Fake Medicine Racket in Bargarh: ଔଷଧ ବ୍ୟବସାୟୀ ସୁନୀଲ ଅଗ୍ରୱାଲ ଗିରଫ

author img

By

Published : Jan 20, 2023, 10:38 AM IST

Fake Medicine Racket in Bargarh: ଔଷଧ ବ୍ଯବସାୟୀ ସୁନୀଲ ଅଗ୍ରୱାଲ ଗିରଫ

ବରଗଡର ଏକ ମେଡିକାଲ ହବ ପାଲଟିଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ନକଲି ଔଷଧ କାରବାର କରି ଜନସାଧାରଣଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି । ବରଗଡର ଅଶୋକ ମେଡିକାଲ ହଲ ନାମକ ଏକ ହୋଲସେଲର ଔଷଧ ଦୋକାନୀ ଦୀର୍ଘ ବର୍ଷରୁ ନକଲି ଔଷଧ କାରବାର ଚଳାଇଥିବା ବେଳେ ଏସଟିଏଫ ଟିମ ଦ୍ଵାରା ଧରାପଡିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଦୀର୍ଘ ଦିନରୁ ବରଗଡରେ ଚାଲିଥିଲା ନକଲି ଔଷଧର କାରବାର । ଏସଟିଏଫ ଟିମ ଗିରଫ କଲା ନକଲି ଔଷଧ ବିକ୍ରେତା ସୁନୀଲ ଅଗ୍ରୱାଲଙ୍କୁ । ବରଗଡର ପୁରୁଣା ଡାକ୍ତରଖାନା ନିକଟରେ ରହିଥିବା ଅଶୋକ ମେଡିକାଲ ହଲର ମାଲିକ ସୁନୀଲ ଅଗ୍ରୱାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏସଟିଏଫ ଟିମର ତଦନ୍ତରେ ଔଷଧ ଦୋକାନରେ ବହୁ ମାତ୍ରାରେ ନକଲି ଔଷଧ ଠାବ ହେବା ପରେ ଦୋକାନ ମାଲିକ ସୁନୀଲ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି ।

ବରଗଡର ଏକ ମେଡିକାଲ ହବ ପାଲଟିଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ନକଲି ଔଷଧ କାରବାର କରି ଜନସାଧାରଣଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି । ବରଗଡର ଅଶୋକ ମେଡିକାଲ ହଲ ନାମକ ଏକ ହୋଲସେଲର ଔଷଧ ଦୋକାନୀ ଦୀର୍ଘ ବର୍ଷରୁ ନକଲି ଔଷଧ କାରବାର ଚଳାଇଥିବା ବେଳେ ଏସଟିଏଫ ଟିମ ଦ୍ଵାରା ଧରାପଡିଛି । ନକଲି ଔଷଧ ବିକ୍ରି ଖବର ପ୍ରଚାରିତ ହେବାପରେ ବରଗଡବାସୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି ।

ସେପଟେ ଏହି ଘଟଣାକୁ ନିନ୍ଦା କରିବା ସହିତ ଅପରାଧୀ ସୁନୀଲ ଅଗ୍ରୱାଲକୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଦାବି କରିଛନ୍ତି ସାଧାରଣ ଲୋକେ । କୋରୋନା ମହାମାରୀ ସମୟରେ ଅଳ୍ପ ବୟସର ବହୁ ଲୋକଙ୍କ ଜୀବନ ଆଶ୍ଚର୍ଯ୍ୟ ଜନକ ଭାବରେ ଚାଲିଯାଇଥିଲା । ତେବେ କଣ ସେହି ସମୟରେ ବଜାରରେ ମିଳୁଥିବା ଏପରି ପ୍ରଭାବହୀନ ନକଲି ଔଷଧ ଖାଇ ବହୁ ଲୋକ ପ୍ରାଣ ହରାଇଛନ୍ତି କି ବୋଲି ଏବେ ପ୍ରଶ୍ନ ଉଠିଛି ?

ନକଲି ଔଷଧ ପରିବର୍ତ୍ତେ ଭଲ ଔଷଧ ଖାଇଥିଲେ କୋଭିଡ଼ରୁ ଅନେକ ଲୋକେ ବର୍ତ୍ତୀ ଯାଇଥାନ୍ତେ । ଅନେକ ଜୀବନ ବଞ୍ଚିଯାଇଥାନ୍ତା ? ଏପରି ବହୁ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି । ବରଗଡ ସହରରେ ଡ୍ରଗ ଇନସ୍ପେକ୍ଚର କାର୍ଯ୍ୟାଳୟ ଅଛି । ହେଲେ ଦୀର୍ଘ ଦିନରୁ ଚାଲିଥିବା ନକଲି ଔଷଧ କାରବାର ଉପରେ ଟେର ପାଇପାରିଲେ ନାହିଁ କିପରି ?

ବରଗଡରେ ନକଲି ଔଷଧକୁ ନେଇ ଲୋକେ ଭୟଭୀତ ହୋଇପଡିଥିବା ବେଳେ କିନ୍ତୁ ବରଗଡ ଜିଲ୍ଲା କେମିଷ୍ଟ୍ରି ଓ ଡ୍ରଗିଷ୍ଟ ଆସୋସିଏସନ ଏହି ଘଟଣାକୁ ନିନ୍ଦା କରିବା ସହିତ ଦୋଷୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି । ଲୋକଙ୍କୁ ଭୟଭୀତ ନ ହୋଇ ଔଷଧରେ ଅଧିକ ରିହାତି ଦେଇ ପ୍ରଲୋଭିତ କରୁଥିବା ଔଷଧ ଦୋକାନୀଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆସୋସିଏସନ । ତେବେ ଏହି ନକଲି ଔଷଧ କାରବାର ଘଟଣାରେ ଆଗକୁ କଣ ହେଉଛି ଏବେ ତାକୁ ଅପେକ୍ଷା ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.