କ୍ଷତିପୂରଣ ଦେବା ନାଁରେ ଭୂଆଁ ବୁଲାଉଥିଲା ବୀମା କମ୍ପାନୀ, 3 କର୍ମଚାରୀ ଅଟକ

author img

By

Published : Sep 15, 2022, 12:17 PM IST

HDFC କମ୍ପାନୀର ମନମୁଖୀ କାର୍ଯ୍ୟ, ପୋଲିସ ହେପାଜତରେ ୩ ବୀମା କର୍ମଚାରୀ

ଫସଲ ବୀମା କ୍ଷତିପୂରଣ ନଦେଇ HDFC କମ୍ପାନୀର ମନମୁଖୀ କାର୍ଯ୍ୟ । ଖରିଫ ଫସଲରେ ଚାଷୀ ମାନେ HDFC କମ୍ପାନୀରେ ଫସଲ ବୀମା କରିଥିଲେ । ମାତ୍ର ମରୁଡ଼ି କାରଣରୁ ବହୁ ଫସଲ ନଷ୍ଟ ହୋଇପଡ଼ିଥିଲା । ହେଲେ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ବୀମା କମ୍ପାନୀ କ୍ଷତିପୂରଣ ରାଶି ପ୍ରଦାନ କରିନଥିଲା । ଯାହାକୁ ନେଇ 3 ବୀମା କର୍ମଚାରୀଙ୍କୁ ଅଟକ ରଖିଲା ପୋଲିସ । ଅଧିକ ପଢ଼ନ୍ତୁ

ବରଗଡ଼: ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଚାଷୀଙ୍କୁ 2021 ମସିହାର ଫସଲ ବୀମା କ୍ଷତିପୂରଣ ନଦେଇ HDFC କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁଁ ଦୀର୍ଘ ମାସେ ହେଲା ଜିଲ୍ଲାରେ ଚାଷୀଙ୍କ ରାସ୍ତାରୋକ ଆନ୍ଦୋଳନ ଜାରି ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁ ଥିବାରୁ ବୁଧବାର ବରଗଡ଼ ଏସପି HDFC ଏଗରୋ କମ୍ପାନୀର 3 ଜଣ ଅଧିକାରୀଙ୍କୁ ଥାନାରେ ଅଟକ ରଖିଛନ୍ତି ।

ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲାରେ ଗତ 2021 ମସିହା ଖରିଫ ଫସଲରେ ଚାଷୀମାନେ HDFC କମ୍ପାନୀରେ ଫସଲ ବୀମା କରିଥିଲେ । ମାତ୍ର ମରୁଡ଼ି କାରଣରୁ ବହୁ ଫସଲ ନଷ୍ଟ ହୋଇପଡ଼ିଥିଲା । ହେଲେ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ବୀମା କମ୍ପାନୀ କ୍ଷତିପୂରଣ ରାଶି ପ୍ରଦାନ କରିନଥିଲା । ଚାଷୀଙ୍କ ବାରମ୍ବାର ଆନ୍ଦୋଳନ ସତ୍ତ୍ବେ HDFC କମ୍ପାନୀ ସମୟ ଗଡ଼ାଇ ଚାଷୀଙ୍କୁ ଭୁଆଁ ବୁଲାଉଥିଲା । ଶେଷରେ ବୁଧବାର ବରଗଡ଼ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ବୀମା କମ୍ପାନୀ ସହିତ ବହୁ ଚାଷୀ ଓ ସରକାରୀ ଅଧିକାରୀଙ୍କ ଏକ ଜରୁରୀ ବୈଠକ କରାଯାଇଥିଲା ।

HDFC କମ୍ପାନୀର ମନମୁଖୀ କାର୍ଯ୍ୟ, ପୋଲିସ ହେପାଜତରେ ୩ ବୀମା କର୍ମଚାରୀ

ଏହି ବୈଠକରେ HDFC କମ୍ପାନୀର ଭୁଲ ଯୋଗୁଁ ଚାଷୀଙ୍କୁ ଫସଲ ବୀମାର କ୍ଷତିପୂରଣ ମିଳିପାରୁନଥିବା ସାମ୍ନାକୁ ଆସିବାରୁ ବରଗଡ଼ ଏସପି HDFC କମ୍ପାନୀର ୩ଜଣ ଅଧିକାରୀଙ୍କୁ ବରଗଡ଼ ଟାଉନ ଥାନାକୁ ନେଇ ପୋଲିସ ହେପାଜତରେ ରଖିଛନ୍ତି । ଶୀଘ୍ର HDFC କମ୍ପାନୀ ଏହି ସମସ୍ୟାର ସମାଧାନ ନକଲେ ପୋଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଥିଲେ । ତେବେ ଚାଷୀଙ୍କୁ ଫସଲବୀମାର କ୍ଷତିପୂରଣ ମିଳିବ ନା ନାହିଁ ତାହା ପରେ ଜଣାପଡିବ ।

ସୂଚନାନୁସାରେ, ଦୀର୍ଘ ୯ମାସ ହେଲା ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ରାଶି ବାବଦରେ ବୁଧବାର ଜିଲ୍ଲାର ଚାଷୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ତେବେ ଏହାକୁ ନେଇ ବୀମା କମ୍ପାନୀ ପାଖରେ କୌଣସି ଉତ୍ତର ନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଆୟୋଜିତ ହୋଇଥିବା ଏକ ବୈଠକରେ HDFC କମ୍ପାନୀ ସହ ଜିଲ୍ଲାପାଳ ଓ ଏସପି ଆଲୋଚନା କରି ଏକ ସମାଧାନର ବାଟ ଖୋଲା ଯାଇଛି ।

‘‘ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ଇନସ୍ୟୁରାନ୍ସ ଅଛି ସେଥିରୁ ଓଡ଼ିଶା ସରକାର ନିଷ୍ପତ୍ତି ନେବେ କେଉଁ ପଞ୍ଚାୟତକୁ କେତେ ପ୍ରତିଶତ ମିଳିବା କଥା । ଆଉ ଏହାପରେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ମାଧ୍ୟମରେ ସମସ୍ତ କଥା ଜଣାଯିବ । କେନ୍ଦ୍ର ସରକାର ଅନୁମୋଦନ କଲାପରେ ଚାଷୀମାନେ ପଇସା ପାଇବେ । ଆଉ ବାକି ସମସ୍ୟାର ସମାଧାନ ଆସନ୍ତା ସପ୍ତାହ ଭିତରେ କରାଯିବ’’ ବୋଲି ଜିଲ୍ଲାପାଳ ଓ ଏସପି କହିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.