ରାଜକିଶୋର ବେହେରା ଓ ତାଙ୍କ କ୍ୟାମେରାମ୍ୟାନ ପହଞ୍ଚି ତାଙ୍କୁ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ପ୍ରଶ୍ନ କରିଥିଲେ । ଏହାକୁ ନେଇ ସେଠାରେ ଥିବା ପ୍ରଦୀପ ପୁରୋହିତଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପୁରୋହିତଙ୍କ ଇସାରରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରାଯିବା ସହିତ ତାଙ୍କର କ୍ୟାମେରା ଭାଙ୍ଗି ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ: Padmapur By Poll: ସରିଲା ପ୍ରଚାର, ବାହାର ଲୋକଙ୍କୁ ପଦ୍ମପୁର ଛାଡିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଅନ୍ୟପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ସମ୍ପୃକ୍ତ ସମ୍ବାଦିକଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି । ସେ ବରିହାପାଲି ଗାଁ ସ୍ଥିତ ଲକ୍ଷ୍ମୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେଠାରେ ଏକ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକ ତାଙ୍କୁ ଟଣାଓଟରା କରି ଦୁର୍ବ୍ୟବହାର କରିଥିଲେ । ଏପରିକି ଉପସ୍ଥିତ ମହିଳାମାନଙ୍କୁ ମଧ୍ୟ ଠେଲାପେଲା କରିଥିବା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବରଗଡ

Last Updated :Dec 4, 2022, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.