ଟାଉନ ଥାନା ହାଜତ ମୃତ୍ୟୁ ମାମଲା, ମୃତକଙ୍କ ଗାଁରେ ପହଞ୍ଚିଲା HRPC ଟିମ

author img

By

Published : Oct 3, 2021, 8:23 AM IST

Updated : Oct 3, 2021, 8:31 AM IST

ଟାଉନ ଥାନା ହାଜତ ମୃତ୍ୟୁ ମାମଲା, ମୃତକଙ୍କ ଗାଁରେ ପହଞ୍ଚିଲା HRPC ଟିମ

ବରଗଡ ଟାଉନ ଥାନା ହାଜତ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି HRPC ଟିମ । ମୃତକଙ୍କ ପରିବାର ଏବଂ ପଡୋଶୀଙ୍କୁ ପଚରାଉଚରା କରାଯାଇଛି । ଅଧିକ ପଢନ୍ତୁ...

ବରଗଡ଼: ଟାଉନ ଥାନା ହାଜତରେ 25 ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ବରଗଡ଼ରେ ପହଞ୍ଚିଛନ୍ତି HRPC ଟିମ । ତଦନ୍ତର ଦ୍ବିତୀୟ ଦିନରେ ତଦନ୍ତକାରୀ ଟିମ୍ ମୃତ ଗୋବିନ୍ଦ କୁମ୍ଭାରଙ୍କ ପରିବାର ଲୋକଙ୍କୁ ଭେଟି ପଚରାଉଚରା କରିଛନ୍ତି ।


ସୂଚନା ଅନୁଯାୟୀ ଶୁକ୍ରବାର HRPC ର ଟିମ୍ ଜିଲ୍ଲାରେ ପହଞ୍ଚି ପ୍ରଥମେ ବରଗଡ଼ ଏସପିଙ୍କ ସହ ଆଲୋଚନା କରିଥିଲେ ଏବଂ ପରେ ଟାଉନ ଥାନା ଓ ହସ୍ପିଟାଲକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ । ତଦନ୍ତର ଦ୍ଵିତୀୟ ଦିନ ଶନିବାର ଏହି ଟିମ ତୋରା ଗ୍ରାମକୁ ଯାଇ ମୃତକଙ୍କ ପରିବାରକୁ ଭେଟିଛନ୍ତି । ପରିବାର ଲୋକଙ୍କ ଠାରୁ ଅନେକ ତଥ୍ୟ ସଂଗ୍ରହ କରିବା ସହ ପାଖ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି ।

HRPC ର ଏହି ଦୁଇ ଜଣିଆ ଟିମରେ ଅତିରିକ୍ତ ଏସପି ଇତିକାନ୍ତ ମହାପାତ୍ର ଏବଂ ଡିଏସପି ବିଦ୍ୟୁତ ପଣ୍ଡା ରହିଥିବା ବେଳେ ଘଟଣା ଦିନରେ ଟାଉନ ଥାନାରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କର ବୟାନ ସଂଗ୍ରହ କରିଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated :Oct 3, 2021, 8:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.