ଗଛରୁ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ସନ୍ଦେହ

author img

By

Published : Oct 13, 2021, 7:57 PM IST

ଗଛରୁ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ସନ୍ଦେହ

ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଘଟଣାସ୍ଥଳରେ ଅମ୍ଭାଭୋନା ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ..

ବରଗଡ: ଗଛରେ ରଶି ଲଗାଇ ପ୍ରଧାନ ଶିକ୍ଷକଙ୍କ ଆତ୍ମହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅମ୍ଭାଭୋନା ଥାନା ଅନ୍ତର୍ଗତ କୁଠାରପାଲି ଗ୍ରାମରେ । ସୂଚନାନୁସାରେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପ୍ରହ୍ଲାଦ ଦାସ । ସେ ତାଙ୍କର ଚାକିରୀ କାଳରେ ଅମ୍ଭାଭୋନା ୟୁପି ସ୍କୁଲରେ ଦୀର୍ଘ ୨୨ବର୍ଷ ଧରି ଶିକ୍ଷକତା କରିଥିବା ବେଳେ ବର୍ତ୍ତମାନ ସେ ବୁଢିପାଲି ୟୁପି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ତା ସହିତ ଭଳିବଲ ଖେଳାଳି ଓ କୋଚ ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ ।

ଗଛରୁ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ସନ୍ଦେହ

ଆଜି (ବୁଧବାର) ତାଙ୍କ ଘର ଠାରୁ ୫୦୦ ମିଟର ଦୂରରେ ଥିବା ଏକ କୁମ୍ବୀ ଗଛରେ ପ୍ରହ୍ଲାଦଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇ ଅମ୍ଭାଭୋନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

ସେପଟେ ଏହି ଘଟଣାରେ ଅମ୍ବାଭୋନା ଥାନା କେସ ନମ୍ବର ୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ସେ ସ୍ବାସ୍ଥ୍ୟଗତ କାରଣରୁ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ମୃତ ପ୍ରହଲ୍ଲାଦଙ୍କ ଦାଦା ନାରାୟଣ ଦାସ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.