ଅଥୟ କଲା ଋଣ ବୋଝ, କୀଟନାଶକ ପିଇ ଜୀବନ ହାରିଲେ ଚାଷୀ

author img

By

Published : Sep 23, 2021, 8:01 AM IST

ଫସଲ ବିକ୍ରି କରି ନ ପାରି ବିଷ ପିଇଲେ ଚାଷୀ; ସରକାରଙ୍କ ଟୋକୋନ ବ୍ୟବସ୍ଥାକୁ ଦାୟୀ କଲେ ପରିବାର

ବରଗଡ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଧାନ ବିକ୍ରି କରି ନପାରି ଋଣ ବୋଝ ପାଇଁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବରଗଡ: ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଘଟଣା । ଫସଲ ବିକ୍ରି କରି ନ ପାରି ବିଷ ପିଇଲା ଚାଷୀ । ଏଭଳି ଅଭିଯୋଗ ଆସିଛି ବରଗଡ ଜିଲ୍ଲାର ହିଲ୍ଲିପାଲିର ଟାଙ୍ଗରଟିକ୍ରାରୁ । ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ହିଲ୍ଲିପାଲିର ଟାଙ୍ଗରଟିକ୍ରାର 62 ବର୍ଷୀୟ ଚାଷୀ ବୃନ୍ଦାବନ ଭୁଏ । ଗତ ରବି ଋତୁରେ 10 ଏକର ଜମିରେ ଧାନ ଚାଷ କରିଥିଲେ । ଚାଷ ପାଇଁ ଆଣିଥିବା ଋଣ ବୃନ୍ଦାବନ ପରିଶୋଧ କରିପାରି ନଥିଲେ ।

ଫସଲ ବିକ୍ରି କରି ନ ପାରି ବିଷ ପିଇଲେ ଚାଷୀ; ସରକାରଙ୍କ ଟୋକୋନ ବ୍ୟବସ୍ଥାକୁ ଦାୟୀ କଲେ ପରିବାର

କାହିଁକିନା ଅମଳ ହୋଇଥିବା ଧାନ ବିକ୍ରି ହୋଇପାରି ନଥିଲା । ଯାହାକୁ ନେଇ ସେ ଚିନ୍ତାରେ ରହୁଥିଲେ । ଧୀରେ ଧୀରେ ତାଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହେବାରୁ ଶେଷରେ ସେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । 62 ବର୍ଷର ମୃତ ଚାଷୀଙ୍କ ୩ ପୁଅ ଏବଂ ୨ ଝିଅ ରହିଥିବା ବେଳେ ତାଙ୍କ ବଡ ପୁଅ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଛନ୍ତି ।

ତେବେ ସରକାରଙ୍କ ଟୋକନ ସିଷ୍ଟମ ଏବଂ ଧାନ ବିକ୍ରିର ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା କାରଣରୁ ବୃନ୍ଦାବନ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ବରଗଡରୁ ରାଜେସ ସରାପ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.