ବରଗଡ ନାବାଳକ ହତ୍ୟା ଘଟଣା, ସମ୍ପର୍କୀୟ ଭାଇ ଗିରଫ

author img

By

Published : Aug 24, 2022, 8:07 AM IST

ନାବାଳକ ହତ୍ୟା ଘଟଣା, ମୃତକର ସମ୍ପର୍କୀୟ ଭାଇ ଗିରଫ

ବରଗଡ଼ ନାବାଳକ ହତ୍ୟା ଘଟଣାରେ ମୃତକର ସମ୍ପର୍କୀୟ ଭାଇ ଗିରଫ । ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ହତ୍ୟା ଘଟଣାର ରିକ୍ରିଏସନ କରାଇଲା ପୋଲିସ । ଅଧିକ ପଢ଼ନ୍ତୁ

ବରଗଡ଼: ସୟାନ ଗ୍ରାମର ୧୧ ବର୍ଷୀୟ ନାବାଳକ ହତ୍ୟା ଘଟଣାରେ ମୃତକର ସମ୍ପର୍କୀୟ ଭାଇ ଗିରଫ । ଅଭିଯୁକ୍ତ ମିଳୁ ସାହୁ(୨୮) କୁ ଘଟଣାସ୍ଥଳକୁ ନେଇ ହତ୍ୟା ଘଟଣାର ରିକ୍ରିଏସନ କରାଇଲା ପୋଲିସ । ଗତ ଜୁନ ୨୨ତାରିଖରେ ମାଛ ଧରିବା ବାହାନାରେ କେନାଲ ନିକଟ ଏକ କ୍ଷେତ ପଡ଼ିଆକୁ ନେଇ ନାବାଳକ ଭାଇକୁ ହତ୍ୟା କରିଥିଲା ଅଭିଯୁକ୍ତ ।

ନାବାଳକ ହତ୍ୟା ଘଟଣା, ମୃତକର ସମ୍ପର୍କୀୟ ଭାଇ ଗିରଫ

ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସୟାନ ଗାଁର ଅମୂଲ୍ୟ ସାହୁଙ୍କ ୧୧ବର୍ଷୀୟ ପୁଅ ସୁବ୍ରତ ସିମେଣ୍ଟ ନଗର ସ୍ଥିତ ଅରବିନ୍ଦ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲା । ତେବେ ତାର ସମ୍ପର୍କୀୟ ଭାଇ ମିଳୁ ମାଛ ଧରିବା ବାହାନାରେ କେନାଲ ନିକଟ ଏକ କ୍ଷେତ ପଡ଼ିଆକୁ ନେଇ ହତ୍ୟା କରିଦେଇଥିବା ସ୍ବୀକାର କରିଛି । ସୋମବାର ଏହି ଅଭିଯୁକ୍ତ ଜଣକୁ କମିଶନରେଟ ପୋଲିସ ଗିରଫ କରିଥିବା ବେଳେ ମଙ୍ଗଳବାର ପୋଲିସ ହତ୍ୟା ଘଟଣାର ରିକ୍ରିଏସନ ପାଇଁ ତାକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା । ରିକ୍ରିଏସନ ଅନୁସାରେ ଅଭିଯୁକ୍ତ ପ୍ରଥମେ ସୁବ୍ରତର ତଣ୍ଟି ଚିପିଥିଲା । ଫଳରେ ଶ୍ବାସରୁଦ୍ଧ ହୋଇ ନାବାଳକର ମୃତ୍ୟୁ ଘଟିଥିଲା । ପରେ ତାର କପଡାକୁ ଅନ୍ୟତ୍ର ଫିଙ୍ଗିଦେଇଥିଲା । ଏହାପରେ ମୃତଦେହକୁ ଆଣି କେନାଲ ପାଣିରେ ଫିଙ୍ଗିଦେଇଥିବା ସେ ସ୍ବୀକାର କରିଥିଲା । ତେବେ ଏଭଳି ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବାକୁ ମୃତ ସୁବ୍ରତର ବାପା ଓ ମାଆ ଗୁହାରୀ କରିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.