ଅତାବିରା ମା ଦୁର୍ଗାଙ୍କ ମନ୍ଦିରରୁ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ

author img

By

Published : Sep 10, 2021, 4:24 PM IST

ଅତାବିରା ମାଁ ଦୁର୍ଗାଙ୍କ ମନ୍ଦିରରୁ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଅତାବିରାର ମା' ଦୁର୍ଗାଙ୍କ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅତାବିରା ଥାନା ସମ୍ମୁଖରେ ଦୁର୍ଗା ମନ୍ଦିର ରହିଥିବା ବେଳେ କେମିତି ମନ୍ଦିରରୁ ଚୋରି ହେଲା ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ଅଧିକ ପଢ଼ନ୍ତୁ...

ବରଗଡ଼: ଅତାବିରା ମା'ଦୁର୍ଗା ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିରରୁ ଦାନବାକ୍ସ ସହ ମା ଦୁର୍ଗାଙ୍କ ସୁନା ମୁକୁଟ, 4ଟି ଛତ୍ର, ଗୋଟିଏ ମଥାମଣି ଗତକାଲି ରାତିରେ ଚୋରି ହୋଇଥିବା ନେଇ ଅତାବିରା ଥାନାରେ ଅଭିଯୋଗ ହୋଇଛି ।

ଅତାବିରା ମାଁ ଦୁର୍ଗାଙ୍କ ମନ୍ଦିରରୁ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ



ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଅତାବିରା ଜାତୀୟ ରାଜପଥ କଡ଼ରେ ଥିବା ମା' ଦୁର୍ଗାଙ୍କ ମନ୍ଦିରରୁ ଚୋରିର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭରେ ଚୋରି କରିଥିବା ବ୍ୟକ୍ତିର ଚେହେରା ଅସ୍ପଷ୍ଟ ରହିଛି । ପୋଲିସ ଏହି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଚୋର ଧରାପଡ଼ିବ ବୋଲି ପୋଲିସ ଆଶ୍ବସନା ଦେଇଛି । ସେପଟେ ଅତାବିରା ଥାନା ସମ୍ମୁଖରେ ଦୁର୍ଗା ମନ୍ଦିର ରହିଥିବା ବେଳେ କେମିତି ମନ୍ଦିରରୁ ଚୋରି ହେଲା ବୋଲି ପ୍ରଶ୍ନ କରିଛନ୍ତି ଲୋକେ ।

ବରଗଡ଼ରେ ଦିନକୁ ଦିନ ଡକାୟତି, ନିଶା କାରବାର ଭଳି ଅସାମାଜିକ କାର୍ଯ୍ୟ ବଢ଼ି ଚାଲିଛି । ହେଲେ ପୋଲିସ ସ୍ଥାଣୁ ପାଲଟି ହାତବାନ୍ଧି ବସିଛି । ଫଳରେ ଚୋରଙ୍କ କବଳରୁ ମାଁଙ୍କ ମନ୍ଦିର ମଧ୍ୟ ବାଦ ପଡ଼ିଲା ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସହରରେ ଅସାମାଜିକ ଲୋକଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ସହରରେ ଜନସାଧାରଣ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.