ଧନୁଯାତ୍ରାରେ ନିୟୋଜିତ ଓଟର ମୃତ୍ୟୁ, ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମହାରାଜ କଂସ

author img

By

Published : Jan 5, 2023, 9:25 PM IST

baragarh dhanuyatra

ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ନିୟୋଜିତ ଥିବା ଓଟର ମୃତ୍ୟୁ । ଓଟର ମାଲିକକୁ ନିଶ୍ଚୟ କ୍ଷତିପୂରଣ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ମହାରାଜା କଂସ । ଅଧିକ ପଢନ୍ତୁ

baragarh dhanuyatra

ବରଗଡ: ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ନିୟୋଜିତ ଥିବା 5 ଗୋଟି ଓଟ ମଧ୍ୟରୁ ଗୋଟେ ଓଟର ଆଜି ମୃତ୍ୟୁ ହୋଇଛି । ମୃତ ଓଟକୁ ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ସସମ୍ମାନେ ସତ୍କାର କରିବାକୁ ନିର୍ଦେଶ ଦେଲେ ମହାରାଜ କଂସ । ତେବେ ଓଟଟି ଅସୁସ୍ଥ ଥିବା ବେଳେ ମଥୁରା ନଗରୀର ପଶୁ ଡ଼ାକ୍ତର ଓଟର ଚିକିତ୍ସା ପାଇଁ ଠିକ ସମୟରେ ଆସି ନଥିଲେ । ଏନେଇ ଓଟଟିର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ନେଇ ମହାରାଜ କଂସ ଠାରେ ଓଟ ମାଲିକ ଅଭିଯୋଗ ଆଣିଛନ୍ତି । ତେବେ ମହାରାଜ କଂସ ସୁଦୂର ୟୁପିରୁ ଆସିଥିବା ଓଟର ମାଲିକକୁ ନିଶ୍ଚୟ କ୍ଷତିପୂରଣ ଦିଆଯିବ ବୋଲି ଆଶ୍ୱାସନା ଦେବା ସହ ଶୀଘ୍ର ଓଟକୁ ସସମ୍ମାନେ ସହିତ ସତ୍କାର କରାଯିବାକୁ ନିର୍ଦେଶ ଦେଇଥିଲେ ।

ସୂଚନା ଅନୁଯାୟୀ, ମହାରାଜ କଂସ ତାଙ୍କ ସନ୍ୟ ସାମନ୍ତ ସହିତ ନଗର ଭ୍ରମଣରେ ହାତୀ, ଘୋଡ଼ା ଏବଂ ଓଟ ସହିତ ଯାଇଥାନ୍ତି l ଗତକାଲି ସନ୍ଧ୍ୟାରେ କଂସ ମହାରାଜ ନଗର ଭ୍ରମଣ ପାଇଁ ବାହାରିବା ପୂର୍ବରୁ ଗୋଟେ ଓଟ ହଠାତ ଅସୁସ୍ଥ ହୋଇ ପଡ଼ିଥିଲା l ଅସୁସ୍ଥ ଓଟର ଚିକିତ୍ସା ପାଇଁ ଓଟ ମାଲିକ ଧନୁଯାତ୍ରା କମିଟି କୁ କହିବା ପରେ ବରଗଡ ପଶୁ ଡ଼ାକ୍ତରଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ଓଟର ଚିକିତ୍ସା ପାଇଁ ପହଁଚିଲେ ନାହିଁ ବରଗଡର ପଶୁ ଡ଼ାକ୍ତର । ଯାହା ଫଳରେ ଓଟର ମୃତ୍ୟୁ ହୋଇଥିବା ଓଟ ମାଲିକ କରିଛନ୍ତି ଅଭିଯୋଗ ।

ଅନ୍ୟପଟେ ଓଟ ଟିର ମୃତ୍ୟୁ ପରେ ଓଟ ମାଲିକ ଜଣକ ରାତିସାରା କାନ୍ଦି କାନ୍ଦି ଓଟର ମୃତଦେହକୁ ଜଗି ଥିଲେ l ଓଟର ମୃତଦେହ ରାତିସାରା ରାସ୍ତାରେ ପଡ଼ିଥିବା ବେଳେ ଆଜି ସକାଳେ ଯାଇ ଓଟର ମୃତଦେହକୁ ପ୍ରଶାସନ ପକ୍ଷରୁ ଉଠାଯାଇ ସତ୍କାର କରାଯାଇଛି l ଗୋଟେ ଓଟ ର ଜୀବନ କାଳ 40 ରୁ 45 ବର୍ଷ ହୋଇଥିବା ବେଳେ ମାତ୍ର 8 ବର୍ଷର ଓଟ ର ହଠାତ କିପରି ମୃତ୍ୟୁ ହେଲା ତାହାର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ମାତ୍ର ପଶୁ ଡାକ୍ତରଙ୍କ ଅବହେଳା କାରଣରୁ ଓଟ ଟିର ବିନା ଚିକିତ୍ସାରେ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ହୋଇଛି । ଏତେ ବଡ ଧନୁଯାତ୍ରା ରେ ହାତୀ, ଘୋଡ଼ା ଓ ଓଟ ବ୍ୟବହାର କରାଯାଉଛି ମାତ୍ର ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଲେ କୌଣସି ପଶୁ ଡ଼ାକ୍ତର ବ୍ୟବସ୍ଥା ନାହିଁ ତାହା ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୋଲି ଓଟ ମାଲିକ ପ୍ରଶ୍ନ ଉଠାଇଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.