ପାଇକମାଲ ଅଞ୍ଚଳରେ ହାତୀ ଆତଙ୍କ, ଚାଷୀଙ୍କ ଫସଲହାନି

author img

By

Published : Sep 19, 2021, 10:27 PM IST

ପାଇକମାଲ ଅଞ୍ଚଳରେ ହାତୀ ଆତଙ୍କ, ଚାଷୀଙ୍କ ଫସଲ ହାନି

ବରଗଡ଼ ପଦ୍ମପୁର ଉପଖଣ୍ଡ ନୄସିଂହନାଥ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଞ୍ଚଳରେ ଦୁଇଟି ହାତୀ ଆତଙ୍କ ଖେଳାଇଛନ୍ତି । ଅଧିକ ପଢ଼ନ୍ତୁ...

ବରଗଡ଼: ଜିଲ୍ଲା ପଦ୍ମପୁର ଉପଖଣ୍ଡ ନୄସିଂହନାଥ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଞ୍ଚଳରେ ଦୁଇଟି ହାତୀ ଆତଙ୍କ ଖେଳାଇଛନ୍ତି । ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ରହିଛନ୍ତି । ହାତୀ ଉପଦ୍ରବକୁ ନେଇ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ ପକ୍ଷରୁ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି ।

ପାଇକମାଲ ଅଞ୍ଚଳରେ ହାତୀ ଆତଙ୍କ, ଚାଷୀଙ୍କ ଫସଲ ହାନି
ପଦ୍ମପୁର ନୃସିଂହନାଥ ଅଞ୍ଚଳରେ ଦୁଇଟି ହାତୀ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ବର୍ତ୍ତମାନ ସମୟରେ ଧାନ ଫସଲ ଅମଳ ସମୟ । ଏଭଳି ସ୍ଥିତିରେ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଜନବସତିକୁ ଚାଲିଆସୁଛନ୍ତି । ବିଗତ ତିନିଦିନ ହେବ ନୄସିଂହନାଥ ରେଞ୍ଜ ଅଞ୍ଚଳରେ ଦୁଇଟି ବହୁ ଧାନ ଫସଲ ନଷ୍ଟ କରିଛନ୍ତି । ଏହି ଅଞ୍ଚଳରେ ହାତୀ ଉପଦ୍ରବକୁ ନେଇ ବନବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ।

ସେପଟେ ପାଇକମାଲ ଅଞ୍ଚଳରେ ହାତୀ ବ୍ୟାପକ କ୍ଷୟକ୍ଷତି ଘଟାଉଥିବାରୁ ଚାଷୀଙ୍କ ନିଦ ମଧ୍ୟ ହଜି ଯାଇଛି । ବନବିଭାଗ ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.