4 ବର୍ଷ ହେଲା ସରୁନି ପୋଲ କାମ, PWD ଅଫିସ ଘେରିଲା କଂଗ୍ରେସ

author img

By

Published : Oct 6, 2021, 6:33 AM IST

4 ବର୍ଷ ହେଲା ସରୁନି ପୋଲ କାମ, PWD ଅଫିସ ଘେରିଲା କଂଗ୍ରେସ

ବରଗଡ ସହରରୁ ଆମ୍ବାପାଳିକୁ ଯୋଡୁଥିବା ଜୀରାନଦୀର ବ୍ରିଜ କାମ ନ ସରିବାକୁ ନେଇ PWD ଅଫିସ ଘେରିଲା କଂଗ୍ରେସ । ବିଭାଗୀୟ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ । ଅଧିକ ପଢନ୍ତୁ...

ବରଗଡ: PWD ଅଫିସ ଆଗରେ ଆଜି ରାସ୍ତାରୋକ ଆନ୍ଦୋଳନ କରିଛି ବରଗଡ ଜିଲ୍ଲା କଂଗ୍ରେସ । ବରଗଡ ସହରରୁ ଆମ୍ବାପାଲୀକୁ ଯୋଡୁଥିବା ଜୀରାନଦୀର ପୁରୁଣା ବ୍ରିଜକୁ ଭଙ୍ଗାଯାଇ ନୂତନ ବ୍ରିଜ ନିର୍ମାଣକୁ ଦୀର୍ଘ ବର୍ଷ ହୋଇ ଯାଇଥିଲେ ସୁଦ୍ଧା ଆଜିଯାଏ ଏହାର ନିର୍ମାଣ କାମ ଶେଷ ହୋଇ ନଥିବା ବିରୋଧରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଦଳର ନେତା ନିପନ ଦାସଙ୍କ ନେତୃତ୍ବରେ କରାଯାଇଥିବା ଏହି ଆନ୍ଦୋଳନକୁ ସ୍ଥାନୀୟ ଜନସାଧାରଣ ମଧ୍ୟ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା ।

4 ବର୍ଷ ହେଲା ସରୁନି ପୋଲ କାମ, PWD ଅଫିସ ଘେରିଲା କଂଗ୍ରେସ

ବରଗଡ ସହରରେ ରହିଥିବା ଇଂରେଜ ସମୟର ବହୁ ପୁରୁଣା ଲୁହାର ଜୀରା ବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା । ଯାହାକୁ ସମ୍ପୂର୍ଣ ରୂପେ ଭାଙ୍ଗି ଦିଆଯାଇ ଏକ ନୂତନ ବ୍ରିଜ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଏହି ନୂତନ ବ୍ରିଜ ନିର୍ମାଣ କାମକୁ ଦୀର୍ଘ 4 ବର୍ଷ ହୋଇ ଯାଇଥିଲେ ସୁଦ୍ଧା କାମ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ । ଯାହାଫଳରେ ଆମ୍ବାପାଲୀରୁ ବରଗଡକୁ ପାଠ ପଢିବାକୁ ଆସୁଥିବା ବହୁ ଛାତ୍ରଛାତ୍ରୀ ତଥା ଦୈନନ୍ଦିନ କାମ ପାଇଁ ଆସୁଥିବା ଲୋକେ ଦୀର୍ଘ 7 କିଲୋମିଟର ବୁଲିକି ଆସିବାକୁ ବାଧ୍ୟ ହେଉଛନ୍ତି।

ଅନ୍ୟପଟେ ଏହି ନଦୀରେ ନିର୍ମିତ ଅସ୍ଥାୟୀ ପୋଲ ନିମ୍ନ ଧରଣର ତିଆରି କରାଯାଉଥିବାରୁ ପ୍ରତିବର୍ଷ ବର୍ଷା ପାଣିରେ ଏହା ଧୋଇ ହୋଇଯାଇ ରାଜସ୍ବ ହାନି ହେବା ସହ ଲୋକେ ନାନା ହଇରାଣ ହେଉଛନ୍ତି। ତେବେ କଂଗ୍ରେସ ପକ୍ଷରୁ ବାରମ୍ବାର ଏହା ବିରୋଧରେ ସ୍ଵର ଉତ୍ତୋଳନ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି । ଆଜି ଦଳ ପକ୍ଷରୁ ସ୍ଥାନୀୟ PWD ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସହରର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ | ତେବେ PWD କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବ୍ରିଜ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିଥିଲା।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.