11 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, 3 ଗିରଫ

author img

By

Published : Aug 30, 2022, 8:50 AM IST

11 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, 3 ଗିରଫ

ବରଗଡ଼ ଜିଲ୍ଲା ପୋଲିସକୁ ବଡ ସଫଳତା । 110 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଜବତ ଧଳା ଜହର ମୂଲ୍ୟ ପାଖାପାଖି 11 ଲକ୍ଷ ଟଙ୍କା ହେବା ନେଇ ଏସପିଙ୍କ ସୂଚନା । ଅଧିକ ପଢନ୍ତୁ

ବରଗଡ: ମାତିଛନ୍ତି ନିଶାଦ୍ରବ୍ୟ କାରବାର ବେପାରୀ । ବରଗଡ ଜିଲ୍ଲାରେ ନିଶାଦ୍ରବ୍ୟ କାରବାର ରୋକିବାରେ ଜିଲ୍ଲା ପୋଲିସକୁ ବଡ ସଫଳତା ମିଳିଛି(Brown Sugar Seized in Bargarh) । କାରବାର ପଣ୍ଡ କରିବାକୁ ଆକ୍ସନ ମୁଡରେ ଜିଲ୍ଲା ପୋଲିସ । 110 ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହି 3 ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ଧଳା ଜହର ମୂଲ୍ୟ ପାଖାପାଖି 11 ଲକ୍ଷ ଟଙ୍କା ହେବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ।

11 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଜିଲ୍ଲା ଅତାବିରା ବ୍ଲକ ଚକୁଳି ଫାର୍ମ ଠାରେ 110 ଗ୍ରାମ ବ୍ରାଉନ ସୁଗାର ଜବତ ସହ ବରଗଡ଼ ସହରର 3 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । 3 ଜଣ ଅପରାଧୀ ବରଗଡ଼ ସହର 1 ନମ୍ବର ୱାର୍ଡ଼ର ଅମଜଦ ଖାନ, 3 ନମ୍ବର ୱାର୍ଡ଼ର ଅଜୟ ପଟେଲ, ଏବଂ 12 ନମ୍ବର ୱାର୍ଡ଼ର ଏମ ଡ଼ି ଅଳତାବ । ସମସ୍ତଙ୍କୁ ଗିରଫ କରି ପୋଲିସ କୋର୍ଟକୁ ଚାଲାଣ କରିଛି । ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ବରଗଡ଼ ଏସପି ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ଭୁବନେଶ୍ବରରୁ ୩ ସୁପାରି କିଲରଙ୍କୁ ଧରିଲା ପୋଲିସ

ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 11 ଲକ୍ଷ୍ୟରୁ ଉର୍ଦ୍ଧ୍ବ ହେବ ବୋଲି ବରଗଡ଼ ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ସମ୍ବଲପୁରରୁ ବରଗଡ଼ ପଟକୁ ଏକ ବାଇକ ଯୋଗେ ବ୍ରାଉନ ସୁଗାର ନେଇ ଆସୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇଁ ଅତାବିରା ପୋଲିସ ଟିମ ପୂର୍ବ ପ୍ରସ୍ତୁତି କରି ଜଗି ରହିଥିଲେ । ଯୋଜନା ମୁତାବାକ ଅଭିଯୁକ୍ତଙ୍କୁ କାବୁ କରିଥିଲେ ।

ଅଭିଯୁକ୍ତଙ୍କ ଠାରୁ 110 ଗ୍ରାମ ବ୍ରାଉନ ସୁଗାର, ଗୋଟେ ବାଇକ, ଦୁଇଟି ମୋବାଇଲ ଓ 1150 ଟଙ୍କା ଜବଦ କରିଥିଲା ପୋଲିସ । ଗିରଫ 3 ଜଣ ଅଭିଯୁକ୍ତଙ୍କ ନାମରେ ବରଗଡ଼ ଟାଉନ ଥାନାରେ ପୂର୍ବରୁ 2 ଟି ଲେଖାଏଁ ଅପରାଧିକ ମାମଲା ଥିବା ଜଣାପଡ଼ିଛି । ପ୍ରକାଶ ଥାଉ କି, ଜିଲ୍ଲାରେ କିଛି ମାସ ହେବ ଡ୍ରଗ୍ସ କାରବାର ରୋକିବା ନେଇ ଅପରେସନ ଚାଲିଛି । ତା ଅଧିନରେ ପୋଲିସକୁ ଏହି ସଫଳତା ମିଳିଛି । ଏହି କାରବାରର ପର୍ଦ୍ଦାଫାସ କରିବାକୁ ଆଗକୁ ଏହି ଅପରେସନ ଜାରି ରହିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଇଟିିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.